ନୂଆଦିଲ୍ଲୀ:ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ । ଗୋଆ ପୋଲିସ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ ଜାରି କରିଛି । ଆସନ୍ତା ଏପ୍ରିଲ 27 ତାରିଖରେ ପଚରାଉଚରା ପାଇଁ ହାଜର ହେବାକୁ ସମନରେ ନିର୍ଦ୍ଦେଶ ହୋଇଛି । ସରକାରୀ ସମ୍ପତ୍ତି ଏବଂ ସର୍ବସାଧାରଣ ସ୍ଥାନରେ ତଥା ଅବୈଧ ସ୍ଥାନରେ ନିର୍ବାଚନୀ ପୋଷ୍ଟର ତିଆରି କରିବା ଏବଂ ଲଗାଇବା ମାମଲାରେ ଏହା ସମନ ଜାରି ହୋଇଛି । ସମନ ଅନୁସାରେ ଗୋଆର ପେରନେମ ପୋଲିସ ନିକଟରେ ହାଜର ହେବାକୁ କୁହାଯାଇଛି ।
ପେରନେମ ପୋଲିସ ତାର ନୋଟିସରେ କହିଛି, ''ଅରବିନ୍ଦ କେଜ୍ରିୱାଲଙ୍କୁ ପଚରାଉଚରା କରିବାକୁ ପୋଲିସ ପାଖରେ ଯଥେଷ୍ଟ ଉପଯୁକ୍ତ କାରଣ ଥିବା ମାମଲାର ତଦନ୍ତରେ ସାମ୍ନାକୁ ଆସିଛି । ସମ୍ପତ୍ତି ନଷ୍ଟ କରିଥିବା ମାମଲାରେ ତଦନ୍ତ ସମୟରେ ଏହି ଘଟଣାରେ ତଥ୍ୟ ଓ ପରିସ୍ଥିତ ବିଷୟରେ ସୂଚନା ପାଇଁ ତୁମକୁ ପଚରାଉଚରା କରାଯିବ ।'' ସିଆରପିସି ଧାରା 41 (ଏ) ଅଧୀନରେ କୌଣସି ମାମଲାରେ ପୋଲିସ ଯେ କୌଣସି ବ୍ୟକ୍ତିଙ୍କୁ ପଚରାଉରରା କରିପାରିବ । ଯଦି ଉପଯୁକ୍ତ ଅଭିଯୋଗ ଓ ସନ୍ଦେହ ଅଛି ତେବେ ବ୍ୟକ୍ତିଙ୍କୁ ପଚରାଉଚରା ପାଇଁ ନୋଟିସ ଦିଆଯାଇପାରିବ । ଏ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମଳିନାହିଁ ।
ପେରନେମ ପୋଲିସ ଇନ୍ସପେକ୍ଟର ଦିଲ୍ଲୀପ କୁମାର ହାଲାରଙ୍କର ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ନୋଟିସ କରିଛନ୍ତି । ସିଆରପିସି ଧାରା 41 (ଏ) ଅଧୀନରେ ଏହି ସମନ ଜାରି ହୋଇଛି । ଆସନ୍ତା 27 ତାରିଖରେ ଗୋଆ ପେରନେମ ପୋଲିସ ନିକଟରେ ହାଜର ହେବାକୁ ସମନରେ କୁହାଯାଇଛି । 2022 ଗୋଆ ବିଧାନସଭା ନିର୍ବାଚନରେ ଆପ ବିରୋଧରେ ହୋଇଥିବା ଏକ ସମ୍ପତ୍ତି ନଷ୍ଟ ମାମଲାର ପେରନେମ ପୋଲିସ ତଦନ୍ତ କରୁଛି ।