ଓଡିଶା

odisha

ETV Bharat / bharat

ସୁଧୁରୁନି Go First ସ୍ଥିତି, ଆସନ୍ତା ୧୫ ଯାଏଁ ଟିକେଟ ବିକ୍ରି ବନ୍ଦ - ଗୋ ଫାଷ୍ଟ ଏୟାର ଲାଇନ୍ସ

ଘୋର ଆର୍ଥିକ ସଙ୍କଟ ଭିତରେ ଗୋ-ଫାଷ୍ଟ ଏୟାର ଲାଇନ୍ସ । ୧୫ ତାରିଖ ଯାଏଁ ବାତିଲ ହେଲା ଟିକେଟ ବିକ୍ରି । ଅଧିକ ପଢନ୍ତୁ

gofirst airways suspends
gofirst airways suspends

By

Published : May 4, 2023, 3:59 PM IST

ମୁମ୍ବାଇ: ଘରୋଇ ବିମାନ ଚଳାଚଳ ସଂସ୍ଥା ଗୋଫାଷ୍ଟ ଏବେ ଦେବାଳିଆ ଅବସ୍ଥାରେ । ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ମେ’ ୩ ଏବଂ ୪ତାରିଖ ୨ଦିନ ପାଇଁ ବିମାନ ସେବା ବାତିଲ କରାଯାଇଥିଲା । ତେଲ କମ୍ପାନୀ ଗୁଡିକର ବକେୟା ପରିଶୋଧ କରିବାରେ କମ୍ପାନୀ ବିଫଳ ହେବାରୁ ବିମାନ ସେବାକୁ ୨ଦିନ ସ୍ଥଗିତ ରଖାଯାଇଥିଲା । ହେଲେ ସୁଧିରିଲାନି ବ୍ୟବସ୍ଥା । ପୁଣିଥରେ ୧୫ ତାରିଖ ଯାଏଁ ବାତିଲ ହେଲା ଗୋ ଫାଷ୍ଟ ବିମାନ ସେବା । ଆସନ୍ତା ୧୫ ତାରିଖ ଯାଏଁ ଟିକେଟ ବିକ୍ରିକୁ ବନ୍ଦ ରଖାଯାଇଛି ଏହାସହ ଡିଜିସିଏ ପକ୍ଷରୁ ଗୋଫାଷ୍ଟ ବିମାନକୁ ଏକ ନିର୍ଦ୍ଦେଶ ଦିଆଯାଇଛି । ଯାତ୍ରୀମାନଙ୍କ ଠାରୁ ନେଇଥିବା ପଇସା ଫେରସ୍ତ କରିବା ପାଇଁ କମ୍ପାନୀକୁ ଡିଜିସିଏ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଯାତ୍ରୀଙ୍କ ଟିକେଟ ପଇସା ଫେରସ୍ତ କରିବା ପାଇଁ ଡିଜିସିଏ ପକ୍ଷରୁ ଗୋଫାଷ୍ଟକୁ ନିର୍ଦ୍ଦେଶ ଦିଆଯାଇଛି । ଆର୍ଥିକ ସଙ୍କଟ ଭିତରେ ଗତି କରୁଥିବା କମ୍ପାନୀ ସ୍ଥିତିକୁ ସୁଧାରିବା ପାଇଁ ଲ-ଟ୍ରିବ୍ୟୁନାଲରେ ଆବେଦନ କରିଥିଲା । ଗତ ମଙ୍ଗଳବାର ଜିସିଜିଏକୁ ସୂଚିତ କରିଥିଲା ଯେ, ଗତ ୩ ଏବଂ ୪ ତାରିଖରେ ଉଡାଣ ବନ୍ଦ ରହିବ । କିନ୍ତୁ ବର୍ତ୍ତମାନ ମଧ୍ୟ ସ୍ଥିତିରେ ସୁଦ୍ଧାର ନଆସିବା କାରଣରୁ ଆସନ୍ତା ୧୫ ତାରିଖ ଯାଏଁ ଟିକେଟ ବିକ୍ରିକୁ ସ୍ଥଗିତ ରଖିବା ପାଇଁ ଘୋଷଣା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଆର୍ଥିକ ସଙ୍କଟରେ Go First, ଆସନ୍ତା ଦୁଇ ଦିନ ବନ୍ଦ କଲା ସମସ୍ତ ଉଡାଣ

ଟିକେଟ ପଇସା ଫେରସ୍ତ କରିବା ପାଇଁ ଡିସିଜିଏର ନିର୍ଦ୍ଦେଶ: ଡିସିଜିଏ ପକ୍ଷରୁ ଗୋଫାଷ୍ଟକୁ ନିର୍ଦ୍ଦେଶ ଦେଇ କୁହାଯାଇଛି ଯେ, ଯାତ୍ରୀମାନେ ଟିକେଟ କରିଥିବା ଟଙ୍କା ଫେରସ୍ତ କରାଯାଉ । ଯେଉଁ ମାଧ୍ୟମରେ ଟିକେଟ ବୁକ କରାଯାଇଥିଲା ସେହି ମାଧ୍ୟମରେ ହିଁ ଟଙ୍କା ଫେରସ୍ତ କରାଯିବ । ଯଦି ଜଣେ ଯାତ୍ରୀ ଟ୍ରାଭେଲ ଏଜେଣ୍ଟ ତରଫରୁ ଟିକେଟ ବୁକ କରିଥିବେ ତାହେଲେ ଏଜେଣ୍ଟଙ୍କ ପାଖକୁ ଟଙ୍କା ଫେରସ୍ତ କରାଯିବ । ଯାତ୍ରୀମାନେ ଏଜେଣ୍ଟଙ୍କଠୁ ପଇସା ଆଣିପାରିବେ ।

ନ୍ୟାସନାଲ କମ୍ପାନୀ ଲ ’ଟ୍ରିବ୍ୟୁନାଲ (ଏନସିଏଲଟି) ପୂର୍ବରୁ ସ୍ବେଚ୍ଛାକୃତ ଦେବାଳିଆ ଆବେଦନ କରିବାର କିଛି ଦିନ ପରେ ଗୋଫିଷ୍ଟ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟକୁ ସୂଚନା ଦେଇଛନ୍ତି ଯେ, ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ଟିକେଟ୍ ବିକ୍ରିକୁ ସ୍ଥଗିତ ରଖିଛି। ବିମାନ ସେବା କୁହାଯାଇଛି ଯେ ଆସନ୍ତା 9 ତାରିଖ ପର୍ଯ୍ୟନ୍ତ ବିମାନ ଚଳାଚଳ ସ୍ଥଗିତ ରଖାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details