ଥିରୁଅନନ୍ତପୁରମ: ପ୍ରେମରେ ପାଗଳମୀ ଆଉ ପାଗଳାମୀରୁ ହତ୍ୟାକାଣ୍ଡ ।ପ୍ରେମ ପ୍ରସ୍ତାବକୁ ଯୁବତୀ ଗ୍ରହଣ ନକରିବାରୁ ନିର୍ମମ ହତ୍ୟା କଲା ପାଗଳ ପ୍ରେମୀ । ଯୁବତୀଙ୍କୁ ଛୁରୀରେ 22 ଥର ଆକ୍ରମଣ କରି ନେଇଗଲା ଜୀବନ । ଏଭଳି ଏକ ଘଟଣା ଘଟିଛି କେରଳର ମାଲାପୁରମରେ । ଅଭିଯୁକ୍ତ ଭିନେଶ ଏକତରଫା ଭଲପାଉଥିବା ଦ୍ରିସ୍ୟା ନାମକ ଯୁବତୀଙ୍କୁ ଏକ ଛୁରୀରେ 22 ଥର ଆକ୍ରମଣ କରି ହତ୍ୟା କରିଛନ୍ତି ।
ପ୍ରେମ ନିବେଦନ ନମାନିବାରୁ ଯୁବତିଙ୍କୁ 22 ଥର ଛୁରୀରେ ଆକ୍ରମଣ କରି ହତ୍ୟା ପାଗଳା ପ୍ରେମିକ ଦ୍ରିସ୍ୟାଙ୍କ ଛାତିରେ ଚାରିଟି ଏବଂ ପେଟରେ ତିନିଟି ଆଘାତ ଲାଗିଥିଲା। ତାଙ୍କ ହାତରେ ଏବଂ ଶରୀରର ବିଭିନ୍ନ ଅଙ୍ଗରେ ଆଘାତ ଲାଗିଛି। ଏହି ଆକ୍ରମଣକୁ ରୋକିବାକୁ ଚେଷ୍ଟା କଲାବେଳେ ତାଙ୍କ ଭଉଣୀ ମଧ୍ୟ ଆହତ ହୋଇଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ଦ୍ରିସ୍ୟାଙ୍କ ପିତାଙ୍କର ଥିବା ଏକ ଦୋକାନରେ ଭିନେଶ ରାତିରେ ନିଆଁ ଲଗାଇ ଯୁବତୀଙ୍କ ଘରେ ପହଞ୍ଚିବା ପାଇଁ 15 କିଲୋମିଟର ଚାଲିଥିଲା । ସକାଳ ହେବା ପର୍ଯ୍ୟନ୍ତ ଘର ନିକଟରେ ଲୁଚି ରହି ଦ୍ରିସାଙ୍କ ଘରେ ପ୍ରବେଶ କରି 8ଟା 30 ମିନିଟ ସମୟରେ କେହିନଥିବାରୁ ଯୁବତୀଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ । ତେବେ ଏହା ପୂର୍ବରୁ ଯୁବକଙ୍କ ପରିବାର ଲୋକେ ଦ୍ରିସାଙ୍କୁ ନିର୍ଯ୍ୟାତନା ଦେଉଥିବାରୁ ଭିନେଶଙ୍କ ବିରୋଧରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