ଓଡିଶା

odisha

ETV Bharat / bharat

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ କମାଲ, ଚୌକି ହୋଇଯାଉଛି ସ୍କୁଲ ବ୍ୟାଗ୍ - ନିଆରା ସ୍କୁଲ ବ୍ୟାଗ ପ୍ରସ୍ତୁତ କଲେ ହିମାଚଳ ଛାତ୍ରୀ

ପିଲାଙ୍କ କାନ୍ଧରୁ ସ୍କୁଲ ବ୍ୟାଗ୍ ବୋଝ ହାଲୁକା କରିବାକୁ ନିଆରା ବ୍ୟାଗ୍ ପ୍ରସ୍ତୁତ କଲେ ଅଷ୍ଟମ ଶ୍ରେଣୀ ଛାତ୍ରୀ । କ୍ଲାନ୍ତ ଲାଗିଲେ ଏହି ବ୍ୟାଗକୁ ଚୌକି କରି ବସିପାରିବେ ପିଲା । ଅଧିକ ପଢନ୍ତୁ

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ କମାଲ: ଚୌକି ହୋଇଯାଉଛି ସ୍କୁଲ ବ୍ୟାଗ୍
ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ କମାଲ: ଚୌକି ହୋଇଯାଉଛି ସ୍କୁଲ ବ୍ୟାଗ୍

By

Published : Dec 3, 2022, 2:13 PM IST

ଶିମଲା:ହିମାଚଳ ପ୍ରଦେଶ ହମିରପୁରର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଏକ ଚମତ୍କାରୀ ସ୍କୁଲ ବ୍ୟାଗ୍ ପ୍ରସ୍ତୁତ କରିଛନ୍ତି । ଏହା ଚମତ୍କାରୀ କାରଣ, ପିଲାଙ୍କୁ କ୍ଲାନ୍ତ ଲାଗିଲେ ଏହି ବ୍ୟାଗଟି ଚୌକି ହୋଇ ଆରାମ ଦେଉଛି । ପୁଣି ବର୍ଷା ହେଲେ ରେନକୋଟ ହୋଇ ଓଦା ହେବାରୁ ରକ୍ଷା କରୁଛି । ଏହି ଗୋଟିଏ ବ୍ୟାଗରେ ଆହୁରି ଅନେକ ଫାଇଦା ରହିଛି । ହମୀରପୁରର ଏକମଜିତ କୌର ନାମକ ଛାତ୍ରୀ ଏହି ବ୍ୟାଗ୍ ତିଆରି କରିଛନ୍ତି । ସେ ଏହାର ନାମ ମଲ୍ଟି ସ୍ପେଶାଲିଷ୍ଟ ବ୍ୟାଗ୍ ରଖିଛନ୍ତି । କୁନି କୁନି ପିଲାକୁ ସ୍କୁଲ ବ୍ୟାଗ ବୋଝରୁ ଆରାମ ଦେବା ଲକ୍ଷ୍ୟରେ ସେ ଏହାକୁ ତିଆରି କରିଥିବା କହିଛନ୍ତି ଛାତ୍ରୀ ।

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ କମାଲ: ଚୌକି ହୋଇଯାଉଛି ସ୍କୁଲ ବ୍ୟାଗ୍

ଏକମଜିତଙ୍କ ଦ୍ବାରା ପ୍ରସ୍ତୁତ ଏହି ସ୍କୁଲ ବ୍ୟାଗକୁ ଥକା ଲାଗିଲେ ଚୌକିରେ ପରିବର୍ତ୍ତିତ କରାଯାଇପାରିବ । କେବଳ ଏତିକି ନୁହେଁ ଏଥିରେ ଛାତ୍ରୀ ମୁଭିଂ ହ୍ବିଲ ଲଗାଯାଇଛନ୍ତି । ଯଦ୍ବାରା ଜଣେ ପିଲା ଚାହିଁରେ ସୁଟକେଶ ପରି ଏହି ବ୍ୟାଗକୁ ରାସ୍ତାରେ ଟାଣି ଟାଣି ନେଇପାରିବେ । ଯାହାଦ୍ବାରା ଭାରି ସ୍କୁଲ ବ୍ୟାଗ ତଳେ ଦବି ରହୁଥିବା କୁନି କାନ୍ଧକୁ ଆରାମ ମିଳିପାରିବ । ଛାତ୍ରୀ ଏକମଜିତ Inspire Standard Award Scheme ଅଧିନରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଏହି ବ୍ୟାଗ ପ୍ରସ୍ତୁତ କରିଥିଲେ । ଏଠାରେ ଛାତ୍ରୀଙ୍କ ଏହି ନିଆରା ପ୍ରୟାସକୁ ଖୁବ୍ ପ୍ରଶଂସା କରାଯାଇଥିଲା । ଏହାପରେ ଏବେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ଏହି ବ୍ୟାଗ୍ ଚୟନ ହୋଇଛି ।

