ପାଟନା:ଜମିଜାମା ବିବାଦରୁ ହତ୍ୟା । ବିହାର ଭୋଜପୁର ଅଞ୍ଚଳରେ ଜମିଜମା ବିବାଦକୁ କେନ୍ଦ୍ର କରି ଜଣେ ନିଷ୍ପାପ ଶିଶୁକନ୍ୟାକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଭୋଜପୁର ଉଦବନ୍ତନଗର ଥାନା ଅନ୍ତର୍ଗତ ଭେଲାଇ ଗାଁରୁ ଆସିଛି ଏହି ଦୁଃଖଦ ଘଟଣା । ଗତକାଲି (ଶନିବାର) ବିଳମ୍ବିତ ରାତିରେ ଦୁର୍ବୃତ୍ତ ଘରେ ପଶି ଗୁଳି ଚଳାଇଥିଲା । ଏଥିରେ ଘରେ ଥିବା 8 ବର୍ଷର ନାବାଳିକାର ମୃତ୍ୟୁ ହୋଇଛି । ପୋଲିସ ଘଟଣାର ଖବର ପାଇ ତଦନ୍ତ ଆରମ୍ଭ ହୋଇଛି । ଜମିବାଡି ବିବାଦ ନେଇ ଏହି କାଣ୍ଡ ଘଟିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।
ଜମି ବିବାଦରୁ ଗୁଳିକାଣ୍ଡ: ରୋହତାସ ଦିନାରା ଥାନା କ୍ଷେତ୍ର କୁଣ୍ଡ ଗାଁ ନିବାସୀ କୃଷ୍ଣା ସିଂହଙ୍କର କିଛି ଲୋକଙ୍କ ସହ ଜମି ବିବାଦ ଲାଗି ରହିଥିଲା । 25 ଏକର ଜମିକୁ ନେଇ ବିବାଦ ଥିଲା । ଏହାକୁ ନେଇ ପୂର୍ବରୁ ମଧ୍ୟ ଗୁଳିକାଣ୍ଡ ଘଟିଛି । କୃଷ୍ଣା ସିଂହ ଓ ତାଙ୍କ ଭାଇ ଉପରକୁ 4 ବର୍ଷ ତଳେ ଆକ୍ରମଣ ହୋଇଥିଲା । ଯେଉଁଥିଲେ କୃଷ୍ଣା ସିଂହଙ୍କ ଭାଇଙ୍କର ମୃତ୍ୟୁ ହୋଇଥିଲା । ଏହାସହିତ ଗୁଳିମାଡରେ କୃଷ୍ଣା ସିଂହ ଆହତ ହୋଇଥିଲେ ।