ଓଡିଶା

odisha

By

Published : Jul 18, 2023, 10:29 PM IST

ETV Bharat / bharat

ବିଷକନ୍ୟା ପାଲଟିଲା ପ୍ରେମିକା, ବୟଫ୍ରେଣ୍ଡକୁ ହତ୍ୟା ପାଇଁ ରଚିଲା ସର୍ପଦଂଶନର ଷଡ଼ଯନ୍ତ୍ର

ପ୍ରେମିକ ରାସ୍ତାରୁ ହଟାଇବା ଲାଗି ପ୍ରେମିକା ଭୟଙ୍କର କାଣ୍ଡ । ପ୍ରେମିକ ନିକଟକୁ ଛାଡ଼ିଲା ବିଷଧର କୋବ୍ରା । ଅଧିକ ପଢନ୍ତୁ

Etv Bharat
Etv Bharat

ଡେରାଡୁନ: ଯେଉଁ ସାଥୀ ଦିନେ ଅତି ପ୍ରିୟ ଥିଲା ଆଜି ତାକୁ ରାସ୍ତାରୁ ହଟାଇବା ଲାଗି ବିଷକନ୍ୟା ପାଲଟିଲା ପ୍ରେମିକା । ବୟଫ୍ରେଣ୍ଡର ହତ୍ୟା କରିବା ଲାଗି ରଚିଲା ସର୍ପଦଂଶନର ଷଡ଼ଯନ୍ତ୍ର । ଆଉ ସାପ ଧରାଳି ସହ ମିଶି ବୟଫ୍ରେଣ୍ଡ ନିକଟକୁ ଛାଡ଼ିଲା ବିଷଧର କୋବ୍ରା । ଏହି ବିରଳ ଘଟଣାଟି ଉତ୍ତରାଖଣ୍ଡ ହଲଦ୍ବାନି ଜିଲ୍ଲାରେ ଘଟିଛି । ଏହି ଘଟଣାରେ ପ୍ରେମିକର ମୃତ୍ୟୁ ଘଟିଥିବା ବେଳେ ପୋଲିସ ଗର୍ଲଫ୍ରେଣ୍ଡ ସମେତ ହତ୍ୟାକାଣ୍ଡରେ ସମ୍ପୃକ୍ତ ସମସ୍ତ ଅଧିକାରୀଙ୍କୁ ଗିରଫ କରିଛି ।

ମିଳିଥିବା ସୂଚନା ଅନୁସାରେ ଚଳିତ ମାସ ଗତ ୧୫ ତାରିଖରେ ରାମପୁର ରୋଡ ରାମବାଗ ଅଧିବାସୀ ୩୨ ବର୍ଷୀୟ ଅଙ୍କିତ ଚୌହାନଙ୍କ ତିନ ପାନି ବାଇପାସ ନିକଟରେ ମୃତହେହ ମିଳିଥିଲା । ଅଙ୍କିତ କାର ଏଠାରେ ଥିବା ବେଳେ କାର ପଛ ସିଟରୁ ତାଙ୍କ ମୃତଦେହକୁ ପୋଲିସ ଜବତ କରିଥିଲା । ମୃତଦେହ ନିକଟରେ ପୋଲିସ ପହଞ୍ଚିବା ପରେ କାରର ଏସି ଚାଲୁଥିବା ପୋଲିସ ଦେଖିଥିଲା । ତେବେ ଅଣନିଶ୍ବାସୀ ହୋଇ ଅଙ୍କିତଙ୍କ ମୃତ୍ୟୁ ଘଟିଛି ବୋଲି ପୋଲିସ ସନ୍ଦେହ କରିଥିଲା । ହେଲେ ଅଙ୍କିତଙ୍କ ପାଦରେ ସାପ ଚୋଟ ମାରିଥିବାର ଚିହ୍ନ ମିଳିବା ପରେ ପୋଲିସର ସନ୍ଦେହ ଜାତ ହୋଇଥିଲା । ଏହାପରେ ତଦନ୍ତ ସମୟରେ ପ୍ରକୃତ ଘଟଣା ସାମ୍ନାକୁ ଆସିଛି ।

ଏହା ବି ପଢନ୍ତୁ- ଥାନା ଆଲମାରୀ ଫାଇଲରେ ଲୁଚିଥିଲେ 21 କୋବ୍ରା

ପୋଲିସ ପ୍ରଥମେ ଅଙ୍କିତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି ନିକଟସ୍ଥ ହସ୍ପିଟାଲକୁ ପଠାଇଥିଲା । ବ୍ୟବଚ୍ଛଦେ ରିପୋର୍ଟରେ ବିଷଧର ସାପ କାମୁଡିଥିବାରୁ ଅଙ୍କିତଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଥିଲା । ସେପଟେ ପରିବାର ମଧ୍ୟ ହତ୍ୟା ଅଭିଯୋଗ ଆଣିଥିଲେ । ଏହାପରେ ଅଙ୍କିତଙ୍କ ଭଉଣୀ ଈଶା ଥାନାରେ ହତ୍ୟା ମାମଲା ରୁଜୁ କରିଥିଲେ । ଈଶା ପୋଲିସକୁ କହିଥିଲା ଯେ ଗତ ଜୁଲାଇ ୧୪ ତାରିଖରେ ଅଙ୍କିତ ମାହି ଓ ଦୀପ କାଣ୍ଡପାଲଙ୍କୁ ଦେଖା କରିବାକୁ କହି ଘରୁ ବାହାରିଥିଲା । ଏହାପରେ ସେ ଘରକୁ ଫେରିନଥିଲା । ଆଉ ଏହା ପରଦିନ କାର ପଛ ସିଟରୁ ମିଳିଥିଲା ମୃତଦେହ ।

ପୋଲିସ ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଛି । ପୋଲିସର କହିବା ଅନୁସାରେ ଅଙ୍କିତ ଗର୍ଲଫ୍ରେଣ୍ଡ ଗୋରାପଡାୱ ଅଧିବାସୀ ମାହି ଅନ୍ୟ ଏକ ବନ୍ଧୁ ଦୀପ କାଣ୍ଡପାଲ ସହିତ ଏହି ହତ୍ୟା ଷଡ଼ଯନ୍ତ୍ର ରଚିଥିଲା । ମାହି ପ୍ରଥମେ ଅଙ୍କିତକୁ ନିଜ ଘରକୁ ଡାକିଥିଲା । ଆଉ ସାପ ଧରାଳି ସହିତ ମିଶି ଅଙ୍କିତକୁ ସର୍ପଦଂଶନର ଷଡ଼ଯନ୍ତ୍ର ରଚିଥିଲା । ଏହାପରେ କାରକୁ ଆଣି ଏସି ଲଗାଇ ଦେଇ ଚାଲିଯାଇଥିଲା । ଏହି ହତ୍ୟାକାଣ୍ଡରେ ମାହିର ଚାକର ଓ ଚାକରାଣୀ ସାମିଲ ଥିବା ମଧ୍ୟ ଜଣାପଡ଼ିଛି । ପୋଲିସ ସାପ ଧରାଳି ରାମନାଥ ସମେତ ମାହି ଓ ଦିପୀ କାଣ୍ଡପାଲ ଏବଂ ମାହିର ଚାକର ଚାକରାଣୀଙ୍କୁ ମଧ୍ୟ ଗିରଫ କରିଛି ।

ABOUT THE AUTHOR

...view details