ପାନାଜୀ:ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂହଙ୍କୁ ନୋଟିସ୍ ଜାରି କରିଛି ଗୋଆ ପର୍ଯ୍ୟଟନ ବିଭାଗ । ମୋରଜିମ୍ରେ ଯୁବରାଜଙ୍କ ସିଂହଙ୍କ ଏକ ଭିଲା ରହିଛି । ତେବେ ଏହାକୁ ଗୋଆ ପର୍ଯ୍ୟଟନ ବିଭାଗ ପାଖରେ ଯୁବରାଜ ପଞ୍ଜୀକୃତ କରାଇନଥିବା ଅଭିଯୋଗ ହୋଇଛି । ପଞ୍ଜୀକୃତ ନକରି ଏହାକୁ ବ୍ୟବସାୟ ଲଗାଇବାକୁ ବିଜ୍ଞପ୍ତି ଦେଇଛନ୍ତି ଯୁବରାଜ । ଏହାକୁ ନେଇ ତାଙ୍କ ନିକଟକୁ ନୋଟିସ୍ କରାଯାଇଛି ।
ଏହି ନୋଟିସ୍କୁ ନେଇ ଡିସେମ୍ବର ୮ ତାରିଖ ସୁଦ୍ଧା ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ହାଜର ହେବାକୁ କୁହାଯାଇଛି । ନୋଟିସ୍ ପରେ ଯୁବରାଜଙ୍କ ବିରୋଧରେ ଆଇନଗତ ପ୍ରକ୍ରିୟା ଆରମ୍ଭ କରିଛି ଗୋଆ ପର୍ଯ୍ୟଟନ ବିଭାଗ । ଟୁରିଷ୍ଟ ଟ୍ରେଡ୍ ଆକ୍ଟରେ ଏହି ଭିଲା ପଞ୍ଜୀକୃତ କରିବାର ଥିଲା । ତେବେ ତାହା ନକରି ଯୁବରାଜ ବିଭିନ୍ନ ସାଇଟ୍ରେ ଭିଲାରେ ରହିବାକୁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏହାକୁ ନେଇ ଯୁବରାଜଙ୍କ ଏକ ଟ୍ବିଟ୍କୁ ନଜରରେ ରଖିଛି ।