ଓଡିଶା

odisha

ETV Bharat / bharat

Goa gangrape: ଗୋଆ ବେଳାଭୂମିରେ ନାବାଳିକାଙ୍କୁ ଗଣଦୁଷ୍କର୍ମ, ମୁଖ୍ୟମନ୍ତ୍ରୀଙ୍କ ବୟାନ ନେଇ ଝଡ - ମୁଖ୍ୟମନ୍ତ୍ରୀ ପ୍ରମୋଦ ସା

ରବିବାର ଗୋଆ ବେଳାଭୂମିରେ ଦୁଇ ନାବାଳିକାଙ୍କ ସହ ଗଣଦୁଷ୍କର୍ମ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ବିବାଦିତ ବୟାନ । ବିଧାନସଭାରେ ବୟାନ ଦେଇଥିଲେ ସାୱନ୍ତ । ଅଧିକ ପଢନ୍ତୁ....

Goa gangrape: ଗୋଆ ବେଳାଭୂମିରେ ଗଣଦୁଷ୍କର୍ମ, ମୁଖ୍ୟମନ୍ତ୍ରୀଙ୍କ ବୟାନ ଉପରେ ବିବାଦର ଝଡ
Goa gangrape: ଗୋଆ ବେଳାଭୂମିରେ ଗଣଦୁଷ୍କର୍ମ, ମୁଖ୍ୟମନ୍ତ୍ରୀଙ୍କ ବୟାନ ଉପରେ ବିବାଦର ଝଡ

By

Published : Jul 29, 2021, 7:37 PM IST

Updated : Jul 29, 2021, 7:47 PM IST

ଗୋଆ: ଗୋଆ ବେଳାଭୂମିରେ ଦୁଇ ନାବାଳିକାଙ୍କ ସହ ଗଣଦୁଷ୍କର୍ମ (Goa gangrape) ଘଟଣା ପରେ ବିରୋଧୀ ଦଳଙ୍କ ଟାର୍ଗେଟରେ ସାୱନ୍ତ ସରକାର । ଏହାରି ମଧ୍ୟରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ପକ୍ଷରୁ ବିଧାନସଭାରେ ଦିଆଯାଇଥିବା ବୟାନ ଉପରେ ସୃଷ୍ଟି ହୋଇଛି ବିବାଦର ଝଡ ।

କଥିତ ରୂପେ ଗୋଆ ମୁଖ୍ୟମନ୍ତ୍ରୀ କହିଛନ୍ତି, ପିଲାମାନେ ଏତେ ରାତି ଯାଏଁ ସମୁଦ୍ର କୂଳରେ କାହିଁକି ଥିଲେ, ଏନେଇ ବାପା ମା'ଙ୍କୁ ଆତ୍ମ ମନ୍ଥନ କରିବାକୁ ପଡିବ । ଏହି ବୟାନକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଘେରିଛନ୍ତି ବିରୋଧୀ ।

ବିଧାନସଭାରେ ଏହି ଘଟଣା ଉପରେ ଚର୍ଚ୍ଚା ସମୟରେ ପ୍ରମୋଦ ସାୱନ୍ତ କହିଛନ୍ତି, ଯଦି ୧୪ ବର୍ଷର ପିଲା ସାରା ରାତି ବିଚ୍‌ରେ ରହୁଛି, ତାହେଲେ ବାପା ମା'ଙ୍କୁ ଏହା ଉପରେ ବିଚାର କରିବାକୁ ପଡିବ । କାରଣ ପିଲାମାନେ ଶୁଣୁ ନାହାଁନ୍ତି, ଏଥିପାଇଁ କେବଳ ସରକାର ଓ ପୋଲିସ ଉପରେ ସବୁ ଦାୟିତ୍ବ ଲଦି ଦିଆଯାଇପାରିବ ନାହିଁ ।

ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନକୁ ନେଇ ଜାରି ରହିଛି ହଙ୍ଗମା । ଗୋଆ ପ୍ରଦେଶ କଂଗ୍ରେସ ମୁଖପାତ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ଉପକୂଳବର୍ତ୍ତୀ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଛି । ରାତିରେ ବାହାରେ ବୁଲିବାବେଳେ ଆମେ କାହିଁକି ଭୟଭୀତ ହେବା ଉଚିତ? ଅପରାଧୀମାନେ ଜେଲରେ ରହିବା ଦରକାର ଏବଂ ଆଇନ ମାନୁଥିବା ନାଗରିକମାନେ ବାହାରେ ମୁକ୍ତ ଭାବରେ ବୁଲିବା ଆବଶ୍ୟକ ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର । ଏହ ଘଟଣା ପରେ ସୋସିଆଲ ମିଡିଆରେ #girlsrightmatters ଟ୍ରେଣ୍ଡିଂ କରୁଛି ।

ରବିବାର ଗୋଆ ରାଜଧାନୀଠାରୁ ପ୍ରାୟ 30 କିଲୋମିଟର ଦୂରରେ ଥିବା ବେଳାଭୂମିରେ ଚାରିଜଣ ନିଜକୁ ପୋଲିସ କର୍ମୀ କହି ଦୁଇଜଣ ନାବାଳିକାଙ୍କ ସହ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ସୁଦ୍ଧା ଘଟଣାରେ ୪ ଅଭିଯୁକ୍ତ ଗିରଫ ହୋଇସାରିଛନ୍ତି ।

Last Updated : Jul 29, 2021, 7:47 PM IST

ABOUT THE AUTHOR

...view details