ଲକ୍ଷ୍ନୌ:ଉତ୍ତରପ୍ରଦେଶ କୁଶୀନଗର ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଏଠାରେ ଗରମ ଖିରି ହଣ୍ଡାରେ ପଡ଼ି ଜଣେ ୫ ବର୍ଷୀୟ ଶିଶୁକନ୍ୟାର ମୃତ୍ୟୁ ହୋଇଛି । ମୃତ ଶିଶୁ ଖିରି ଖାଇବାକୁ ଜିଦ୍ କରିଥିଲା । ସେଥିପାଇଁ ତା' ଜେଜେ ଖିରି ହଣ୍ଡାର ଘୋଡଣୀ କାଢ଼ି ଏହାକୁ ଥଣ୍ଡା ହେବାକୁ ଛାଡ଼ି ଦେଇଥିଲେ । ଫଳରେ ଅସାବଧାନତା ବଶତଃ ଶିଶୁକନ୍ୟା ଜେଜେ ଆଖି ସାମ୍ନାରେ ହଣ୍ଡା ଭିତରକୁ ଖସି ପଡିଥିଲା । ଖରି ଅତ୍ୟଧିକ ଗରମ ଥିବାରୁ ନିଷ୍ପାପ ଶିଶୁଟିର ମୃତ୍ୟୁ ହୋଇଯାଇଛି ।
ଏହା ମଧ୍ୟ ପଢନ୍ତୁ: ଇଣ୍ଡିଆ ବିଶ୍ବକପ୍ ହାରିବାରୁ ସାନଭାଇକୁ ହତ୍ୟା କଲା ବଡଭାଇ
ସୂଚନା ଅନୁସାରେ, କୁଶୀନଗର ରାମକୋଲା ଥାନା ଅନ୍ତର୍ଗତ ରାମପୁର ବଗହା ନିବାସୀ ଅଶୋକ ଯାଦବଙ୍କ ପୁଅ ନାଥୁ ଯାଦବଙ୍କ ଘରେ ଛଟ୍ ପୂଜା ଥିଲା । ଏହି ଅବସରରେ ମଙ୍ଗଳବାର ସେ ନିଜର ସମ୍ପର୍କୀୟମାନଙ୍କୁ ଭୋଜନ ପାଇଁ ଘରକୁ ଆମନ୍ତ୍ରିତ କରିଥିଲେ । ଏହି ଖାଇବା ପ୍ରସ୍ତୁତ କରିବାକୁ ନାଥୁ ଯାଦବ ନିଜ ଗାଁର ପ୍ରେମ ସାଗର ନାମକ ବ୍ୟକ୍ତିକୁ ଡକାଇଥିଲେ । ପ୍ରେମ ସାଗର ଖିରି ତିଆରି କରୁଥିଲେ । ଏତିକି ବେଳେ ସେଠି ତାଙ୍କର ୫ ବର୍ଷୀୟ ନାତୁଣୀ କାବ୍ୟା ପହଞ୍ଚିଥିଲା ।