ଓଡିଶା

odisha

ETV Bharat / bharat

JK Congress Campaign Committee, ନିଯୁକ୍ତିର କିଛି କ୍ଷଣ ପରେ ଗୁଲାମ ନବୀ ଆଜାଦ୍‌ଙ୍କ ଇସ୍ତଫା

ଜମ୍ମୁ-କଶ୍ମୀର ପ୍ରଚାର କମିଟିରେ ମୁଖ୍ୟ ଭାବେ ନିଯୁକ୍ତି ହେବାର ମାତ୍ର କେଇ ଘଣ୍ଟା ନପୁରୁଣୁ ଇସ୍ତଫା ଦେଇଛନ୍ତି କଂଗ୍ରେସ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ୍‌ । ଅଧିକ ପଢନ୍ତୁ

By

Published : Aug 17, 2022, 5:00 PM IST

ଗୁଲାମ ନବୀ ଆଜାଦ୍‌ଙ୍କ ଇସ୍ତଫା
ଗୁଲାମ ନବୀ ଆଜାଦ୍‌ଙ୍କ ଇସ୍ତଫା

ଶ୍ରୀନଗର:ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କୁ ଜମ୍ମୁ-କଶ୍ମୀର ପ୍ରଚାର କମିଟିରେ ମୁଖ୍ୟ ଭାବେ ନିଯୁକ୍ତି କରାଯାଇଥିଲା । ନିଯୁକ୍ତି ମିଳିବାର କିଛି କ୍ଷଣ ମଧ୍ୟରେ ଏହି ପଦରୁ ଇସ୍ତଫା ଦେଇଛନ୍ତି ଗୁଲାମ ନବୀ ଆଜାଦ । ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ଜମ୍ମୁ-କଶ୍ମୀର ପ୍ରଚାର କମିଟି ପଦକୁ ଅଗ୍ରାହ୍ୟ କରି ଦେଇଥିବା ବିଶେଷ ସୁତ୍ରରୁ ଜଣାପଡିଛି ।

କଂଗ୍ରେସର-୨୩ ଗୋଷ୍ଟୀର ଅନ୍ୟତମ ସଦସ୍ୟ ରହିଛନ୍ତି ଗୁଲାମ ନବୀ ଆଜାଦ। ଜମ୍ମୁ କଶ୍ମୀର ପ୍ରଚାର କମିଟି ଗୁଲାମ ନବୀ ଆଜାଦ ସହ 11ଜଣଙ୍କ ନେଇ ତିଆରି ହୋଇଥିଲା । କମିଟିର ଅଧକ୍ଷ ଭାବେ ଗୁଲାମ ନବୀ ଆଜାରଙ୍କୁ ଦାୟିତ୍ବ ଦିଆଯାଇଥିଲା । ତାରିକ ହାମିଦ କାରାଙ୍କ ଉପସଭାପତି ଭାବେ ନିଯୁକ୍ତ କରାଯାଇଥିଲା। ସୋନିଆ ଗାନ୍ଧି ତୁରନ୍ତ ପ୍ରଚାର କମିଟି, ରାଜନୈତିକ ବ୍ୟାପାର କମିଟି, ସମନ୍ୱୟ କମିଟି ଆଦି ଗଠନ କରିଛନ୍ତି । ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ତାଲିକା ଶେଷ ହେବା ପରେ ନିର୍ବାଚନ ଅନୁଷ୍ଠିତ ହେବ । ତେବେ ସ୍ବାସ୍ଥ୍ୟଗତ ସମସ୍ୟା କେବଳ ବାହାନା ଦଳ ଉପରେ ଅସନ୍ତୁଷ୍ଟ ଥିବାରୁ ଇସ୍ତଫା ଦେଇଛନ୍ତି କି ଗୁଲାମ ନବୀ ଆଜାଦ ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ABOUT THE AUTHOR

...view details