ନୂଆଦିଲ୍ଲୀ: ପାର୍କିଂରେ ଛିଡା ହୋଇଥିବା ଏକ ଇଣ୍ଡିଗୋ ବିମାନ ତଳେ ପିଶିଗଲା ଅନ୍ୟ ଏକ ବିମାନ କମ୍ପାନୀର କାର । ବିମାନର ଆଗ ଚକରେ ଧକ୍କା ଖାଇବାରୁ ଅଳ୍ପକେ ବର୍ତ୍ତିଯାଇ କାରଟି ବିମାନ ତଳେ ଅତିକ୍ରମ କରିଯାଇଥିଲା । ଏପରି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ । ଉକ୍ତ କାରଟି ଗୋ-ଫାଷ୍ଟ ବିମାନ କମ୍ପାନୀର ବୋଲି ଜଣାପଡିଛି । ତେବେ ଏପରି ହେବାର କାରଣ ନେଇ କିଛି ସ୍ପଷ୍ଟ ହୋଇ ପାରିନଥିବା ବେଳେ ତଦନ୍ତ ଜାରି ରହିଛି ।
ମିଳିଥିବା ସୂଚନା ଅନୁସାରେ, ଆଜି ପୂର୍ବାହ୍ନରେ ଇଣ୍ଡିଗୋ ଏୟାର ଲାଇନ୍ସର ଏହି A320-neo ବିମାନଟି ଦିଲ୍ଲୀରୁ ପାଟନା ଅଭିମୁଖେ ଉଡାଣ ଭରିବା ପାଇଁ ପ୍ରସ୍ତୁତ ହୋଇଥିଲା । ବିମାନରେ ଯାତ୍ରୀଙ୍କ ବୋର୍ଡିଂ ମଧ୍ୟ ସରିଥିଲା । ବିମାନଟି ଆଉ କିଛି ସମୟ ମଧ୍ୟରେ ଉଡାଣ ଭରିବା ପାଇଁ ରନ-ଓ୍ବେ ଅଭିମୁଖେ ଯିବା ପୂର୍ବରୁ 2 ନମ୍ବର ଟର୍ମିନାଲରେ ଛିଡା ହୋଇଥିଲା । ହଠାତ ସେହି ସ୍ଥାନରେ ଏକ ମାରୁତି ସୁଜୁକି କାର ବିମାନ ତଳେ ପଶି ସେପଟକୁ ଅତିକ୍ରମ କରିଥିଲା । ବିମାନର ଆଗ ଚକରେ କାରଟି ଧକ୍କା ହେବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ମଧ୍ୟ ବିମାନର ସେହି ଅଂଶଟି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି ।