ଓଡିଶା

odisha

ETV Bharat / bharat

କଂଗ୍ରେସକୁ ଫେରିବେନି ଆଜାଦ, ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ ଚର୍ଚ୍ଚାରେ ପକାଇଲେ ପୂର୍ଣ୍ଣଚ୍ଛେଦ - ଗୁଲାମ ନବି ଆଜାଦ

ପୂର୍ବତନ କଂଗ୍ରେସ ନେତା ଗୁଲାମ ନବି ଆଜାଦ (Former Congress leader Ghulam Nabi Azad) ପୁଣି ଦଳକୁ ପ୍ରତ୍ୟାବର୍ତ୍ତନ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ନବି । ଅଧିକ ପଢନ୍ତୁ

Ghulam Nabi Azad
Ghulam Nabi Azad

By

Published : Dec 30, 2022, 9:57 PM IST

ଶ୍ରୀନଗର:ପୂର୍ବତନ କଂଗ୍ରେସ ନେତା ଗୁଲାମ ନବି ଆଜାଦ (Former Congress leader Ghulam Nabi Azad) କଂଗ୍ରେସର ପୁଣି ମିଶିବା ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ସେ କଂଗ୍ରେସକୁ ଆଉ ଫେରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ପୂର୍ବରୁ ଏକ ଜାତୀୟ ଗଣମାଧ୍ୟମ ସଂସ୍ଥା ଗୁଲାମଙ୍କ କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ (Azad Congress reconciliation ) ନେଇ ଏକ ଖବର ପ୍ରସାରଣ କରିଥିଲା । ତେବେ ଏହାକୁ ଖଣ୍ଡନ କରିଛନ୍ତି ଗୁଲାମ ।

ଏନେଇ ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ ଗୁଲାମ କହିଛନ୍ତି, "ଦୁର୍ଭାଗ୍ୟବଶତଃ କଂଗ୍ରେସର କିଛି ନେତା ଗଣମାଧ୍ୟମକୁ ଏପରି ଖବର ଦେଇଛନ୍ତି । ମୋ ନେତା ତଥା ସମର୍ଥକଙ୍କୁ ପ୍ରବର୍ତ୍ତାଇବା ପରି କାର୍ଯ୍ୟ କରୁଛନ୍ତି । କଂଗ୍ରେସ ଦଳ ତଥା ଏହାର ନେତୃତ୍ବକୁ ନେଇ ମୋର ସେପରି କୌଣସି ସମସ୍ୟା ନାହିଁ । ମାତ୍ର ଏପରି ଖବରକୁ ଜନ୍ମ ଦେଉଥିବା କର୍ମୀଙ୍କୁ ଏଥିରୁ ଦୂରେଇ ରହିବା ଲାଗି ମୁଁ ନିବେଦନ କରୁଛି । ଆଉ ଥରେ ମୁଁ ସ୍ପଷ୍ଟ କରିଦେବାକୁ ଚାହୁଁଛି ଯେ ଏପରି ଖବରର କୌଣସି ସତ୍ୟତା ନାହିଁ ।" ଆଜାଦ କଂଗ୍ରେସ ସହିତ ୫୨ବର୍ଷ ଧରି କାର୍ଯ୍ୟ କରିଥିଲେ । ତେବେ ସେ ଗତ ଅଗଷ୍ଟ ୨୬ ତାରିଖରେ ଦଳରୁ ଇସ୍ତଫା ଦେଇ ନିଜର ଏକ ଦଳ ଗଠନ କରିବାକୁ କହିଥିଲେ । ତାଙ୍କ ଦଳର ନାମ ହେଉଛି 'ଡେମୋକ୍ରାଟିକ ଆଜାଦ ପାର୍ଟି' ।

ଏହା ବି ପଢନ୍ତୁ- ଭାରତ ଯୋଡ଼ ପରେ କଂଗ୍ରେସର ନୂଆ ରଣନୀତି, ବ୍ଲକସ୍ତରରେ ଯୋଡ଼ିହେବାକୁ କରୁଛି ଯୋଜନା

ନିକଟରେ ଶେଷ ହୋଇଥିବା ଗୁଜୁରାଟ ଓ ହିମାଚଳପ୍ରଦେଶ ନିର୍ବାଚନ ସମୟରେ ଆଜାଦ କହିଥିଲେ ଯେ କେବଳ କଂଗ୍ରେସ ବିଜେପିକୁ ପରାଜୟର ସ୍ବାଦ ଚଖାଇପାରିବ । ସେ ଆହୁରି କହିଥିଲେ ଯେ କଂଗ୍ରେସର ନୀତି ସହିତ ତାଙ୍କର କୌଣସି ସମସ୍ୟା ନାହିଁ, ବରଂ ଏହାର ଦୁର୍ବଳ ବ୍ୟବସ୍ଥାକୁ ସେ ବିରୋଧ କରନ୍ତି । ଏହି ମନ୍ତବ୍ୟ ଦେବା ପରେ ଭାରତ ଯୋଡ଼ ଯାତ୍ରାର ସଂଯୋଜକ ଦିଗବିଜୟ ସିଂ ଆଜାଦଙ୍କୁ ଯାତ୍ରାରେ ସାମିଲ ହେବା ଲାଗି ନିମନ୍ତ୍ରଣ କରିଥିଲେ । ଏହାସହିତ ତାଙ୍କୁ ଦଳକୁ ପ୍ରତ୍ୟାବର୍ତ୍ତନ କରିବା ଲାଗି ନିମନ୍ତ୍ରଣ ମଧ୍ୟ କରିଥିଲେ ।

ଦଳ ବିହାର କଂଗ୍ରେସର ସଭାପତି ଭାବେ ସାଂସଦ ଅଖିଳେଶ ପ୍ରସାଦ ସିଂ ଏବଂ ଭୁପିନ୍ଦର ସିଂ ହୁଡାଙ୍କୁ ହରିୟାଣାର କଂଗ୍ରେସର କମାଣ୍ଡ ହସ୍ତାନ୍ତର କରିଛି । ଏହି ସମୟରେ ଜମ୍ମୁ କାଶ୍ମୀରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତାରାଚାନ୍ଦଙ୍କ ସମେତ ଅନେକ ନେତା କଂଗ୍ରେସ ଛାଡି ଆଜାଦଙ୍କ ସହ ମିଶିଛନ୍ତି । ଆଜାଦଙ୍କ ବ୍ୟତୀତ ଅନେକ ନେତା କଂଗ୍ରେସର ଭାରତ ଯୋଡ଼ ଯାତ୍ରାରେ ସାମିଲ ହେବାକୁ ଯାଉଛନ୍ତି । ମାତ୍ର ଦଳ ଆଜାଦଙ୍କୁ ଦଳକୁ ଫେରାଇ ଆଣିବା ଲାଗି ପ୍ରୟାସ କରୁଥିବା ଜଣାପଡ଼ିଛି ।

ABOUT THE AUTHOR

...view details