ସୁରଟ: କିଛି ନୂଆ କରିବାର ଇଚ୍ଛା ଏବଂ ଆଗ୍ରହ, ଶିଳ୍ପୀଙ୍କୁ ଦିଏ ନୂଆ ପରିଚୟ । ନିଜର ଅଭିଳାସକୁ ସୂକ୍ଷ୍ମ କଳାକୃତି ମାଧ୍ୟମରେ ପରିପ୍ରକାଶ କରି ରାଜ୍ୟରେ ଜଣେ ଜଣାଶୁଣା ଶିଳ୍ପୀ ଭାବେ ପରିଚୟ ପାଇଛନ୍ତି ।
ଗ୍ଲୋବାଲ୍ ପାଟିଦାର ବ୍ୟବସାୟ ସମ୍ମିଳନୀ 2022ରେ 36 କିଲୋଗ୍ରାମ ରୂପା ଆବୃତ ବସ୍ତ୍ର ଦେଖି ସୁରଟର ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାର ମୂଲ୍ୟ ବିଷୟରେ ଜାଣିବା ପରେ ଯେ କେହି ବି ଆଚମ୍ବିତ ହୋଇଯିବ ।
ଏପ୍ରିଲ୍ 29ରୁ ମେ 1 ପର୍ଯ୍ୟନ୍ତ ସୁରଟର ସରସାନା ଠାରେ ଗ୍ଲୋବାଲ୍ ପାଟିଦାର ବ୍ୟବସାୟ ସମ୍ମିଳନୀ 2022 ଅନୁଷ୍ଠିତ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦଘାଟନ କରିଥିଲେ । ପ୍ରେମବତୀ ଗୋଲ୍ଡ ଗୁଜୁରାଟ ପାଟିଦାର ବ୍ୟବସାୟ ସମ୍ମିଳନୀରେ ଏକ 36 କିଲୋଗ୍ରାମ ରୂପା ଆବୃତ ଭଗବାନଙ୍କ ପବିତ୍ର ପୋଷାକ ତିଆରି କରିଥିଲେ । ଯାହାକୁ ତିଆରି କରିବା ପାଇଁ ୧୮ ଜଣ ଶିଳ୍ପୀ ସହ ୯୫ ଦିନ ସମୟ ଲାଗିଥିଲା । ଯାହାକି ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଇବା ସହ ପ୍ରଶଂସନୀୟ ଅଟେ । ଏହାସହ ସୁନାର ଏକ ଆଙ୍ଗୁଠି ମଧ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏହି ହାତ ମୁଦିଟି 18 କ୍ୟାରେଟ୍ ସୁନାରେ ନିର୍ମିତ ହୋଇଥିବା ବେଳେ ୧୨ ଇଞ୍ଚର ଉଚ୍ଚତା ସହ 400 ଗ୍ରାମର ଓଜନ ଅଟେ । ରିଙ୍ଗର ମଝି ଭାଗରେ ରହିଥିବା ବାଦାମୀ ରଙ୍ଗର ହୀରା ଦର୍ଶକଙ୍କ ମନ ମୋହିଥିଲା । ଯାହାର ମୂଲ୍ୟ ରହିଛି ୨୨ ଲକ୍ଷ ଟଙ୍କା ।
ପ୍ରେମବତୀ ଗୋଲ୍ଡର ମାଲିକ ଜିଗ୍ନେଶ ଲାକେଡେଙ୍କ କହିବାନୁସାରେ, ପ୍ରଭୁ ସ୍ୱାମୀନାରାୟଣଙ୍କ ପବିତ୍ର ପୋଷାକ ବେଙ୍ଗଲ କାରିଗରମାନଙ୍କ ଦ୍ୱାରା 36 କିଲୋଗ୍ରାମ ରୂପାରୁ ତିଆରି ହୋଇଥିଲା । ଏହାକୁ ନିର୍ମାଣ କରିବା ପାଇଁ ୪୪ ଲକ୍ଷ ମଜୁରୀ ଲାଗିଥିବା ବେଳେ ଏହା ସଂପୂର୍ଣ୍ଣ ରୂପେ ସୁନାରେ ନିର୍ମିତ ହୋଇଥିଲା । ଏଥିରେ ଆମେରିକାର ହୀରା ବ୍ୟବହାର ହୋଇଥିଲା । ଯାହାକି ସ୍ବାମୀ ନାରାୟଣ ମନ୍ଦିରର୍ ଅର୍ପଣ କରାଯିବ । ଏହାକୁ ଅଧିକ ଆକର୍ଷଣ କରିବା ନିମନ୍ତେ ଏଥିରେ ହାତୀ, ବାଘ, ଘୋଡାର ଚିତ୍ର ପ୍ରଦାନ କରାଯାଇଥିଲା ।