ଓଡିଶା

odisha

ETV Bharat / bharat

‘ବାବା କି ଢାବା’କୁ ନେଇ ବିବାଦ, ପକ୍ଷ ରଖିଲେ ଭାଇରାଲ କରିଥିବା ୟୁଟ୍ୟୁବର୍ - etv bharat

ଦକ୍ଷିଣ ଦିଲ୍ଲୀର ମାଲଭିଆ ନଗରରେ ଥିବା ‘ବାବା କା ଢାବା’ର ମାଲିକ କାନ୍ତା ପ୍ରସାଦ ୟୁଟ୍ୟୁବର୍ ଗୌରବ ୱାସନଙ୍କ ବିରୋଧରେ ଟଙ୍କା ହେରଫେର ଅଭିଯୋଗ ଆଣିଛନ୍ତି। ତେବେ ଏହାକୁ ନେଇ ୟୁଟ୍ୟୁବର୍ ଗୌରବ ୱାସନ୍ ଇଟିଭି ଭାରତରେ ନିଜ ପକ୍ଷ ରଖିଛନ୍ତି...

Gaurav Vasan
ୟୁଟ୍ୟୁବର୍ ଗୌରବ ୱାସନ୍

By

Published : Nov 4, 2020, 3:30 PM IST

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ମାଲଭିଆ ନଗରରେ ଥିବା ‘ବାବା କା ଢାବା’ର ମାଲିକ କାନ୍ତା ପ୍ରସାଦ ୟୁଟ୍ୟୁବର୍ ଗୌରବ ୱାସନଙ୍କ ବିରୋଧରେ ଟଙ୍କା ହେରଫେର ଅଭିଯୋଗ ଆଣିଛନ୍ତି। ବର୍ତ୍ତମାନ ଏହି ମାମଲାରେ ୟୁଟ୍ୟୁବର ଗୌରବ ନିଜ ପକ୍ଷ ରଖିଛନ୍ତି । ଗୌରବ ଦାବି କରିଛନ୍ତି ଯେ ସେ ବାବାଙ୍କୁ ସମସ୍ତ ଟଙ୍କା ଦେଇଛନ୍ତି। ନିକଟରେ 80 ବର୍ଷୀୟ କାନ୍ତା ପ୍ରସାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସେ ବେଶ୍ ପ୍ରସିଦ୍ଧ ହୋଇଥିଲେ।

‘ବାବା କି ଢାବା’କୁ ନେଇ ବିବାଦ, ପକ୍ଷ ରଖିଲେ ଭାଇରାଲ୍ କରିଥିବା ୟୁଟ୍ୟୁବର୍

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ସେ ଲକଡାଉନ୍ ସମୟରେ ଦୋକାନର ବିଫଳତା ହେତୁ ଆର୍ଥିକ ସଙ୍କଟ ନେଇ ନିଜର ଦୁଃଖ ପ୍ରକାଶ କରିଥିଲେ। ୟୁଟ୍ୟୁବର୍ ଗୌରବ ସୋସିଆଲ ମିଡିଆ ଆକାଉଣ୍ଟରେ ଏହାକୁ ସେୟାର କରିଥିଲେ । ପୋଲିସ ନିକଟରେ କରିଥିବା ଅଭିଯୋଗରେ କାନ୍ତା ପ୍ରସାଦ କହିଛନ୍ତି ଯେ ଗୌରବ ତାଙ୍କ ଭିଡିଓ ସୁଟିଂ କରି ଅନଲାଇନରେ ଏବଂ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ସେମାନଙ୍କୁ ଟଙ୍କା ଦେବାକୁ ଜନସାଧାରଣଙ୍କୁ ନିବେଦନ କରାଯାଇଥିଲା କିନ୍ତୁ ଗୌରବ କେବଳ ଜାଣିଶୁଣି ନିଜ ତଥା ତାଙ୍କ ପରିବାର ଓ ବନ୍ଧୁଙ୍କ ବ୍ୟାଙ୍କ ବିବରଣୀ ଏବଂ ମୋବାଇଲ୍ ନମ୍ବର ଦେଇଥିଲେ ଏବଂ ମୋତେ କୌଣସି ସୂଚନା ନ ଦେଇ ବିଭିନ୍ନ ପ୍ରକାରର ଦେୟ ମାଧ୍ୟମରେ ବିପୁଳ ପରିମାଣର ଦାନ ସଂଗ୍ରହ କରିଥିଲେ।

ତେବେ ଏହି ଘଟଣାକୁ ନେଇ ଗୌରବ ଇଟିଭି ଭାରତରେ ନିଜ ପକ୍ଷ ରଖିଛନ୍ତି । ସେ କହିଛନ୍ତି ଯେ ସେ ପ୍ରଥମ ଦିନ ଲୋକଙ୍କ ସହିତ ତାଙ୍କ ଆକାଉଣ୍ଟ ବିବରଣୀ ସେୟାର କରିଥିଲେ, ଯେଉଁଥିରେ ଲୋକମାନେ ବାବାଙ୍କୁ ସାହାଯ୍ୟ କରିବାକୁ ଟଙ୍କା ପଠାଉଥିଲେ। ଗୌରବ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ପାଖରେ ପେଟିଏମ୍ ନାହିଁ ତେଣୁ ସେ ତାଙ୍କ ପତ୍ନୀଙ୍କ ପେଟିଏମ୍ ବିବରଣୀ ଦେଇଥିଲେ ଏବଂ ଲୋକେ ପେଟିଏମରେ ମଧ୍ୟ ଟଙ୍କା ପଠାଉଥିଲେ ଆଉ ସେ ସମସ୍ତ ଟଙ୍କା ବାବାଙ୍କୁ ଦେଇଥିଲେ।

ପ୍ରକାଶଥାଉକି, ଏହି ସମଗ୍ର ବିଷୟକୁ ନେଇ ବିବାଦ ଆରମ୍ଭ ହୋଇଥିଲା ଯେତେବେଳେ ଅକ୍ଟୋବର 25 ରେ ଲକ୍ଷ୍ୟ ଚୌଧୁରୀ ନାମକ ୟୁଟ୍ୟୁବର୍ ଏକ ଭିଡିଓ ପ୍ରସ୍ତୁତ କରିଥିଲେ ଯେଉଁଥିରେ ଗୌରବ, ବାବାଙ୍କ ସହିତ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଥିଲା । ପରଦିନ ଲକ୍ଷ୍ୟ ଚୌଧୁରୀଙ୍କ ଭିଡିଓ ରିଲିଜ୍ ହେବା ପରେ ଗୌରବ ବାବାଙ୍କ ନିକଟରେ ପହଞ୍ଚି ତାଙ୍କୁ 2 ଲକ୍ଷ 33 ହଜାର 677 ଟଙ୍କା ଚେକ୍ ଦେଇଥିଲେ। ତାଙ୍କ ପାଖକୁ ମୋଟ 3,78,000 ଟଙ୍କା ଆସିଥିଲା ଓ ସେ ପୁରା ଟଙ୍କା ବାବାଙ୍କୁ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details