ନୂଆଦିଲ୍ଲୀ: ରେଳ କର୍ମଚାରୀଙ୍କ ପାଇଁ ଖୁସିଖବର । ପାର୍ବଣରେ ରେଳ କର୍ମଚାରୀଙ୍କୁ ଉପହାର ଦେଇଛନ୍ତି ମୋଦି ସରକାର । ରେଳକର୍ମଚାରୀଙ୍କୁ ମିଳିବ ବୋନସ୍ । ଏନେଇ କେନ୍ଦ୍ର କ୍ୟାବିନେଟର ମିଳିଛି ମଞ୍ଜୁରୀ । ରେଳକର୍ମଚାରୀଙ୍କୁ ମିଳିବ ୭୮ ଦିନର ବୋନସ । ଏଥିପାଇଁ 1,985 କୋଟି ଟଙ୍କା ଖର୍ଚ୍ଚ ହେବ । ଏଥରୁ 11,56,000 କର୍ମଚାରୀଙ୍କୁ ମିଳିବ ଲାଭ ।
ରେଳ କର୍ମଚାରୀଙ୍କୁ ପାର୍ବଣ ଭେଟି, ମିଳିବ ବୋନସ୍ - railway employees
ରେଳ କର୍ମଚାରୀଙ୍କୁ ମିଳିବ ବୋନସ । ଏନେଇ କେନ୍ଦ୍ର କ୍ୟାବିନେଟର ମିଳିଛି ମଞ୍ଜୁରୀ । ଅଧିକ ପଢନ୍ତୁ...
କ୍ୟାବିନେଟ ବୈଠକ ପରେ ରେଳ କର୍ମଚାରୀଙ୍କୁ ବୋନସ ନେଇ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର । ରେଳ ବିଭାଗରେ ଯେଉଁ ଅଣଗେଜେଟେଡ କର୍ମଚାରୀଙ୍କୁ ୭୮ ଦିନର ବୋନସ ମିଳିବ । କ୍ୟାବିନେଟ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି । ବର୍ଷ ବର୍ଷ ଧରି, ରେଳବାଇର ଅଣଗେଜେଟେଡ୍ କର୍ମଚାରୀଙ୍କ ପାଇଁ ଉତ୍ପାଦକତା ଲିଙ୍କ୍ ବୋନସ(Productivity Linked Bonus) ମିଳିଆସୁଛି । ଚଳିତ ବର୍ଷ ମଧ୍ୟ ରେଳବାଇର ଅଣଗେଜେଟେଡ୍ କର୍ମଚାରୀଙ୍କୁ 78 ଦିନର ବୋନସ ପ୍ରଦାନ କରାଯିବ ବୋଲି କ୍ୟାବିନେଟ ନିଷ୍ପତ୍ତି ନେଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ।
ଯୋଗ୍ୟ ରେଳ କର୍ମଚାରୀଙ୍କୁ Productivity Linked Bonus (PLB) ପିଏଲବି ବୋନସ ପ୍ରତିବର୍ଷ ଦଶହରା ଛୁଟି ଦିଆଯାଇଥାଏ । ଚଳିତ ବର୍ଷ ମଧ୍ୟ ଛୁଟି ପୂର୍ବରୁ ଏହା କାର୍ଯ୍ୟକାରୀ ହେବ । ରେଳବାଇ ହେଉଛି କେନ୍ଦ୍ର ସରକାରଙ୍କ ପ୍ରଥମ ମନ୍ତ୍ରଣାଳୟ ଯେଉଁଠାରେ 1979-80 ମସିହାରେ PLB ଲାଗୁ କରାଯାଇଥିଲା । ଏହା ଦୁଇଟି ସ୍ବୀକୃତିପ୍ରାପ୍ତ ଫେଡେରେସନ ଯଥା ଅଲ ଇଣ୍ଡିଆ ରେଳବାଇ ଫେଡେରେସନ ଏବଂ ନ୍ୟାସନାଲ ଫେଡେରେସନ୍ ଅଫ ଇଣ୍ଡିଆନ ରେଲୱେ ଓ କ୍ୟାବିନେଟର ଅନୁମୋଦନ କ୍ରମେ ବିକଶିତ ହୋଇଥିଲା । ଏହି ଯୋଜନାରେ ପ୍ରତି ତିନି ବର୍ଷରେ ଏକ ସମୀକ୍ଷା କରାଯାଏ |