ଓଡିଶା

odisha

ETV Bharat / bharat

ସମଲିଙ୍ଗୀ ସମ୍ପର୍କକୁ ପରିବାରର ବିରୋଧ, ସୁରକ୍ଷା ପାଇଁ ଥାନାର ଦ୍ବାରସ୍ଥ ଦୁଇ ଯୁବତୀ

ଏକାଠି ରହିବାକୁ ଦୁଇ ଯୁବତୀଙ୍କ ନିଷ୍ପତ୍ତି । ସମଲିଙ୍ଗୀ ସମ୍ପର୍କକୁ ବିରୋଧ କରି ପରିବାରର ନିର୍ଯାତନା ଅଭିଯୋଗରେ ପୋଲିସର ଦ୍ବାରସ୍ଥ ହେଲେ ଦୁଇ ଯୁବତୀ । ବିହାର ରାଜଧାନୀ ପାଟନାରେ ସାମ୍ନାକୁ ଆସିଛି ଏପରି ଘଟଣା । ଅଧିକ ପଢନ୍ତୁ

ସମଲିଙ୍ଗୀ ସମ୍ପର୍କକୁ ପରିବାରର ବିରୋଧ, ସୁରକ୍ଷା ପାଇଁ ଥାନାର ଦ୍ବାରସ୍ଥ ଦୁଇ ଯୁବତୀ
ସମଲିଙ୍ଗୀ ସମ୍ପର୍କକୁ ପରିବାରର ବିରୋଧ, ସୁରକ୍ଷା ପାଇଁ ଥାନାର ଦ୍ବାରସ୍ଥ ଦୁଇ ଯୁବତୀସମଲିଙ୍ଗୀ ସମ୍ପର୍କକୁ ପରିବାରର ବିରୋଧ, ସୁରକ୍ଷା ପାଇଁ ଥାନାରସମଲିଙ୍ଗୀ ସମ୍ପର୍କକୁ ପରିବାରର ବିରୋଧ, ସୁରକ୍ଷା ପାଇଁ ଥାନାର ଦ୍ବାରସ୍ଥ ଦୁଇ ଯୁବତୀ ଦ୍ବାରସ୍ଥ ଦୁଇ ଯୁବତୀ

By

Published : May 11, 2022, 10:29 PM IST

ପାଟନା:ସମଲିଙ୍ଗୀ ସମ୍ପର୍କକୁ ସର୍ବୋଚ୍ଚ ନ୍ୟାୟାଳୟର ସ୍ବିକୃତୀ ପରେ ସାମାଜରେ ଏହାକୁ ଏବେ ମଧ୍ଯ ଗ୍ରହଣ କରାଯାଇ ପାରିନାହିଁ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବିହାର ରାଜଧାନୀ ପାଟନାରେ । ଦୁଇ ଯୁବତୀଙ୍କ ପ୍ରେମ ସମ୍ପର୍କକୁ ଉଭୟ ପରିବାରର ବିରୋଧ ପରେ ଉଭୟ ଥାନାର ଦ୍ବାରସ୍ଥ ହୋଇ ସୁରକ୍ଷା ମାଗିଥିବା ଘଟଣା ସାମ୍ନାକୁ ଆସିଛି । ମହିଳା ଥାନାରେ ଅଭିଯୋଗ କରି ନିରାଶ ହେବା ପରେ ଦୁଇ ଯୁବତୀ ଗତ 7 ତାରିଖରେ ପାଟନା ଏସଏସପି ମନଜିତ ସିଂ ଧିଲୋନଙ୍କ ନିକଟରେ ଅଭିଯୋଗ କରିବା ସହ ସୁରକ୍ଷା ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି ।

ସୂଚନା ଅନୁସାରେ, ବିହାରର ଇନ୍ଦ୍ରପୁରୀ ବାସିନ୍ଦା ତାନିସ୍କ ଶ୍ରୀ ଓ ସହରସାର ବାସିନ୍ଦା ଶ୍ରୀୟା ଘୋଷ ନାମକ ଦୁଇ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ବେଳେ ସେମାନେ ଏକାଠି ରହିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ତେବେ ଏ ସମ୍ପର୍କରେ ଜଣାପଡିବା ପରେ ଉଭୟ ପରିବାର ଏହାକୁ ବିରୋଧ କରିଥିଲେ । ତାନିସ୍କ ଶ୍ରୀଙ୍କ ପରିବାର ତାଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ । ତାଙ୍କ ଠାରୁ ମୋବାଇଲ ଛଡାଇ ନେବା ସହ ଗୃହବନ୍ଦୀ କରି ରଖାଯାଇଥିବା ଅଭିଯୋଗ କରିଥିଲେ ତାନିସ୍କଶ୍ରୀ ।

ପରେ ତାନିସ୍କଶ୍ରୀଙ୍କୁ ଅପହରଣ କରାଯାଇଥିବା ନେଇ ପାଟଳିପୂତ୍ରରେ ଥାନାରେ ଅଭିଯୋଗ ତାନିସ୍କଙ୍କ ସାଥୀ ଯୁବତୀଙ୍କ ପରିବାର । ଘଟଣା ପରେ ଉଭୟ ଯୁବତୀ ନ୍ୟାୟ ପାଇଁ ମହିଳା ଥାନାର ଦ୍ବାରସ୍ଥ ହୋଇଥିଲେ ସୁଦ୍ଧା ପୋଲିସ ଠାରୁ ସହଯୋଗ ପାଇନଥିବା ଅଭିଯୋଗ କରିଥିଲେ । ତେବେ ଘଟଣା ଏସଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ସ୍ଥାନୀୟ ଥାନାକୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଏସଏସପି ମନଜିତ ସିଂ ଧିଲୋନ। ଉଭୟ ପରିବାର ସହ ପୋଲିସ ଆଲୋଚନା ପାଇଁ ପ୍ରୟାସ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details