ଚଣ୍ଡିଗଡ଼:ଦିନକୁ ଦିନରେ ପଞ୍ଜାବରେ ଗ୍ୟାଙ୍ଗଷ୍ଟାରଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । କିଛି ଦିନ ପୂର୍ବରୁ ଦାବିନ୍ଦର ବାମ୍ବିହା ଗ୍ୟାଙ୍ଗ ପକ୍ଷରୁ ଗ୍ୟାଙ୍ଗରେ ସଦସ୍ୟ ସାମିଲ କରାଇବା ପାଇଁ ସୋସିଆଲ ମିଡିଆରେ ବିଜ୍ଞାପନ ଜାରି କରାଯାଇଥିଲା । ଏହି ବିଜ୍ଞାପନରେ ଏକ ହ୍ବାଟ୍ସ୍ ଆପ୍ ନମ୍ବର ମଧ୍ୟ କରାଯାଇଥିଲା । ବର୍ତ୍ତମାନ ପୁନଃ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଏଥର ଗୋଲ୍ଡି ବ୍ରାର୍ ଗ୍ୟାଙ୍ଗ ପକ୍ଷରୁ ଗ୍ୟାଙ୍ଗ୍ରେ ସଦସ୍ୟ ସାମିଲ ପାଇଁ ସୋସିଆଲ ମିଡିଆରେ ବିଜ୍ଞାପନ ଦିଆଯାଇଛି ।
ଏହା ବି ପଢ଼ନ୍ତୁଗ୍ୟାଙ୍ଗଷ୍ଟାରଙ୍କ ମନମାନୀ, ଗ୍ୟାଙ୍ଗ୍ରେ ସାମିଲ କରାଇବାକୁ ସୋସିଆଲ ମିଡିଆ ପୋଷ୍ଟ
ମିଡିଆ ରିପୋର୍ଟ ମୁତାବକ ଗୋଲ୍ଡି ବ୍ରାର୍ ଗ୍ୟାଙ୍ଗ ପକ୍ଷରୁ ୧୮ରୁ ୧୯ ବର୍ଷ ଯୁବଗୋଷ୍ଠୀଙ୍କୁ ଟାର୍ଗେଟ କରାଯାଉଛି । ଅପରାଧ ଦୁନିଆରେ ପାଦ ଥାପିବାକୁ ଗୋଲ୍ଡି ବ୍ରାର୍ ଗ୍ୟାଙ୍ଗ ପକ୍ଷରୁ ଯୁବକଙ୍କୁ ଖୋଲା ଆମନ୍ତ୍ରଣ ଦିଆଯାଉଛି । ବିଶେଷ କରି ଦିଲ୍ଲୀ, ପଞ୍ଜାବ, ରାଜସ୍ଥାନ ଓ ହରିୟାଣାର ଯୁବକଙ୍କ ଉପରେ ନଜର ରଖିଛି ଏହି ଗ୍ୟାଙ୍ଗ୍ ।
ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡରେ ସବୁଠାରୁ କମ୍ ବୟସ୍କ ଅଭିଯୁକ୍ତ ହେଉଛି ଅଙ୍କିତ୍ ସେର୍ସା । ତାକୁ ଗୋଲ୍ଡି ବ୍ରାର୍ ଗ୍ୟାଙ୍ଗ୍ ପ୍ରସ୍ତୁତ କରିଥିବା ନେଇ ଖବର ରହିଛି । ବର୍ତ୍ତମାନ ଅଙ୍କିତ୍ ସେର୍ସା ପୋଲିସ ହେପାଜତରେ ରହିଛି ।
ଏହାପୂର୍ବରୁ ଦାବିନ୍ଦର ବାମ୍ବିହା ଗ୍ୟାଙ୍ଗ ପକ୍ଷରୁ ଗ୍ୟାଙ୍ଗରେ ସଦସ୍ୟ ସାମିଲ କରାଇବା ପାଇଁ ସୋସିଆଲ ମିଡିଆରେ ବିଜ୍ଞାପନ ଜାରି କରାଯାଇଥିଲା । ଯେଉଁମାନେ ଗ୍ୟାଙ୍ଗ୍ରେ ସାମିଲ ହେବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ହ୍ବାଟ୍ସ୍ ଆପ୍ ନମ୍ବର ମଧ୍ୟ ଜାରି କରାଯାଇଥିଲା । ପଞ୍ଜାବରେ ଏଭଳି ପୋଷ୍ଟ ଏବେ ଭାଇରାଲ୍ ହେବାରେ ଲାଗିଥିଲା । ଯେଉଁମାନେ ଗ୍ୟାଙ୍ଗ୍ରେ ସାମିଲ ହେବାକୁ ଇଚ୍ଛୁକ ସେମାନଙ୍କୁ ଯୋଗାଯୋଗ କରିବାକୁ କୁହାଯାଇଥିଲା ।
ତେବେ ବାରମ୍ବାର ଗ୍ୟାଙ୍ଗଷ୍ଟାରଙ୍କ ପକ୍ଷରୁ ସଦସ୍ୟ ଗୋଟାଇବା ପାଇଁ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରାଯାଉଛି । ତେବେ ଏହାକୁ ନେଇ ପୋଲିସ କିମ୍ବା ଅନ୍ୟ କୌଣସି ତଦନ୍ତାକାରୀ ସଂସ୍ଥା କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ହୋଇିଛି । ସେପଟେ ଏହାକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି ।