ଲକ୍ଷ୍ନୌ: ଗୋଟିଏ ପରିବାରର ତିନି ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଗାଜିଆବାଦ ଅଞ୍ଚଳରେ । ମୃତକ ହେଉଛନ୍ତି କପଡା ବ୍ୟବସାୟୀ ରହୀସୁଦ୍ଦିନ ଓ ତାଙ୍କ ଦୁଇ ପୁଅ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ବନ୍ଧୁକ ମୁନରେ ଗଲା 3 ଜୀବନ, କାରଣ ଅସ୍ପଷ୍ଟ
ଗୋଟିଏ ପରିବାରର ତିନି ଜଣଙ୍କୁ ଗୁଳି କରି ହତ୍ୟା । ଗୁଳିକାଣ୍ତର କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ...
ବନ୍ଧୁକ ମୁନରେ ଗଲା 3 ଜୀବନ;କାରଣ ଅସ୍ପଷ୍ଟ
ସୂଚନା ଅନୁସାରେ, ଗାଜିଆବାଦର ଲୋନି ଅଞ୍ଚଳରେ ବସବାସ କରନ୍ତି ରହୀସୁଦ୍ଦିନଙ୍କ ପରିବାର । ବିଳମ୍ବିତ ରାତିରେ ଦୁବୃର୍ତ୍ତମାନେ ରହୀସୁଦ୍ଦିନ, ତାଙ୍କ ସ୍ତ୍ରୀ ଓ ଦୁଇ ପୁଅ ଉପରକୁ ଗୁଳି ଚଳାଇଥିଲେ । ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା । ଗୁରୁତର ଅବସ୍ଥାରେ ମହିଳାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଚିକିତ୍ସା ମଧ୍ୟ ଜାରି ରହିଛି । ଘଟଣା ପରେ ଏହି ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଲୁଟ ଉଦ୍ଦେଶ୍ୟରେ ଗୁଳିକାଣ୍ତ ଘଟିଥିବା ସନ୍ଦେହ କରାଯାଇଛି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