ଓଡିଶା

odisha

ETV Bharat / bharat

ଚଳନ୍ତା ଟ୍ରେନର କମୋଡରେ ଫସିଲା ଶିଶୁର ଗୋଡ, ଘଣ୍ଟାଏ ଅଟକିଲା ଟ୍ରେନ - ଅବଧ ଏକ୍ସପ୍ରେସ

ଅବଧ ଏକ୍ସପ୍ରେସର କମୋଡରେ ଖସିଗଲା 4 ବର୍ଷ ଶିଶୁକନ୍ୟାର ଗୋଡ । ଘଣ୍ଟାଏ ଅଟକିଲା ଟ୍ରେନ୍‌ । ଅଧିକ ପଢନ୍ତୁ

girl leg stuck in commode of running avadh express
girl leg stuck in commode of running avadh express

By

Published : Aug 17, 2023, 3:46 PM IST

ଲକ୍ଷ୍ନୌ:ଅବଧ ଏକ୍ସପ୍ରେସ୍‌ରେ ହନ୍ତସନ୍ତ ଯାତ୍ରୀ । ଚଳନ୍ତା ଟ୍ରେନ୍‌ର ଶୌଚାଳୟ କମୋଡରେ ଖସିଗଲା 4 ବର୍ଷ ଶିଶୁ କନ୍ୟାର ଗୋଡ଼ । ଟ୍ରେନ୍‌ଟି 20 କିମି ଅତିକ୍ରମ କରିବା ପରେ କମୋଡରୁ ଉଦ୍ଧାର ହେଲା ଶିଶୁ । ଫତେହପୁର ସିକ୍ରି ଷ୍ଟେସନରେ ଟ୍ରେନ୍‌ ପହଞ୍ଚିବା ପରେ ଶୌଚାଳର କମୋଡ ଖୋଲାଯିବା ପରେ ଶିଶୁଟିର ଗୋଡ ବାହାରକୁ ଆସିଥିଲା । ଏଥିପାଇଁ ପ୍ରାୟ ଏକ ଘଣ୍ଟା ଷ୍ଟେସନରେ ଅଟକିଥିଲା ଟ୍ରେନ୍‌ ।

ମିଳିଥିବା ସୂଚନା ଅନୁଯାୟୀ, ବିହାରର ସୀତାମାର ନିବାସୀ ମହମ୍ମଦ ଅଲି ତାଙ୍କ ପତ୍ନୀ ଏବଂ 4 ବର୍ଷର ଝିଅ ସହିତ ବାରୁଣୀ ବାନ୍ଦ୍ରା ଅବଧ ଏକ୍ସପ୍ରେସ୍‌ର ଏସି କୋଚ୍ B6ରେ ଯାତ୍ରା କରୁଥିଲେ । ଅଗଷ୍ଟ 15 ସକାଳ ସମୟରେ ଆଗ୍ରା ଫୋର୍ଟ ଷ୍ଟେସନରୁ ସେମାନେ ଯାତ୍ରା ଆରମ୍ଭ କରିଥିଲେ । ଟ୍ରେନ୍ ଇଦଗା ​​ଷ୍ଟେସନ ଛାଡ଼ିବା ମାତ୍ରେ ଝିଅଟି ଶୌଚାଳୟ ଯାଇଥିଲା । ତାଙ୍କ ମାଆ ଶିଶୁଟିକୁ କମୋଡରେ ବସାଇ ଦେଇଥିଲେ । ଏହି ସମୟରେ ଫୋନ ଆସିବାରୁ ସେ ଝିଅ ପ୍ରତି ଆଉ ଦୃଷ୍ଟି ଦେଇନଥିଲେ । ଟ୍ରେନ୍‌ର ଗତି ଅଧିକ ଥିବାରୁ ଶିଶୁକନ୍ୟାଟି ନିଜକୁ ସମ୍ଭାଳି ନପାରିବାରୁ ତାର ଗୋଟିଏ ଗୋଡ କମୋଡ ମଧ୍ୟରେ ଫସିଯାଇଥିଲା । ଏହାପରେ ସେ ଚିତ୍କାର କରିବାରୁ ତାଙ୍କ ମାଆ ଓ ଅନ୍ୟ ଯାତ୍ରୀମାନେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଗୋଡ଼ ବାହାରକୁ ନଆସିବାରୁ ଏମରଜେନ୍ସି ଆଲାରାମ ବାଜିଥିଲା । ଏହାପରେ ଯାତ୍ରୀମାନେ ରେଳ ହେଲ୍ପଲାଇନରେ ସାହାଯ୍ୟ ଲୋଡ଼ିଥିଲେ। ଫତେହପୁର ସିକ୍ରି ଷ୍ଟେସନରେ ଟ୍ରେନ୍‌ ପହଞ୍ଚିବା ପରେ ରେଳ ବିଭାଗର ଟେକ୍ନିକାଲ ଟିମ୍‌ କମୋଡ୍ ତଳେ ଥିବା ବାୟୋ-ଟଏଲେଟ୍ ବାକ୍ସ ଖୋଲି ଝିଅର ଗୋଡକୁ ବାହାର କରିଥିଲେ। ଏହି ସମୟରେ ଅବଧ ଏକ୍ସପ୍ରେସ ଫତେହପୁର ସିକ୍ରିରେ ପ୍ରାୟ ଏକ ଘଣ୍ଟା ଛିଡ଼ା ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-Costly Piss ! ପରିସ୍ରା କରିବାକୁ ବନ୍ଦେ ଭାରତ ଟ୍ରେନରେ ଚଢିଗଲେ ଯୁବକ, କଟିଲା 1020 ଟଙ୍କା ଫାଇନ

ଗତ ମାସରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୌଚାଳୟ ବ୍ୟବହାର କରିବା ଜଣେ ଯାତ୍ରୀଙ୍କୁ ମହଙ୍ଗା ପଡିଥିଲା । ପରିସ୍ରା କରି ହଟହଟା ହୋଇଥିଲେ ଅଣଯାତ୍ରୀ । ଅବଦୁର କାଦିର ନାମକ ଜଣେ ବ୍ୟକ୍ତି ଭୋପାଳ ରେଳ ଷ୍ଟେସନରେ ସିଙ୍ଗ୍ରାଉଲି ଯିବା ପାଇଁ ସେ ଦକ୍ଷିଣ ଏକ୍ସପ୍ରେସ ଟ୍ରେନକୁ ଅପେକ୍ଷା କରିଥିଲେ । ଏହି ସମୟରେ ଇନ୍ଦୋର ଯାତ୍ରା କରିବାକୁ ପ୍ଲାଟଫର୍ମରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ ଛିଡା ହୋଇଥିଲା । ଅବଦୁର କାଦିର ପରିସ୍ରା କରିବାକୁ ବନ୍ଦେ ଭାରତ ଟ୍ରେନକୁ ଯାଇଥିଲେ । ଟ୍ରେନ ଭିତରକୁ ପ୍ରବେଶ କରି ଶୌଚାଳୟରେ ପରିସ୍ରା କରିବା ପରେ ଡୋର ଅଟୋମେଟିକ ବନ୍ଦ ହୋଇଯାଇଥିଲା । ଶେଷରେ ପାଖରେ ଟିକେଟ୍‌ ନଥିବାରୁ ତାଙ୍କୁ 1020 ଟଙ୍କା ତଣ୍ଡ ଗଣିବାକୁ ପଡ଼ିଥିଲା ।

ABOUT THE AUTHOR

...view details