ରାଞ୍ଚି: ଅଧିକାଂଶ ସମୟରେ ପୋଲିସର ନକାରାତ୍ମକ ଭାବମୂର୍ତ୍ତି ଗଣମାଧ୍ୟମର ହେଡଲାଇନ ହୋଇଥାଏ । କିନ୍ତୁ ଏଠାରେ ପୋଲିସ କର୍ମଚାରୀଙ୍କ ବଦାନ୍ୟତା ସାମନାକୁ ଆସିଛି । ଝାଡ଼ଖଣ୍ଡ ଗୌଡା ପୋଲିସର ମାନବିକତା ଏବେ ପ୍ରଶଂସା ସାଉଣ୍ଟିଛି (Godda Police set Example of Humanity) । ଏଠାରେ ଇନ୍ସପେକ୍ଟର ନିଜେ ଏକ ମୃତଦେହକୁ କାନ୍ଧରେ ବୋହି ଶ୍ମଶାନଘାଟକୁ ନେଇଛନ୍ତି । ଏହି ସମୟରେ ପୋଲିସ କର୍ମଚାରୀମାନେ ମଧ୍ୟ ତାଙ୍କୁ ସହଯୋଗ କରିଥିବା ଦେଖିବାକୁ ମିଳିଛି ।
ଗୌଡାର ପଥରଗାମା ପୋଲିସ ଷ୍ଟେସନ ଅଧୀନରେ ଥିବା ମହେଶଲିଟ୍ଟି ପଞ୍ଚାୟତର ଗନ୍ଧର୍ବପୁର ଗ୍ରାମରେ ପ୍ରସବ ସମୟରେ ଶ୍ରବଣ କୁମାରଙ୍କ ପତ୍ନୀ ସବିନାଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ତାଙ୍କୁ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଉଭୟ ମା' ଏବଂ ଶିଶୁଙ୍କୁ ମୃତ ଘୋଷିତ କରିଥିଲେ ଡାକ୍ତର । ଏହା ପରେ ମୃତଦେହକୁ ଗାଁକୁ ନିଆଯାଇଥିଲା । ମୃତକଙ୍କ ଘରେ ମାତ୍ର ଦୁଇଜଣ ସଦସ୍ୟ ଥିଲେ । ଜଣେ ମହିଳାଙ୍କ ସ୍ବାମୀ ଏବଂ ଅନ୍ୟଜଣେ ତାଙ୍କ ଭାଉଜ । ପାରସ୍ପରିକ ସମ୍ପର୍କ ମଧ୍ୟରେ ବିବାଦ ଥିବାରୁ ତାଙ୍କୁ କାନ୍ଧ ଦେବାକୁ କେହି ଆସିନଥିଲେ ।