ଏହାମଧ୍ୟ ପଢନ୍ତୁ: ମିଛରେ ଫସାଇ ବାହା ହୋଇଗଲେ, DNA ଟେଷ୍ଟରୁ ଜଣାପଡିଲା ଛୁଆ ଆଉ କାହାର

ସବୁଠୁ ବଡ କଥା ହେଉଛି, ଏହି ମଲ୍ଟିସ୍ପେଶାଲିଷ୍ଟ ବ୍ୟାଗ୍ ଦାମ୍ ମାତ୍ର ୫୦୦ରୁ ୧୦୦୦ ଟଙ୍କା ମଧ୍ୟରେ ରହିଛି । ଆଜିକାଲି ବଜାରରେ ସାଧାରଣ ବ୍ୟାଗ୍ ଏହି ଦାମରେ ମିଳୁଥିବା ବେଳେ ଛାତ୍ରୀଙ୍କ ଦ୍ବାରା ପ୍ରସ୍ତୁତ ବ୍ୟାଗ୍ ଦାମ ମଧ୍ୟ ସେତିକି । ଏହାକୁ ନେଇ ଏକମଜିତ୍ କହିଛନ୍ତି, ''କାନ୍ଧରେ ବ୍ୟାଗ୍ ବୋହି ବସ୍ ଅପେକ୍ଷାରେ ଛିଡା ହୋଇଥିବା ପିଲାଙ୍କୁ ଦେଖି ସେ ଏହାର ପରିକଳ୍ପନା କରିଥିଲେ । ପିଲା ଯେମିତି ଆରାମରେ ବସି ରହି ବସ୍‌କୁ ଅପେକ୍ଷା କରିପାରିବେ ସେଥିପାଇଁ ବ୍ୟାଗ୍‌କୁ କିପରି ଚୌକି କରାଯାଇପାରିବ ତାହା ଚିନ୍ତା କରିଥିଲେ ଏବଂ ଏହାକୁ ପ୍ରସ୍ତୁତ ମଧ୍ୟ କରିଥିଲେ ।'' ବ୍ୟାଗର ଓଜନ ଯେପରି ଅଧିକ ନହୁଏ ସେଥିପାଇଁ ସେ ଏଥିରେ ଷ୍ଟିଲ ରଡର ବ୍ୟବହାର କରିଛନ୍ତି ।

ଏହି ବ୍ୟାଗରେ ଗୋଟିଏ ପକେଟରେ ରେନକୋଟ୍ ଫିଟ୍ କରାଯାଇଛି । ବର୍ଷା ହେଲେ ଏହା ପିଲାମାନଙ୍କ କାମରେ ଆସିପାରିବ । ଏହି ରେନକୋଟ ଏତେ ବଡ ଯେ, ସ୍କୁଲ ବ୍ୟାଗ ସହ ତାହା ଛାତ୍ରଛାତ୍ରୀଙ୍କ ପୁରା ଶରୀରକୁ ଆବୃତ୍ତ କରିପାରିବ । ଜିଲ୍ଲା ବିଜ୍ଞାନ ଓ ପର୍ଯ୍ୟବେକ୍ଷକ ସୁଧୀର ଚନ୍ଦେଲ ଛାତ୍ରୀଙ୍କ ଏହି ନିଆରା ମଡେଲର ଖୁବ୍ ପ୍ରଶଂସା କରିଛନ୍ତି ।

ABOUT THE AUTHOR

...view details