ଓଡିଶା

odisha

ଭାରତରେ ପ୍ରସ୍ତୁତ ଫାଇଜର ଅନୁରୂପ ଭ୍ୟାକ୍ସିନକୁ ମଞ୍ଜୁରୀ, ସାଧାରଣ ଫ୍ରିଜରେ କରିହେବ ସଂରକ୍ଷଣ

By

Published : Dec 15, 2020, 8:33 PM IST

ଫାଇଜରର ଟେକ୍ନୋଲୋଜିକୁ ବ୍ୟବହାର କରି ଭାରତରେ ଏକ ଟୀକା ପ୍ରସ୍ତୁତ କରାଯାଉଛି । ସବୁଠୁ ଖାସ କଥା ହେଉଛି ଯେ ଏହି ଟୀକାକୁ ସାଧାରଣ ଫ୍ରିଜ୍‌ରେ ରଖିହେବ । ଅଧିକ ପଢନ୍ତୁ...

ଭାରତରେ ପ୍ରସ୍ତୁତ ଫାଇଜର ଅନୁରୂପ ଭ୍ୟାକ୍ସିନକୁ ମଞ୍ଜୁରୀ, ସାଧାରଣ ଫ୍ରିଜରେ କରିହେବ ସଂରକ୍ଷଣ
ଭାରତରେ ପ୍ରସ୍ତୁତ ଫାଇଜର ଅନୁରୂପ ଭ୍ୟାକ୍ସିନକୁ ମଞ୍ଜୁରୀ, ସାଧାରଣ ଫ୍ରିଜରେ କରିହେବ ସଂରକ୍ଷଣ

ନୂଆଦିଲ୍ଲୀ: ମହାମାରୀ କୋରୋନା ସଙ୍କଟ ମଧ୍ୟରେ ଯେଉଁଠି ଭ୍ୟାକ୍ସିନ ଉପରେ ରହିଛି ସମସ୍ତଙ୍କ ନଜର । ଏହାରି ମଧ୍ୟରେ ବ୍ରିଟେନ ଓ ଆମେରିକା ଭଳି ଦେଶରେ ଆରମ୍ଭ ହୋଇସାରିଛି ଟୀକାକରଣ । ଏଠାରେ ଫାଇଜର ଭ୍ୟାକ୍ସିନର ଦିଆଯାଇଛି ପ୍ରଥମ ଡୋଜ । ତେବେ ଭାରତରେ ଫାଇଜର ଭ୍ୟାକ୍ସିନର ଷ୍ଟୋରେଜ୍‌କୁ ନେଇ ସୃଷ୍ଟି ହୋଇଛି ଚ୍ୟାଲେଞ୍ଜ, କାରଣ ଫାଇଜର ଭ୍ୟାକ୍ସିନ -70 ଡିଗ୍ରୀ ସେଲସିୟସରେ ରହିପାରିବ । ଭାରତ ଭଳି ଦେଶରେ ଏକ ପ୍ରକାରର ଚ୍ୟାଲେଞ୍ଜ କୁହାଯାଇପାରେ । ଏଭଳି ଦେଶରେ ଶୀତଳିକରଣ ଚେନ୍‌ ବଜାୟ ରଖିବା ବଡ କଠିନ କାର୍ଯ୍ୟ । ଏଭଳି ସ୍ଥିତିରେ ଭ୍ୟାକ୍ସିନକୁ ନେଇ ବଡ ବୟାନ ଦେଇଛି ଭାରତୀୟ ସ୍ବାସ୍ଥ୍ୟମନ୍ତ୍ରଣାଳୟ ।

ଫାଇଜରର ଟେକ୍ନୋଲୋଜିକୁ ବ୍ୟବହାର କରି ଭାରତରେ ଏକ ଟୀକା ପ୍ରସ୍ତୁତ କରାଯାଉଛି । ସବୁଠୁ ଖାସ କଥା ହେଉଛି ଯେ ଏହି ଟୀକାକୁ ସାଧାରଣ ଫ୍ରିଜ୍‌ରେ ରଖିହେବ । ନୀତି ଆୟୋଗର ସଦସ୍ୟ ଡାକ୍ତର ଭି.କେ ପାଲ କହିଛନ୍ତି, ଚଳିତ ସପ୍ତାହରେ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ଏକ ନୂଆ ଭ୍ୟାକ୍ସିନର କ୍ଲିନିକାଲ ଟ୍ରାଏଲକୁ ମଞ୍ଜୁରୀ ପ୍ରଦାନ କରିଛି । ତେବେ ଜିନୋଆ କମ୍ପାନୀ ଭାରତ ସରକାରଙ୍କ ରିସର୍ଚ ଡିପାର୍ଟମେଣ୍ଟ ଅଫ ବାୟୋ ଟେକ୍ନୋଲୋଜି ସହାୟତାରେ ଏକ ଭ୍ୟାକ୍ସିନ ପ୍ରସ୍ତୁତ କରୁଛି ।

ଡାକ୍ତର ଭି.କେ ପାଲଙ୍କ ଅନୁଯାୟୀ ଏହି ଟୀକା ନିର୍ମାଣରେ ଫାଇଜର ଭ୍ୟାକ୍ସିନ ଭଳି ଟେକ୍ନୋଲୋଜିର ବ୍ୟବହାର କରାଯାଇଛି । ଯଦି ଏହି ଭ୍ୟାକ୍ସିନର ଟ୍ରାଏଲ ସଫଳ ରୁହେ, ତାହେଲେ ଏହାକୁ ସାଧାରଣ ଶୀତଳୀକରଣ ଯନ୍ତ୍ର ସହାୟତାରେ ସଂରକ୍ଷଣ କରି ରଖିହେବ । ତେବେ ବର୍ତ୍ତମାନ ଦେଶରେ 6ଟି ଭ୍ୟାକ୍ସିନର କ୍ଲିନିକାଲ ଟ୍ରାଏଲ ଜାରି ରହିଥିବା ସୂଚନା ଦେଇଛନ୍ତି ଡାକ୍ତର ପାଲ ।

ଅନ୍ୟପକ୍ଷେ ସ୍ବାସ୍ଥ୍ୟମନ୍ତ୍ରଣାଳୟର ସଚିବ ରାଜେଶ ଭୂଷଣ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, କୋରୋନା ଭ୍ୟାକ୍ସିନକୁ ନେଇ କ୍ରମାଗତ ପ୍ରସ୍ତୁତି ଜାରି ରହିଛି । ଟୀକାକରଣ ପାଇଁ 29 ହଜାର କୋଲ୍ଡ ଚେନ ପଏଣ୍ଟ, 240 ୱାକ ଇନ କୁଲର, 70 ୱାକ ଇନ ଫ୍ରିଜର, 45 ହଜାର ଆଇସ ଲାଇନ୍ଡ ରେଫ୍ରିଜେରେଟର, 41 ହଜାର ଡିପ ଫ୍ରିଜର ଓ 300 ସୋଲାର ରେଫ୍ରିଜେରେଟର ବ୍ୟବହାର କରାଯିବ । ରାଜ୍ୟ ସରକାରଙ୍କ ପାଖରେ ସମସ୍ତ ଉପକରଣ ପୂର୍ବରୁ ପହଞ୍ଚିସାରିଥିବା ସୂଚନା ମିଳିଛି ।

ABOUT THE AUTHOR

...view details