ଓଡିଶା

odisha

ETV Bharat / bharat

ମଣିପୁରରୁ ପ୍ରାୟ ୮ କେଜିରୁ ଊର୍ଦ୍ଧ୍ବ ସୁନା ବିସ୍କୁଟ ଜବତ - ମଣିପୁରରେ ସୁନା ଚୋରା ଚାଲାଣ

ସୁନା କାରବାର ମାମଲାରେ ଦୁଇ ଜଣଙ୍କୁ ଗିରଫ କଲା କଷ୍ଟମ ବିଭାଗ । ତେବେ ବାହାରକୁ ସୁନା ଚାଲାଣ ଅଭିଯୋଗରେ ୨ଜଣ ଗିରଫ ହୋଇଥିବା ବେଳେ ଅଭିଯୁକ୍ତ ନିକଟରୁ ପ୍ରାୟ ୮କିଲୋଗ୍ରାମରୁ ଅଧିକ ଓଜନର ୫୦ଟି ସୁନା ବିସ୍କୁଟ ଜବତ କରାଯାଇଛି । ଅଧିକ ପଢନ୍ତୁ

ସୁନା ଚୋରା ଚାଲାଣ, ପ୍ରାୟ ୮ କେଜିରୁ ଅଧିକ ସୁନା ବିସ୍କୁଟ ଜବତ କଲା କଷ୍ଟମ ବିଭାଗ
ସୁନା ଚୋରା ଚାଲାଣ, ପ୍ରାୟ ୮ କେଜିରୁ ଅଧିକ ସୁନା ବିସ୍କୁଟ ଜବତ କଲା କଷ୍ଟମ ବିଭାଗ

By

Published : Apr 27, 2022, 11:14 AM IST

ଇମ୍ପାଲ:ସୁନା କାରବାର ମାମଲାରେ ଦୁଇ ଜଣଙ୍କୁ ଗିରଫ କଲା କଷ୍ଟମ ବିଭାଗ । ତେବେ ବାହାରକୁ ସୁନା ଚାଲାଣ ଅଭିଯୋଗରେ ୨ଜଣ ଗିରଫ ହୋଇଥିବା ବେଳେ ଅଭିଯୁକ୍ତ ନିକଟରୁ ପ୍ରାୟ ୮କିଲୋଗ୍ରାମରୁ ଅଧିକ ଓଜନର ୫୦ଟି ସୁନା ବିସ୍କୁଟ ଜବତ କରାଯାଇଛି । ଏହାର ସୁନାର ମୂଲ୍ୟ ପ୍ରାୟ ୪୩ ଲକ୍ଷ ୯୫ ହଜାର ୨ଶହ ହେବ ବୋଲି କଷ୍ଟମ ବିଭାଗ ପକ୍ଷ ଗତକାଲି ସୂଚନା ଦେଇଛି । ଚନ୍ଦେଲ ଜିଲ୍ଲାର ଥମନାପକୋପିରୁ ଗତକାଲି ଏହି ସୁନା ଚୋରାଚାଲାଣକାରୀଙ୍କୁ ଗିରଫ କରାଯାଇଛି ।

ସୁନା ଚୋରା ଚାଲାଣ, ପ୍ରାୟ ୮ କେଜିରୁ ଅଧିକ ସୁନା ବିସ୍କୁଟ ଜବତ କଲା କଷ୍ଟମ ବିଭାଗ

ମଙ୍ଗଳବାର ଦିନ କଷ୍ଟମ ଡିଭିଜନ୍ ଇମ୍ଫାଲ ଅଫିସରେ ଗଣମାଧ୍ୟମ କର୍ମଚାରୀଙ୍କ ସହ କଥାବାର୍ତ୍ତା ସମୟରେ କଷ୍ଟମ୍ ଡିଭିଜନର ଆସିଷ୍ଟାଣ୍ଟ କମିଶନର ଏଚ୍ ଏଲ୍ ସଙ୍ଗହାତେ କହିଛନ୍ତି ଯେ, 30 ବର୍ଷ ବୟସରେ ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିଙ୍କ ବିନା ରେଜିଷ୍ଟେସନରେ ଟିଭିଏସ ଲାଲ ରଙ୍ଗର ଦୁଇ ଚକିଆ ଗାଡିରେ ସୁନା ଚୋରାଚାଲାଣ କରୁଥିବା ନେଇ 9ଟା ସମୟରେ ଖବର ପାଇଥିଲେ ।

ଖବରପାଇ କଷ୍ଟମ୍ ଅଧିକାରୀଙ୍କ ଏକ ଟିମ୍ ଦିନ ୨ଟାରେ ଥମନାପକୋପିରେ ପହଞ୍ଚି ଦୁଇ ସନ୍ଦିଗ୍ଧଙ୍କୁ ଅଟକାଇ ଥିଲେ । ଆସିଷ୍ଟାଣ୍ଟ କମିଶନରଙ୍କ ସୂଚନା ଅନୁଯାୟୀ, ପଚରାଉଚରା ସମୟରେ ସୁନାଚୋରାଚାଲାଣ ନେଇ ମନା କରିବା ପରେ କଷ୍ଟମ୍ସ କାର୍ଯ୍ୟାଳୟକୁ ଅଣାଯାଇଥିଲା । ସେଠାରେ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବା ସମୟରେ ଟିଭିଏସ ବାଇକର ଏୟାର ଫିଲ୍ଟର କମ୍ପାର୍ଟମେଣ୍ଟରୁ ପାଞ୍ଚ ପକେଟ ସୁନା ବାହାରିଥିଲା । ସମୁଦାୟ ୫୦ଟି ବିସ୍କୁଟକୁ ଜବତ କରାଯାଇଛି । ଏହି ଆଧାରରେ ପୋଲିସ ଏକ ମାମଲା ରୁଜ୍ଜୁକରି ୧୯୬୫ ଧାରା ଅନୁଯାୟୀ ଦୁଇ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ସାପମ ହେମୋଚନ୍ଦ୍ର ସିଂ ଏବଂ ଚାରାଙ୍ଗା ଖୁଣ୍ଟିଲ ମାରିଙ୍ଗ ।

ପାଖାପାଖି ସମୁଦାୟ ୮କିଲୋଗ୍ରାମରୁ ଅଧିକ ଓଜନର ସୁନା ଜବତ କରାଯାଇଛି, ଯାହାର ଆନୁମାନିକ ମୂୂଲ୍ୟ ୪୩ ଲକ୍ଷ ୯୫ ହଜାର ୨ଶହ ହେବ ବୋଲି କଷ୍ଟମ ବିଭାଗ ପକ୍ଷରୁ ଗତକାଲି ସୂଚନା ଦେଇଛି । ଏହା ସହ ଦୁଇଚକିଆ ଗାଡିର ମୂଲ୍ୟ ୪୦ ଟଙ୍କା ହେବା ନେଇ ସୂଚନା ଦିଆଯାଇଛି । ଏନେଇ ଅଧିକ ତଦନ୍ତ କରାଯାଉଥିବା ଇମ୍ଫାଲ କଷ୍ଟମ ବିଭାଗର ଅଧିକାରୀ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details