ଓଡିଶା

odisha

ETV Bharat / bharat

ସେନାରେ 42 ବର୍ଷର ସେବା: ଅବସର ନେଲେ ମନୋଜ ମୁକୁନ୍ଦ ନରଓ୍ୱାଣେ - ଜେନେରାଲ ନରଓ୍ବାଣେଙ୍କ ଅବସର

ଭାରତୀୟ ସ୍ଥଳସେନାରେ ଦୀର୍ଘ 42ବର୍ଷର ସେବା ପରେ ଆଜି ଅବସର ଗ୍ରହଣ କରିଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ବାଣେ । ସେନା ମୁଖ୍ୟାଳୟ ପରିସରରେ ଗ୍ରହଣ କଲେ ଶେଷ ଅଭବାଦନ । ଅଧିକ ପଢନ୍ତୁ

42 ବର୍ଷରେ ସେବା ପରେ ଅବସର, ଗ୍ରହଣ କଲେ ଶେଷ ଅଭିବାଦନ
42 ବର୍ଷରେ ସେବା ପରେ ଅବସର, ଗ୍ରହଣ କଲେ ଶେଷ ଅଭିବାଦନ

By

Published : Apr 30, 2022, 4:19 PM IST

ନୂଆଦିଲ୍ଲୀ:ଭାରତୀୟ ସ୍ଥଳସେନାରେ ଦୀର୍ଘ 42 ବର୍ଷର ସେବା ପରେ ଆଜି (ଶନିବାର) ସ୍ଥଳସେନାର ମୁଖ୍ୟ ପଦରୁ ଅବସର ଗ୍ରହଣ କରିଛନ୍ତି ଜେନେରାଲ ମନୋଜ ମୁକୁନ୍ଦ ନରଓ୍ବାଣେ । ଆଜି ସେ ଅବସର ଗ୍ରହଣ କରିବା ସହ ଦିଲ୍ଲୀର ସାଉଥ ବ୍ଲକରେ ଥିବା ସେନା ମୁଖ୍ୟାଳୟ ପରିସରରେ କ୍ୟାରିୟରର ଶେଷ ଅଭିବାଦାନ (ଗାର୍ଡ ଅଫ୍ ଅନର) ଗ୍ରହଣ କରିଛନ୍ତି । ଅଭବାଦନ ଗ୍ରହଣ ପରେ ସେ ନୂତନ ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କୁ ଦାୟିତ୍ବ ହସ୍ତାନ୍ତର କରିଥିଲେ ।

ମହାରାଷ୍ଟ୍ରରେ ଜନ୍ମିତ ଜେନେରାଲ ନରଓ୍ବାଣେ 1980 ମସିହାରେ ଭାରତୀୟ ସ୍ଥଳସେନାର ଶିଖ ଲାଇଟ ଇନଫ୍ୟାଣ୍ଟ୍ରୀର 7ମ ବାଟାଲିୟନ ମାଧ୍ୟମରେ ସେନାରେ କ୍ୟାରିୟର ଆରମ୍ଭ କରିଥିଲେ । ପରେ ରାଷ୍ଟ୍ରୀୟ ରାଇଫଲର କମାଣ୍ଡିଂ ଅଧିକାରୀ, କୋହିମାରେ ଆସାମ ରାଇଫଲ (ଉତ୍ତର) ଇନସପେକ୍ଟର ଜେନେରାଲ ଭାବେ ମଧ୍ୟ ଦାୟିତ୍ବ ସମ୍ଭାଳିଥିଲେ । ଭାରତୀୟ ସେନାର ମିଶନ ଶ୍ରୀଲଙ୍କା (ଶାନ୍ତିସେନା) ରେ ମଧ୍ୟ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

ଜେନେରାଲ ବିପିନ ରାଓ୍ବତ ପ୍ରଥମ ପ୍ରତିରକ୍ଷା ପ୍ରମୁଖ (CDS) ଭାବେ ଦାୟିତ୍ବ ଗ୍ରହଣ କରିବା ପରେ 28ତମ ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ଜେନେରାଲ ନରଓ୍ବାଣେ । ସେନାରେ ନିଜର ଦୀର୍ଘ 4 ଦଶନ୍ଧିର କାର୍ଯ୍ୟକାଳରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ବିଶିଷ୍ଟ ସେବା ମେଡାଲ, ଅତି ବିଶିଷ୍ଟ ସେବା ମେଡାଲ, ପରମ ବିଶିଷ୍ଟ ସେବା ମେଡାଲରେ ମଧ୍ୟ ସମ୍ମାନିତ କରାଯାଇ ସାରିଛି ।

ଆଜି ଅବସର ଗ୍ରହଣ ପୂର୍ବରୁ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥଙ୍କୁ ସିଂଙ୍କୁ ମଧ୍ୟ ସାକ୍ଷାତ କରି ଆଲୋଚନା କରିଛନ୍ତି । ରାଷ୍ଟ୍ରପତି ଓ ପ୍ରତିରକ୍ଷା ମନ୍ତ୍ରୀ ଉଭୟ ନରଓ୍ବାଣେଙ୍କ ସେନା ପ୍ରତି ଥିବା ଅବଦାନ ମନେ ପକାଇବା ସହ ତାଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details