ଓଡିଶା

odisha

ETV Bharat / bharat

ରାମ ମନ୍ଦିର ଉଦଘାଟନ ପରେ ଗୋଧ୍ରା ଭଳି କାଣ୍ଡ ଘଟିପାରେ: ଉଦ୍ଧବ ଠାକରେ - ଉଦ୍ଧବ ଠାକରେ

ଆସନ୍ତାବର୍ଷ ଜାନୁଆରୀ 22 ତାରିଖରେ ଆଯୋଧ୍ୟାର ଭାବ୍ୟ ରାମ ମନ୍ଦିର ଉଦଘାଟନ ହେବ । ଶିବସେନା (ୟୁଟିବି) ମୁଖ୍ୟ ଉଦ୍ଧବ ଠାକରେ କହିଛନ୍ତି ଯଦି ରାମ ମନ୍ଦିର ଉଦଘାଟନୀ ଉତ୍ସବ ପରେ ଗୋଧ୍ରା ଭଳି କାଣ୍ଡ ହୋଇପାରେ । ଅଧିକ ପଢନ୍ତୁ

Uddhav on Ram Temple Inauguration
ରାମ ମନ୍ଦିର ଉଦଘାଟନ ନେଇ ଉଦ୍ଧବଙ୍କ ପ୍ରତିକ୍ରିୟା

By ETV Bharat Odisha Team

Published : Sep 11, 2023, 8:42 AM IST

ମୁମ୍ବାଇ: ଆସନ୍ତାବର୍ଷ ଜାନୁଆରୀ 22 ତାରିଖରେ ଅଯୋଧ୍ୟାର ଭବ୍ୟ ଦିବ୍ୟ ରାମ ମନ୍ଦିର ଉଦଘାଟନ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଭବ୍ୟ ମନ୍ଦିରର ଉଦଘାଟନ କରିବେ । 22 ଜାନୁୟାରୀରୁ ଗର୍ଭଗୃହରେ ପୂଜା ପାଇବେ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମ । ଏନେଇ ପ୍ରସ୍ତୁତି ଜୋରସୋର ହୋଇଛି । ଏହାରି ଭିତରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଦେଇଥିବା ମନ୍ତବ୍ୟ ପରେ ଚର୍ଚ୍ଚା ଆରମ୍ଭ ହୋଇଛି । ରାମ ମନ୍ଦିର ଉଦଘାଟନ ପରେ ଗୋଧ୍ରା ଭଳି କାଣ୍ଡ ଘଟିପାରେ ବୋଲି କହିଛନ୍ତି ଉଦ୍ଧବ ଠାକରେ ।

ସେ କହିଛନ୍ତି,''ଉତ୍ତରପ୍ରଦେଶର ଅଯୋଧ୍ୟା ରାମ ମନ୍ଦିରର ଉଦଘାଟନ ପାଇଁ ସରକାର ଅଧିକ ସଂଖ୍ୟାର ଲୋକଙ୍କୁ ନିମନ୍ତ୍ରଣ କରିପାରନ୍ତି । ବସ ଓ ଟ୍ରକରେ ଅଧିକ ସଂଖ୍ୟକ ଲୋକ ରାମ ମନ୍ଦିର ଉଦଘାଟନରେ ସାମିଲ ହେବାକୁ ଯାଇପାରନ୍ତି । ମାତ୍ର ଯେବେ ଲୋକ ସେଠାରୁ ଫେରିବେ ତେବେ ଗୋଧ୍ରା ଭଳି କାଣ୍ଡ ହୋଇପାରେ ।'' ଜଲଗାଓରୁ କିଛି ଏମିତି କହିଛନ୍ତି ଉଦ୍ଧବ ଠାକରେ ।

