ଓଡିଶା

odisha

ରାଜ୍ୟରେ ଏବେ ବି ଭୂତମାନେ ବିଦ୍ୟମାନ: ତ୍ରିପୁରା ମୁଖ୍ୟମନ୍ତ୍ରୀ

CPI-M ଦଳକୁ ଇଙ୍ଗିତ କରି ତ୍ରିପୁରା ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଏବେ ମଧ୍ୟ ଭୂତମାନେ ରହିଛନ୍ତି । ଅଧିକ ପଢନ୍ତୁ...

By

Published : Mar 22, 2021, 12:43 PM IST

Published : Mar 22, 2021, 12:43 PM IST

ରାଜ୍ୟରେ ଏବେ ବି ଭୂତମାନେ ବିଦ୍ୟମାନ: ତ୍ରିପୁରା ମୁଖ୍ୟମନ୍ତ୍ରୀ
ରାଜ୍ୟରେ ଏବେ ବି ଭୂତମାନେ ବିଦ୍ୟମାନ: ତ୍ରିପୁରା ମୁଖ୍ୟମନ୍ତ୍ରୀ

ଅଗରତାଲା: କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ) ବା CPI-M ଦଳର ଗଭୀର ରାଜନୈତିକ କାର୍ଯ୍ୟକଳାପକୁ ଲକ୍ଷ୍ୟ କରି ରାଜ୍ୟରେ ଏବେ ମଧ୍ୟ ଭୂତମାନେ ରହିଛନ୍ତି ବୋଲି ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ କୁମାର କହିଛନ୍ତି । ତେବେ ସେ ରବିବାର ଧଲାଇ ଜିଲ୍ଲାର ମନୁଘାଟରେ ଏକ ନିର୍ବାଚନ ରାଲିରେ ଏଭଳି ମନ୍ତବ୍ୟ ଦେଇଛନ୍ତି ।

ସେ ଏହି ନିର୍ବାଚନ ରାଲିରେ କହିଛନ୍ତି,"ଦଳର ରାଜ୍ୟ ସ୍ତରୀୟ ନେତାମାନେ ଭାବିବା ଉଚିତ ନୁହେଁ ଯେ ସିପିଆଇ-ଏମ ରାଜ୍ୟରେ ନିଜର ଅସ୍ତିତ୍ୱ ହରାଇଛି । ସେମାନେ ମନେ ରଖିବା ଉଚିତ୍ ଯେ ଭୂତମାନେ କଦାପି ମରନ୍ତି ନାହିଁ ।" ରବିବାର ବାମପନ୍ଥୀ ଦଳକୁ ଆକ୍ରମଣ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ୱୟଂଶାସିତ ଜିଲ୍ଲା ପରିଷଦ (ଏଡିସି) ପାଇଁ ପୂର୍ବ ସରକାରଙ୍କ ପାଖରେ ମଧ୍ୟ ଉପଯୁକ୍ତ ବଜେଟ୍ ନାହିଁ । ଦୀର୍ଘ ଦିନ ଧରି ରାଜ୍ୟରେ ବାମପନ୍ଥୀ କ୍ଷମତାରେ ଥିଲେ ମଧ୍ୟ ରାଜ୍ୟରେ କୌଣସି ବିକାଶ ହୋଇପାରି ନାହିଁ ବୋଲି ସେ ଏହି ନିର୍ବାଚନ ରାଲିରେ କହିଛନ୍ତି ।

କିନ୍ତୁ ବିଜେପି ସରକାର ଏଡିସି କ୍ଷେତ୍ରଗୁଡିକର ସର୍ବଦଳୀୟ ଅଭିବୃଦ୍ଧି ପାଇଁ ଅତିରିକ୍ତ ବଜେଟ୍ ଆଣିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଦେବ କହିଛନ୍ତି । ତେବେ 2006 ମସିହାରୁ ଏଡିସିରେ ଏପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଅଟକି ରହିଥିବା ଦର୍ଶାଇ ବାମପନ୍ଥୀ ସରକାରଙ୍କୁ ମୁଖ୍ୟମନ୍ତ୍ରୀ ନିନ୍ଦା କରିଛନ୍ତି । ଏହି ସରକାର ଅର୍ଥଗୁଡିକୁ ନେଇ ସଠିକ କାର୍ଯ୍ୟରେ ଲଗାଉନାହିଁ ବୋଲି ସେ ଅଭିଯୋଗ ଆଣିଛନ୍ତି ।

ଆଗାମୀ ଏଡିସି ମତଦାନରେ ବିଜେପି ଏକ ବଡ଼ ବିଜୟ ହାସଲ କରିବ ବୋଲି ଏହି ବିଶାଳ ସମାବେଶକୁ ସମ୍ବୋଧିତ କରିବା ସମୟରେ ଦେବ ନିଜର ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି । 5-ଚାୱମାନୁ ଏବଂ 6-ମନୁ-ଚାଇଲେଙ୍ଗଟା ଏଡିସି ନିର୍ବାଚନମଣ୍ଡଳୀରୁ ବିଜେପି ମନୋନୀତ ପ୍ରାର୍ଥୀଙ୍କ ସମର୍ଥନରେ ଏହି ନିର୍ବାଚନ ରାଲି ଅନୁଷ୍ଠିତ ହୋଇଥିଲା । ଏହି ସମାବେଶରେ ଲୋକଙ୍କ ପକ୍ଷରୁ ଏକ ବିରାଟ ସମାଗମ ଦେଖିବାକୁ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details