ନୂଆଦିଲ୍ଲୀ:ମହଙ୍ଗା ହେଲା ସୁନା । ଦେଶରେ ପାର୍ବଣ ଋତୁ ଚାଲିଥିବାରୁ ଭାରତୀୟ ମାର୍କେଟରେ ଧାତୁ ମୂଲ୍ୟ ଲଗାତାର ବୃଦ୍ଧି ପାଉଛି । ଲଗାତାର ତୃତୀୟ ଦିନ ଧରି ସୁନା ଦର ମହଙ୍ଗା ହୋଇଛି । ସେପଟେ କିନ୍ତୁ ରୂପା ଦର ସାମାନ୍ୟ ହ୍ରାସ ପାଇଛି । ଆଗକୁ ଧନତେରାସ ଥିବାରୁ ଆଗକୁ ମଧ୍ୟ ଏହି ବହୁମୂଲ୍ୟ ଅଳଙ୍କାର ଦାମରେ ଜବରଦସ୍ତ ବୃଦ୍ଧି ଘଟିପାରେ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ।
India Bullion and Jewellers Associationର ତାଜା ରେଟ୍ ମୁତାବକ, ଶୁକ୍ରବାର ୯୯୯ ଶୁଦ୍ଧତା ବିଶିଷ୍ଟ ୨୪ କ୍ୟାରେଟ ସୁନା ରେଟ୍ ୧୭୨ ଟଙ୍କା ବୃଦ୍ଧି ପାଇଛି । ଏହି ବୃଦ୍ଧି ସହ ବର୍ତ୍ତମାନ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୪୭,୬୪୧ ଟଙ୍କାରେ ପହଞ୍ଚିଛି । ସେହିପରି ରୂପା ରେଟ ୧୦୯ ଟଙ୍କା କମିଛି । ଯାହାପରେ ବର୍ତ୍ତମାନ ରୂପା କେଜି ପିଛା ୬୪,୮୯୧ ଟଙ୍କା ରହିଛି ।