ନୂଆଦିଲ୍ଲୀ: କୋଭିଡ ରିଲିଫ ଟାକ୍ସଫୋର୍ସ ଗଠନ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ । ଟାକ୍ସଫୋର୍ସର ମଙ୍ଗ ସମ୍ଭାଳିବେ ଗୁଲାମ ନବୀ ଆଜାଦ । ଏହି କମିଟିରେ ପ୍ରିୟଙ୍କା ଗାନ୍ଧୀ, ଯୁବ କଂଗ୍ରେସ ଅଧ୍ୟକ୍ଷ ବିଭି ଶ୍ରୀନିବାସଙ୍କ ସମେତ ଅମ୍ବିକା ସୋନି, ମୁକୁଲ ବାସନିକ, ପବନ କୁମାର ବଂସଲ, କେସି ଭେନୁଗୋପାଳ, ଜୟରାମ ରମେଶ, ରଣଦୀପ ସୁରେଜୱାଲା, ଅଜୟ କୁମାର, ପବନ ଖେରାଙ୍କ ନାଁ ସାମିଲ ରହିଛି ।
କୋଭିଡ ରିଲିଫ ଟାକ୍ସଫୋର୍ସ ଗଠନ କଲା କଂଗ୍ରେସ, ମଙ୍ଗ ସମ୍ଭାଳିବେ ଆଜାଦ - କୋଭିଡ ରିଲିଫ
କୋଭିଡ ରିଲିଫ ଟାକ୍ସଫୋର୍ସ ଗଠନ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ । ଟାକ୍ସଫୋର୍ସର ମଙ୍ଗ ସମ୍ଭାଳିବେ ଗୁଲାମ ନବୀ ଆଜାଦ ।
କୋଭିଡ ରିଲିଫ ଟାକ୍ସଫୋର୍ସ ଗଠନ କଲା କଂଗ୍ରେସ, ମଙ୍ଗ ସମ୍ଭାଳିବେ ଆଜାଦ
ଏହି କମିଟି ସମଗ୍ର ଦେଶରେ କଂଗ୍ରେସ ପକ୍ଷରୁ ଚାଲିଥିବା ରିଲିଫ କାର୍ଯ୍ୟକୁ ସମନ୍ୱିତ କରିବା ପାଇଁ କାର୍ଯ୍ୟ କରିବ ।
କୋରୋନା ଦ୍ୱିତୀୟ ଲହରୀର ସାମ୍ନା କରୁଛି ସମଗ୍ର ଦେଶ । ବିରୋଧୀ ଦଳ କେନ୍ଦ୍ର ସରକାରଙ୍କୁ ଠିକ୍ ସମୟରେ ପ୍ରସ୍ତୁତ ନକରିବାର ଅଭିଯୋଗ କରୁଛନ୍ତି । ଦେଶରେ କୋରୋନା ମହାମାରୀର ଗମ୍ଭୀର ସ୍ଥିତିକୁ ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ।