ଦିସପୁର: ସରିଲା ପ୍ରଚାର । ପ୍ରସ୍ତୁତ ନିର୍ବାଚନୀ ମୈଦାନ । ପ୍ରାର୍ଥୀଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ ଆଉ ମତଦାନ କରିବେ ଜନସାଧାରଣ । ଶନିବାର ପ୍ରଥମ ପର୍ଯ୍ୟାୟରେ ଆସାମର 47ଟି ବିଧାନସଭା ଆସନରେ ହେବ ମତଦାନ ।
ପ୍ରଥମ ପର୍ଯ୍ୟାୟ ଆସାମ ବିଧାନସଭା ନିର୍ବାଚନ, 47 ଆସନରେ ହେବ ମତଦାନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କ ନେତୃତ୍ୱରେ ଆସାମରେ ସ୍ୱାଧୀନତା ପରଠାରୁ ପ୍ରଥମ ଭାରତୀୟ ଜନତା ପାର୍ଟିର ସରକାର । ତେବେ ଶାସନ ବଜାୟ ରଖିବା ପାଇଁ କୌଣସି ସୁଯୋଗକୁ ହାତଛଡା କରିବାକୁ ଚାହୁଁନାହିଁ ବିଜେପି ।
ପ୍ରଥମ ପର୍ଯ୍ୟାୟ ଆସାମ ବିଧାନସଭା ନିର୍ବାଚନ, 47 ଆସନରେ ହେବ ମତଦାନ ପ୍ରଥମ ପର୍ଯ୍ୟାୟ ଆସାମ ବିଧାନସଭା ନିର୍ବାଚନ, 47 ଆସନରେ ହେବ ମତଦାନ 10ରୁ ଅଧିକ ରାଜନୈତିକ ଦଳର 264 ଜଣ ପ୍ରାର୍ଥୀ ପ୍ରଥମ ପର୍ଯ୍ୟାୟରେ 47 ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ତେବେ ଆସାମ ନିର୍ବାଚନ ପାଇଁ ADR ତଥ୍ୟ ଅନୁଯାୟୀ 264 ଜଣ ପ୍ରାର୍ଥୀଙ୍କ ମଧ୍ୟରୁ 259 ଜଣଙ୍କ ସତ୍ୟପାଠକୁ ଯାଞ୍ଚ କରାଯାଇଛି । ଅନ୍ୟପକ୍ଷେ ନିର୍ବାଚନ ଆୟୋଗଙ୍କ ୱାବସାଇଟରେ ସମ୍ପୂର୍ଣ୍ଣ ଆଫିଡେବିଟ ଅପଲୋଡ ହୋଇନଥିବା ଯୋଗୁଁ 5 ଜଣ ପ୍ରାର୍ଥୀଙ୍କ ତଥ୍ୟ ବିଶ୍ଳେଷଣ କରାଯାଇ ନାହିଁ ।
ପ୍ରଥମ ପର୍ଯ୍ୟାୟ ଆସାମ ବିଧାନସଭା ନିର୍ବାଚନ, 47 ଆସନରେ ହେବ ମତଦାନ ପ୍ରଥମ ପର୍ଯ୍ୟାୟ ଆସାମ ବିଧାନସଭା ନିର୍ବାଚନ, 47 ଆସନରେ ହେବ ମତଦାନ ସେପଟେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ କେନ୍ଦ୍ର ସଂଖ୍ୟା 2016ରେ 24,890 ଥିବାବେଳେ 2021ରେ ଏହା 33,530କୁ ବୃଦ୍ଧି କରାଯାଇଛି। ଆସାମରେ ବର୍ତ୍ତମାନର ସରକାରଙ୍କ କାର୍ଯ୍ୟକାଳ 31 ମଇରେ ଶେଷ ହେବାକୁ ଯାଉଛି ।
ପ୍ରଥମ ପର୍ଯ୍ୟାୟ ଆସାମ ବିଧାନସଭା ନିର୍ବାଚନ, 47 ଆସନରେ ହେବ ମତଦାନ ପ୍ରଥମ ପର୍ଯ୍ୟାୟ ଆସାମ ବିଧାନସଭା ନିର୍ବାଚନ, 47 ଆସନରେ ହେବ ମତଦାନ 259 ଜଣ ପ୍ରାର୍ଥୀଙ୍କ ମଧ୍ୟରୁ 97 (37%) ପ୍ରାର୍ଥୀ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା ପଞ୍ଚମରୁ ଦ୍ୱାଦଶ ମାନ୍ୟତା ମଧ୍ୟରେ ଘୋଷଣା କରିଥିବାବେଳେ, 157 (61%) ପ୍ରାର୍ଥୀ ସ୍ନାତକ କିମ୍ବା ତଦୁର୍ଦ୍ଧ୍ୱ ଶିକ୍ଷାଗତ ଯୋଗ୍ୟତା ଘୋଷଣା କରିଛନ୍ତି। ଚାରିଜଣ ପ୍ରାର୍ଥୀ ହେଉଛନ୍ତି ଡିପ୍ଲୋମା ଡିଗ୍ରୀଧାରୀ ଏବଂ ଜଣେ ପ୍ରାର୍ଥୀ କେବଳ ସାକ୍ଷର।
ପ୍ରଥମ ପର୍ଯ୍ୟାୟ ଆସାମ ବିଧାନସଭା ନିର୍ବାଚନ, 47 ଆସନରେ ହେବ ମତଦାନ ପ୍ରଥମ ପର୍ଯ୍ୟାୟ ଆସାମ ବିଧାନସଭା ନିର୍ବାଚନ, 47 ଆସନରେ ହେବ ମତଦାନ 259 ଜଣଙ୍କ ମଧ୍ୟରୁ 25 (10%) ମହିଳା ପ୍ରାର୍ଥୀ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ।
ପ୍ରଥମ ପର୍ଯ୍ୟାୟ ଆସାମ ବିଧାନସଭା ନିର୍ବାଚନ, 47 ଆସନରେ ହେବ ମତଦାନ ମତଦାନର ପ୍ରଥମ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା 101 ପ୍ରାର୍ଥୀଙ୍କ ଆର୍ଥିକ ପୃଷ୍ଠଭୂମି (39%) ସହିତ କୋଟିପତି ବର୍ଗର ଅଟେ । ଭାରତୀୟ ଜାତୀୟ କଂଗ୍ରେସ ସର୍ବାଧିକ ସଂଖ୍ୟକ କୋଟିପତି ଥିବା ଶୀର୍ଷ ଦଳ ଭାବେ ରେକର୍ଡ କରିଛି ।
ବିଶ୍ଳେଷଣ କରାଯାଇଥିବା 259 ଜଣ ପ୍ରାର୍ଥୀଙ୍କ ମଧ୍ୟରୁ 41 (16%) ପ୍ରାର୍ଥୀ ଅପରାଧିକ ମାମଲା ଘୋଷଣା କରିଥିବାବେଳେ 34 (13%)ଙ୍କ ବିରୋଧରେ ଗୁରୁତର ଅପରାଧିକ ମାମଲା ରହିଛି ।
ପ୍ରଥମ ପର୍ଯ୍ୟାୟରେ 47 ଟି ନିର୍ବାଚନମଣ୍ଡଳୀ ମଧ୍ୟରୁ 3ଟି (6%) ରେଡ୍ ଆଲର୍ଟ ନିର୍ବାଚନମଣ୍ଡଳୀ ଘୋଷିତ ହୋଇଛି, ଯେଉଁଠାରେ ତିନି କିମ୍ବା ଅଧିକ ପ୍ରତିଯୋଗୀ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି ।