ଓଡିଶା

odisha

ETV Bharat / bharat

ଛେଳି ଚୋରକୁ ଧରିବା ବେଳେ ରାଜସ୍ଥାନ ପୋଲିସ ଉପରେ ଗ୍ରାମବାସୀଙ୍କ ପଥର ମାଡ଼

ଛେଳି ଚୋରକୁ ଧରିବା ପରେ ଗ୍ରାମବାସୀ ରାଜସ୍ଥାନ ପୋଲିସ ଉପରକୁ ଫିଙ୍ଗିଲେ ପଥର । ପୁରା ଘଟଣା ଜାଣିବା ଲାଗି ପଢନ୍ତୁ ସମ୍ପୂର୍ଣ୍ଣ ଖବର

stone pelting in Rajasthan
stone pelting in Rajasthan

By

Published : Aug 15, 2023, 10:01 PM IST

ଜୟପୁର: ଛେଳି ଚୋରକୁ ଧରିବା ପରେ ରାଜସ୍ଥାନ ପୋଲିସ ଉପରେ ପଥର ମାଡ଼ । ସ୍ଥାନୀୟ ଲୋକେ ପୋଲିସ ଉପରକୁ ଟେକା ପଥର ଫିଙ୍ଗିବା ପରେ ଘଟଣାରେ ୯ ଜଣ ପୋଲିସ ଅଧିକାରୀ ଆହତ ହୋଇଛନ୍ତି । ଏଭଳି ଘଟଣା ସାଲୁମ୍ବର ଜିଲ୍ଲା ଅଞ୍ଚଳରେ ଦେଖିବାକୁ ମିଳିଛି । ଗ୍ରାମବାସୀଙ୍କ ଦ୍ବାରା ଛେଳି ଚୋର ଧରା ପଡ଼ିଥିବା ବେଳେ ପୋଲିସ ଉକ୍ତ ଚୋରକୁ ହେପାଜତକୁ ନେଇଥିଲା । ଏହି ସମୟରେ ପୋଲିସକୁ ସ୍ଥାନୀୟ ଅଧିବାସୀଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଛି ।

ଏହି ପଥରମାଡ଼ ଘଟଣାରେ ସେମାରିଆ ପୋଲିସ ଷ୍ଟେସନର ଆସିଷ୍ଟାଣ୍ଡ ସବଇନ୍ସପେକ୍ଟର ବଚ୍ଛୁ ଲାଲ ମଧ୍ୟ ଆହତ ହୋଇଛନ୍ତି । ଏପରିକି ଉତ୍ତେଜିତ ସ୍ଥାନୀୟ ବାସିନ୍ଦା ପୋଲିସ ଗାଡ଼ିକୁ ମଧ୍ୟ କ୍ଷିତ ପହଞ୍ଚାଇଛନ୍ତି । ଏ ନେଇ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତ ଗ୍ରାମବାସୀଙ୍କୁ ପୋଲିସ ଚିହ୍ନଟ କରିଛି । ଏହି ଘଟଣାରେ ଆହତ ପୋଲିସ ଅଧିକାରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସର କହିବା ଅନୁସାରେ ସେମାରିଆ ଅଞ୍ଚଳରେ ମାତିଥିଲେ କିଛି ଛେଳି ଚୋର । ତେବେ ସ୍ଥାନୀୟ ଗ୍ରାମବାସୀ ସେମାନଙ୍କୁ କାବୁ କରିବା ଲାଗି ଉଦ୍ୟମ କରିଥିଲେ ।

ଏହା ବି ପଢନ୍ତୁ-Manipur: ଥମୁନି ହିଂସା, ଗତକାଲି ରାତିରେ ବିଭିନ୍ନ ସ୍ଥାନରେ ପୋଲିସ ଉପରେ ଆକ୍ରମଣ

ମୋଟ ୫ ଜଣ ଚୋରଙ୍କ ମଧ୍ୟରୁ ଜଣକୁ ଧରିଥିଲେ ଗ୍ରାମବାସୀ । ଉକ୍ତ ଚୋରର ନାମ କମଳେଶ ମୀନା ବୋଲି ଜଣାପଡ଼ିଛି । ତେବେ ଏହି ଚୋରକୁ ଗ୍ରାମବାସୀମାନେ ଧରିବା ପରେ ତାକୁ ଏକ କୋଠରୀରେ ତାଲା ପକାଇ ରଖିଥିଲେ । ତେବେ ଏ ସମ୍ପର୍କରେ ପୋଲିସ ଖବର ପାଇବା ମାତ୍ରେ ଗାଁରେ ପହଞ୍ଚି ଅଭିଯୁକ୍ତ କମଳେଶକୁ କାବୁ କରି ହେପାଜତକୁ ନେଇଥିଲା । ଯେତେବେଳେ ପୋଲିସ ଟିମ ଚୋରକୁ ନିଜ ସାଙ୍ଗରେ ନେଇ ଯାଇଥିଲେ, ଏହି ସମୟରେ ଗ୍ରାମବାସୀମାନେ ଆକ୍ରମଣାତ୍ମକ ହୋଇ ଉଠି ପଥର ମାଡ଼ କରିଥିଲେ । ଆଇନକୁ ହାତକୁ ନେଇଥିବାରୁ ଗ୍ରାମବାସୀଙ୍କ ବିରୋଧରେ ମାମଲା ରୁୁଜୁ ହୋଇଛି ।

ସୂଚନା ଥାଉ କି ମଣିପୁର ହିଂସାକାଣ୍ଡରେ ମଧ୍ୟ ଦୁର୍ବୃତ୍ତମାନେ ପୋଲିସ ଉପରକୁ ଆକ୍ରମଣ କରିଥିଲେ । ଚୋରାଚାନ୍ଦପୁର ଜିଲ୍ଲା ସମେତ ରାଜ୍ୟର ଅନ୍ୟ କିଛି ସ୍ଥାନରେ ଏପରି ଘଟଣା ଦେଖିବାକୁ ମିଳିଥିଲା । ଏକାଧିକ ସ୍ଥାନରେ ଗତ ଜୁନ ୧୭ ତାରିଖରେ ସାରା ରାତି ହିଂସା ଓ ଉତ୍ତେଜନା ଲାଗି ରହିଥିବା ବେଳେ ସେନା ଓ ପୋଲିସକୁ ଆକ୍ରମଣ ହୋଇଥିଲା । ଉତ୍ତ୍ୟକ୍ତ ଲୋକଙ୍କୁ କାବୁ କରିବାକୁ ସୁରକ୍ଷାବଳ ରବର ବୁଲେଟ ଓ ଲୁହବୁହା ଗ୍ୟାସ ମଧ୍ୟ ପ୍ରୟୋଗ କରାଯାଇଥିଲା । ଏଥିରେ ଏକାଧିକ ଆହତ ହୋଇଥିଲେ ।

ABOUT THE AUTHOR

...view details