ଶ୍ରୀନଗର:ପରିବେଶକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ନିଆରା ଅଭିଯାନ । ପ୍ଲାଷ୍ଟିକ ଦିଅନ୍ତୁ, ସୁନା ନିଅନ୍ତୁ ଅଭିଯାନ ଆରମ୍ଭ ହେଲା ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ । ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଂଗ୍ରହ ପାଇଁ ସୁନା ମୁଦ୍ରା ପ୍ରଦାନ କରିବାର ସଂକଳ୍ପ ନେଇଛି ସାଦିୱାର ପଞ୍ଚାୟତବାସୀ । ପରିବେଶ ସୁରକ୍ଷା ପାଇଁ ଗ୍ରାମର ମୁଖିଆ ଏପରି ଅଭିଯାନ ଆରମ୍ଭ କରିଛନ୍ତି । ଏହି ଯୋଜନା ଅଧୀନରେ ଯଦି କେହି 20 କ୍ୱିଣ୍ଟାଲର ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ଦିଅନ୍ତି, ତେବେ ପଞ୍ଚାୟତ ତାଙ୍କୁ ଏକ ସୁନା ମୁଦ୍ରା ଦେବ ବୋଲି ଘୋଷଣା କରାଯାଇଛି ।
ବର୍ତ୍ତମାନ ସାଦିୱାର ଗ୍ରାମ ପଞ୍ଚାୟତର ସରପଞ୍ଚ ଫାରୁକ୍ ଅହମ୍ମଦ ଗଣାଇ କାଶ୍ମୀରରେ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ଏହି ଅଭିଯାନ ଆରମ୍ଭ ହେବା ପରେ 15 ଦିନ ମଧ୍ୟରେ ପୁରା ଗାଁକୁ ପ୍ଲାଷ୍ଟିକ ମୁକ୍ତ ହୋଇଥିବା ନେଇ ଘୋଷଣା କରାଯାଇଛି । ଏହି ଅଭିଯୋନରେ ବହୁ ଲୋକ ସାମିଲ ହୋଇ ପ୍ଲାଷ୍ଟିକ ପ୍ରଦାନ କରୁଛନ୍ତି । ଏଥିସହ ଅଭିଯାନ ଗ୍ରାମରେ ଲୋକପ୍ରିୟତା ହାସଲ କରିପାରିଛି । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ଛୋଟ ପିଲା ମଧ୍ୟ ଯେଉଁଠି ପ୍ଲାଷ୍ଟିକ ପଡିଥିବା ଦେଖିବାକୁ ଚାହୁଁଛନ୍ତି ସେହି ସ୍ଥାନରୁ ଉଠାଇ ଆଣି ଏହି ଅଭିଯାନର ସଦସ୍ୟଙ୍କୁ ପ୍ରଦାନ କରୁଛନ୍ତି । ସାଦିୱାର ଗ୍ରାମପଞ୍ଚାୟତର ଏହି ଅଭିଯାନର ସଫଳତା ପରେ ଅନ୍ୟ ପଞ୍ଚାୟତବାସୀ ମଧ୍ୟ ଏହାକୁ ଆପଣାଇଛନ୍ତି ।