ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ ଟିମର ପୂର୍ବତନ ଖେଳାଳି ଓ ପୂର୍ବ ଦିଲ୍ଲୀର ସାଂସଦ ଗୌତମ ଗମ୍ଭୀରଙ୍କୁ (Gautam Gambhir) ପୁଣି ଥରେ ଜୀବନରୁ ମାରିଦେବାକୁ ଧମକ(death threat mail to Gambhir) ମିଳିଛି । ଆଜି(ରବିବାର) ମେଲ୍ ଯୋଗେଁ ତାଙ୍କୁ ଏହି ଧମକ ଦିଆଯାଇଛି । ପାକିସ୍ତାନ କରାଚିରୁ ଏହି ଧମକପୂର୍ଣ୍ଣ ମେଲ ଆସିଛି । ଏଥିରେ ଡିସିପି ଶ୍ବେତା ଚୌହାନଙ୍କ ନାମ ଅଛି ।
ଆସିଥିବା ଇ-ମେଲ୍ରେ ‘ଦିଲ୍ଲୀ ପୋଲିସ ଏବଂ ଡିସିପି ଶ୍ବେତା ମଧ୍ୟ ଆମର କିଛି ବିଗାଡି ପାରିବେ ନାହିଁ। ଆମର ଗୁପ୍ତଚରମାନେ ପୋଲିସ ଭିତରେ ଅଛନ୍ତି, ଯେଉଁମାନେ ତୁମ ବିଷୟରେ ସମସ୍ତ ସୂଚନା ଦେଉଛନ୍ତି’ ବୋଲି ମେଲରେ ରହିଛି । ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି ଗୌତମ । ହତ୍ୟା ଧମକ ମିଳିବା ପରେ ଗୌତମ ଗମ୍ଭୀରଙ୍କ ଘରର ସୁରକ୍ଷା ବଢ଼ାଇ ଦିଆଯାଇଥିଲା।