ଓଡିଶା

odisha

ଶାରିରୀକ ସମ୍ପର୍କ ରଖିବାକୁ ମନା କରିବାରୁ ଲିଭ-ଇନ ପାର୍ଟନରକୁ ହତ୍ୟା, ଯୁବକ ଗିରଫ

By ETV Bharat Odisha Team

Published : Dec 13, 2023, 10:04 PM IST

Young man killed his live in partner: ଶାରିରୀକ ସମ୍ପର୍କ ରଖିବାକୁ ମନା କରିବାରୁ ଲିଭ-ଇନ ପାର୍ଟନରକୁ ହତ୍ୟା କଲା ପ୍ରେମିକ । ଅଧିକ ପଢନ୍ତୁ

ଶାରିରୀକ ସମ୍ପର୍କ ରଖିବାକୁ ମନା କରିବାରୁ ଲିଭ-ଇନ ପାର୍ଟନରକୁ ହତ୍ୟା, ଯୁବକ ଗିରଫ
ଶାରିରୀକ ସମ୍ପର୍କ ରଖିବାକୁ ମନା କରିବାରୁ ଲିଭ-ଇନ ପାର୍ଟନରକୁ ହତ୍ୟା, ଯୁବକ ଗିରଫ

ଭୋପାଲ:ଶାରିରୀକ ସମ୍ପର୍କ ରଖିବାକୁ ମନା କରିବାରୁ ଲିଭ-ଇନ ପାର୍ଟନରକୁ ବୀଭତ୍ସ ହତ୍ୟା କଲା ପ୍ରେମିକ । ଏମିତି ଏକ ଘଟଣା ମଧ୍ୟ ପ୍ରଦେଶ ଇନ୍ଦୋର ସହରରେ ଘଟିଛି । ପୋଲିସ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ମଧ୍ୟ ଜବତ କରିଛି । କିଛି ଦିନ ପୂର୍ବରୁ ଯୁବତୀଙ୍କୁ ମାରଣାସ୍ତ୍ରରେ ହତ୍ୟା କରିବା ପରେ ଯୁବକ ଫେରାର ଥିଲା । ତଦନ୍ତ ଜାରି ରଖିଥିବା ପୋଲିସ ଆଜି ଅଭିଯୁକ୍ତକୁ ଗିରଫ କରିଛି । ପ୍ରାଥମିକ ତଦନ୍ତ ପରେ ଏହା ହିଁ ହତ୍ୟାକାଣ୍ଡର କାରଣ ବୋଲି ପୋଲିସ କହିଛି ।

ନିକଟରେ ଇନ୍ଦୋର ସହରର ରାଓଜୀ ବଜାର ଥାନାର ଅଧୀନରେ ଏହି ହତ୍ୟାକାଣ୍ଡ ଘଟିଥିଲା । ସ୍ଥାନୀୟ ଅଞ୍ଚଳର ଏକ ଘରୁ ଜଣେ ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା । ଏକ କଇଁଚିରେ ଆକ୍ରମଣ କରି ଏହି ହତ୍ୟାକାଣ୍ଡରୁ ରୂପ ଦିଆଯାଇଥିଲା । ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ କରିଥିଲା । ଏହା ଏକ ପ୍ରେମ ବ୍ୟାପାରରୁ ହତ୍ୟାକାଣ୍ଡ ବୋଲି ଜଣାପଡିଛି । ଆଜି ଗିରଫ ଅଭିଯୁକ୍ତର ନାମ ପ୍ରବୀଣ ଧାକଡ ବୋଲି ଜଣାପଡିଛି । ପ୍ରାଥମିକ ତଦନ୍ତରେ ପୋଲିସ ଦେଇଥିବା ସୂଚନା ଅନୁସାରେ, ପ୍ରବୀଣର ଜଣେ ଯୁବତୀଙ୍କ ସହ ଇନଷ୍ଟାଗ୍ରାମରେ ପରିଚୟ ହୋଇଥିଲା । ପରେ ଉଭୟ ସାକ୍ଷାତ କରିଥିଲେ ଓ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆଗକୁ ବଢିଥିଲା । ଉଭୟ ଲିଭ-ଇନ ପାର୍ଟନର ଭାବେ ମଧ୍ୟ ରହିବାକୁ ଲାଗିଲେ । ମାତ୍ର ପ୍ରବୀଣକୁ ଶାରିରୀକ ସମ୍ପର୍କ ରଖିବାକୁ ମନା କରିଥିଲେ ସମ୍ପୃକ୍ତ ଯୁବତୀ । ଏଥିରେ ଉତ୍ତେଜିତ ହୋଇ ଅଭିଯୁକ୍ତ ପ୍ରବୀଣ ଏକ କଇଁଚିରେ ଆକ୍ରମଣ କରି ଯୁବତୀଙ୍କୁ ହତ୍ୟା କରିଥିଲା । ମୃତଦେହକୁ ସେହିଠାରେ ହିଁ ଛାଡିଦେଇ ଅଭିଯୁକ୍ତ ଫେରାର ହୋଇଯାଇଥିଲା ।

ଏହା ମଧ୍ୟ ପଢନ୍ତୁ :- ପ୍ରଥମ ଦିନରୁ ଆକ୍ସନ ମୋଡରେ ମୋହନ, ମଧ୍ୟ ପ୍ରଦେଶର ସବୁ ଧର୍ମାନୁଷ୍ଠାନରେ ବ୍ୟାନ ହେଲା ଲାଉଡସ୍ପିକର

ସ୍ଥାନୀୟ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ କରି ଅଭିଯୁକ୍ତ ପ୍ରବୀଣକୁ ଚିହ୍ନଟ କରିବା ସହ ଧରିବା ପାଇଁ ପ୍ରୟାସ ଜାରି ରଖିଥିଲା । ଆଜି (ବୁଧବାର) ତାକୁ ଗୁନା ଅଞ୍ଚଳରୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଏହା ପରେ ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ । ଅଭିଯୁକ୍ତ ପ୍ରବୀଣକୁ ଜେରା ପରେ ଆପିସିର ଏକାଧିକ ସଙ୍ଗୀନ ଆକ୍ଟରେ କୋର୍ଟ ଫରଓ୍ବାର୍ଡ କରିଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details