ଓଡିଶା

odisha

ETV Bharat / bharat

ମିଶନ ଗୋଆ ଲକ୍ଷ୍ୟରେ କେଜ୍ରିୱାଲ, କହିଲେ କ୍ଷମତାକୁ ଆସିଲେ ନିର୍ମାଣ ହେବ ନୂଆ ଗୋଆ

ଆସନ୍ତାବର୍ଷ ଦେଶର 7 ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟିର ଜୋରଦାର ପ୍ରସ୍ତୁତି । ଏ ନେଇ ଦୁଇ ଦିନିଆ ଗୋଆ ଗସ୍ତରେ ଅଛନ୍ତି ଅରବିନ୍ଦ କେଜ୍ରିୱାଲ । ଅଧିକ ପଢନ୍ତୁ...

By

Published : Jul 13, 2021, 5:52 PM IST

ଅରବିନ୍ଦ କେଜ୍ରିୱାଲ
ଅରବିନ୍ଦ କେଜ୍ରିୱାଲ

ପାଣାଜି:ଆସନ୍ତା ବର୍ଷ ଦେଶର 7 ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟିର ଯୋରଦାର ପ୍ରସ୍ତୁତି । ଦଳ ଦିଲ୍ଲୀ ଦଖଲ ପରେ ଏବେ ଜାତୀୟ ରାଜନୀତିରେ ପ୍ରବେଶ ପାଇଁ ଚଳାଇଛି ରଣନୀତି । ଏ ନେଇ ଦୁଇ ଦିନିଆ ଗୋଆ ଗସ୍ତରେ ଅଛନ୍ତି ଅରବିନ୍ଦ କେଜ୍ରିୱାଲ ।

ଦଳର ଆଗାମୀ ଲକ୍ଷ୍ୟ ପଞ୍ଜାବ, ଗୁଜୁରାଟ, ଉତ୍ତରାଖଣ୍ଡ, ୟୁପି ଓ ଗୋଆ ଉପରେ ରହିଛି । ଏହି ସମସ୍ତ ରାଜ୍ୟରେ ଦଳ ସଂଗଠନ ବଢାଇବା ସହ ଦଳୀୟ କାର୍ଯ୍ୟକ୍ରମ ଜାରି ରଖିଛି । ଦଳର ବିଧାୟକ ସାଂସଦ ବିଭିନ୍ନ ସମୟରେ ବିଭିନ୍ନ ରାଜ୍ୟକୁ ଯାଇ ରଣନୀତି ପ୍ରସ୍ତୁତ କରୁଛନ୍ତି । ଆଉ ଏହାର ନେତୃତ୍ବ ନେଉଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

ପଞ୍ଜାବ, ଗୁଜୁରାଟ, ଉତ୍ତରାଖଣ୍ଡ, ୟୁପି ଗସ୍ତ ପରେ ଏବେ 2 ଦିନିଆ ଗୋଆ ଗସ୍ତରେ ଅଛନ୍ତି କେଜ୍ରିୱାଲ । ଦଳୀୟ ସଂଗଠନ ମଜବୁତ ସହ ଆଗାମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବେ କେଜ୍ରିୱାଲ । ଗୋଆରେ ନୂଆ ସକାଳ ହେବ । ଗୋଆ ସ୍ବଚ୍ଛ ରାଜନୀତି ଚାହେଁ ବୋଲି କହିଛନ୍ତି କେଜ୍ରିୱାଲ ।

ଏହି ଅବସରରେ କେଜ୍ରିୱାଲ ବିଜେପି ସରକାର ଉପରେ ବର୍ଷିବା ସହ ଗୋଆର ବିକାଶ ପାଇଁ ଜନତା ଭୋଟ ଦେଇଛନ୍ତି, ନିଚ ରାଜନୀତି ପାଇଁ ନୁହେଁ ବୋଲି ପରୋକ୍ଷରେ କଟାକ୍ଷ କରିଛନ୍ତି । କେଜ୍ରିୱାଲ କହିଛନ୍ତି ଗୋଆର ପୂର୍ଣ୍ଣାଙ୍ଗ ବିକାଶ ପାଇଁ ଟଙ୍କାର ଅଭାବ ନାହିଁ, କେବଳ ଇଚ୍ଛା ଶକ୍ତିର ଅଭାବ ରହିଛି ବୋଲି କହିଛନ୍ତି ।

ସେହିପରି ଦଳ ଆଗାମୀ ନିର୍ବାଚନ ପୂରା ଶକ୍ତିର ସହ ଲଢିବ । କ୍ଷମତାକୁ ଆସିଲେ ଗୋଆର ଦ୍ରୁତ ବିକାଶ ହେବ । ନୂଆ ଗୋଆ ନିର୍ମାଣ ହେବ । ଲୋକଙ୍କ 3 ଶହ ୟୁନିଟ ପର୍ଯ୍ୟନ୍ତ ବିଜୁଳି ମାଗଣାରେ ଦିଆଯିବ । 24 ଘଣ୍ଟା ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି କହିଛନ୍ତି ।


@ANI

ABOUT THE AUTHOR

...view details