ଓଡିଶା

odisha

ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବତୀଙ୍କ ମୃତ୍ୟୁ

By

Published : Sep 6, 2022, 8:46 PM IST

ବେଙ୍ଗାଲୁରୁ ସିଦ୍ଦାପୁର ନିକଟରେ ଅଘଟଣ । ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବତୀଙ୍କ ମୃତ୍ୟୁ ଘଟିଛି । ଅଧିକ ପଢ଼ନ୍ତୁ

woman died by electric shock in Bangalore
ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବତୀଙ୍କ ମୃତ୍ୟୁ

ବେଙ୍ଗାଲୁରୁ: ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବତୀଙ୍କ ମୃତ୍ୟୁ (Woman died by electric shock in Bangalore)। କର୍ଣ୍ଣାଟକ ବେଙ୍ଗାଲୁରୁ ସ୍ଥିତ ସିଦ୍ଦାପୁର ନିକଟରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ବର୍ଷା ଯୋଗୁଁ ରାସ୍ତା ଉପରେ ପାଣି ଜମିଥିବାରୁ ଯୁବତୀ ଜଣକ ସ୍କୁଟିରୁ ଖସିପଡ଼ିଥିଲେ। ବିଦ୍ୟୁତ ଖୁଣ୍ଟ ସଂସ୍ପର୍ଶରେ ଆସିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି। ଘଟଣା ସ୍ଥଳରୋ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ ମୃତ ଯୁବତୀ ଜଣକ ଏକ ଘରୋଇ ସ୍କୁଲରେ କାର୍ଯ୍ୟ କରୁଥିଲେ। ସୋମବାର ତାରି 9ଟା ସମୟରେ କାମ ସାରି ଘରକୁ ଫେରୁଥିଲେ। ପ୍ରବଳ ବର୍ଷା ଯୋଗୁଁ ରାସ୍ତାରେ ପାଣି ଜମି ରହିଥିଲା। ସେ ସ୍କୁଟି ଧରି ଅତିକ୍ରମ କରୁଥିବାବେଳେ ହଠାତ ଗାଡ଼ିରୁ ଖସିପଡ଼ିଥିଲେ ଏବଂ ପାଖରେ ଥିବା ଏକ ବିଦ୍ୟୁତ ଖୁଣ୍ଟ ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ଘଟିଛି। ଅନେକ ଦିନ ଧରି ବିଦ୍ୟୁତ ଖୁଣ୍ଟଟି ମରାମତି ହୋଇନଥିଲା। ବିଦ୍ୟୁତ କାର୍ଯ୍ୟକାରୀ ସଂସ୍ଥା BESCOMର ଅବହେଳା ଯୋଗୁଁ ଯୁବତୀଙ୍କ ଜୀବନ ଯାଇଥିବା ପରିବାର ସଦସ୍ୟ ଏବଂ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଖବର ପଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ତେବେ ବିଦ୍ୟୁତ ବିଭାଗର ଏଭଳି ମନମତାଣିଆ କାର୍ଯ୍ୟ ଯୋଗୁଁ ଲୋକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏହା ମଧ୍ୟ ପଢ଼ନ୍ତୁ:ଜଳାର୍ଣ୍ଣବ ବାଙ୍ଗାଲୋର, ଚାରିଆଡେ ଖାଲି ପାଣି ଆଉ ପାଣି

ପ୍ରବଳ ବର୍ଷା ଯୋଗୁଁ ବେଙ୍ଗାଲୁରୁରେ ଚାରିଆଡ଼େ ପାଣି (Heavy rainfall in Bangalore)। ରାସ୍ତାରୁ ଗଳି କନ୍ଦି ସବୁ ପାଣିରେ ବୁଡ଼ିଛି। ଯାବାହନ ଯାତାୟାତ ଓ ସାଧାରଣ ଜୀବନ ଯାତ୍ରା ଗଭୀର ପ୍ରଭାବିତ ହୋଇଛି । ବିମାନ ବନ୍ଦରରେ ପାଣି ଜମି ରହିଛି। ନିଷ୍କାସନ ହୋଇ ପାରିନଥିବାରୁ ଯାତ୍ରୀମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପ୍ରତ୍ୟେକ ଥର ବର୍ଷା ହେଲେ ସମାନ ଦୃଶ୍ୟ ଦେଖିବାକୁ ମିଳେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details