ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀର ଐତିହାସିକ ରାଜପଥର ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର (GoI to rename New Delhi historic Rajpath)। ଏହାର ନାମ ରାଜପଥ ପରିବର୍ତ୍ତେ କର୍ତ୍ତବ୍ୟ ପଥ 'Kartavya Path' ରଖାଯିବ । ଚଳିତ ମାସ 7 ତାରିଖରେ ଏ ସଂକ୍ରାନ୍ତରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ନୂଆଦିଲ୍ଲୀ ମହାନଗର ପରିଷଦ (NDMC) ଦ୍ବାରା ହେବାକୁ ଯାଉଛି । ଉକ୍ତ ବୈଠକରେ ଏହି ପୁନଃନାମିତ ପ୍ରସ୍ତାବ ନେଇ ଆଲୋଚନା ହେବ ।
ଭାରତୀୟ ସ୍ବାଧୀନତା ସଂଗ୍ରାମ ଠାରୁ ଆରମ୍ଭ କରି ସ୍ବାଧୀନ ଭାରତର ସାର୍ବଭୌମତ୍ବ ଓ ଗାରିମାର ପ୍ରତୀକ ରହିଆସିଛି ଏହି ରାଜପଥ । ଏହାର ନାମକରଣ ବ୍ରିଟିଶ ଅମଳରୁ ହୋଇଆସିଛି । ପ୍ରଥମେ ଏହି ରାଜମାର୍ଗର ନାମ ବ୍ରିଟିଶରମାନେ କିଙ୍ଗ୍ସ-ଓ୍ବେ ରଖିଥିଲେ । ପରେ ଏହାର ପୁନଃନାମକରଣ କରାଯାଇ ରାଜପଥ ରଖାଯାଇଥିଲା । ତେବେ ଏବେ ନୂଆ ନିଷ୍ପତ୍ତି ଅନୁସାରେ ଏହି ରାଜପଥର ଇଣ୍ଡିଆ ଗେଟରେ ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଠାରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ଏହାର ନାମ ପରିବର୍ତ୍ତନ କରାଯାଇ କର୍ତ୍ତବ୍ୟ ପଥ ଭାବେ ନାମିତ କରାଯିବ ।