ବିଜେପି ଓ ଆରଏସସକୁ ନେଇ ଉଦ୍ଧବ ଠାକରେ କହିଛନ୍ତି, ''ତୁମ ପାଖରେ ଏମିତି କିଛି ପ୍ରତୀକ ନାହିଁ ଯାହାକୁ ଲୋକ ତାଙ୍କ ଆଦର୍ଶ ମାନିବେ । ଏହା ପରିବର୍ତ୍ତେ ସର୍ଦ୍ଦାର ପଟେଲ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଭଳି ମହାନ ବ୍ୟକ୍ତିତ୍ବଙ୍କୁ ଆଦର୍ଶ ମାନୁଛନ୍ତି । ବିଜେପି ଓ ଆରଏସସ ମୋ ପିତା ବାଲ ଠାକରେଙ୍କ ଆସନ ଅକ୍ତିଆର କରିବାକୁ ଚେଷ୍ଟା କରୁଛନ୍ତି ।''

ଉଦ୍ଧବ ଠାକରେ ଆହୁରି କହିଛନ୍ତି,''ବିଜେପି ଓ ଆରଏସସର ନିଜର କୌଣସି ଉପଲବ୍ଧି ନାହିଁ । ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତୀ 182 ମିଟର ଉଚ୍ଚ ଯାହା ବିଶ୍ବର ସବୁଠୁ ଉଚ୍ଚା ପ୍ରତିମା । ଏହି ଆକାରର ମହତ୍ତ୍ବ ରଖେ ନାହିଁ ତାଙ୍କ ଉପଲବ୍ଧି ମହତ୍ତ୍ବ ରଖେ । ବିଜେପି ଏ ଆରଏସସ ସର୍ଦ୍ଦାର ପଟେଲଙ୍କ ମହାନତା ହାସଲ କରିବାକୁ ଯୋଗ୍ୟ ନୁହନ୍ତି ।''

ଏହା ବି ପଢନ୍ତୁ...Ayodhya Ram Mandir Inauguration: 22 ଜାନୁୟାରୀରେ ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ !

ଏହା ବି ପଢନ୍ତୁ...‘ବିଜେପିର ଗୋଟିଏ ଦେଶ, ଗୋଟିଏ ପାର୍ଟି ନୀତିକୁ ଗ୍ରହଣ କରିବୁ ନାହିଁ ’

ଗୋଧ୍ରା ଘଟଣା କଣ:ଗୁଜୁରାଟ ବହୁଚର୍ଚ୍ଚିତ ଗୋଧ୍ରା ଟ୍ରେନ୍‌ ପୋଡ଼ି ଘଟଣା ଏକ ଜଘନ୍ୟ କାଣ୍ଡ । 2002 ମସିହା ଫେବୃଆରୀ 27 ତାରିଖରେ ଏହି ଟ୍ରେନ ପୋଡି କାଣ୍ଡ ଘଟିଥିଲା । ସାବରମତି ଏକ୍ସପ୍ରେସରେ ପଥରମାଡ କରିବା, ଯାତ୍ରୀଙ୍କୁ ଆକ୍ରମଣ କରିବା, ସେମାନଙ୍କ ଜନିଷପତ୍ର, ଟଙ୍କା ଓ ଗହଣା ଲୁଟ ହୋଇଥିଲା । ଏହି ଟ୍ରେନ୍‌ ପୋଡ଼ି କାଣ୍ଡରେ ମହିଳା ଓ ଶିଶୁଙ୍କୁ ମିଶାଇ ମୋଟ 59 ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ଅଧିକାଂଶ ଅଯୋଧ୍ୟାରୁ ଫେରୁଥିବା କରସେବକ ଥିଲେ ।

ଏହା ପରେ ସମଗ୍ର ଗୁଜୁରାଟରେ ଦଙ୍ଗା ଦେଖା ଯାଇଥିଲା । ଏଥିରେ ପ୍ରାୟ 2 ହଜାର ଲୋକଙ୍କ ପ୍ରାଣହାନୀ ହୋଇଥିଲା । ନିକଟରେ ସୁପ୍ରିମକୋର୍ଟ ଏହି କାଣ୍ଡରେ ସମ୍ପୃକ୍ତ 3 ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର କରିଥିଲେ । ଏହି ମାମଲାରେ ଅନ୍ୟ 4 ଦୋଷୀଙ୍କୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ମୃତ୍ୟୁ ଦଣ୍ଡ ମିଳି ସାରିଛି ।

ABOUT THE AUTHOR

...view details