ହାଇଦ୍ରାବାଦ:ପାଇପଲାଇନ ମରାମତି ବେଳେ ଗ୍ୟାସ ଲିକ୍ ହୋଇଛି । ନିଜାମ୍ପେଟ୍ ରାଜପଥରେ ପାଇପଲାଇନ ମରାମତି କରିବା ସମୟରେ ଗ୍ୟାସ ଲିକ୍ ହୋଇଥିବା ସୂଚନା ମିଳିଛି ।
ସୂଚନା ମୁତାବକ, ହାଇଦ୍ରାବାଦର ଗାୟତ୍ରୀ ଟାୱାର ନିକଟରେ ପିଇବା ପାଣି ପାଇପଲାଇନ ମରାମତି ହେଉଥିଲା । ସେହି ସମୟରେ ଏକ ଗ୍ୟାସ୍ ପାଇପ୍ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଥିଲା । ଏହି ଘଟଣାରେ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇଥିଲେ। ଗ୍ୟାସ ଲିକ୍ ହେବାଦ୍ବାରା କିଛି ସମୟ ପାଇଁ ଟ୍ରାଫିକ୍ ଜାମ୍ ମଧ୍ୟ ହୋଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସମ୍ପୃକ୍ତ ଅଧିକାରୀଙ୍କ ସହାୟତାରେ ଗ୍ୟାସ ଲିକକୁ ବନ୍ଦ କରିବାରେ ସକ୍ଷମ ହୋଇଥିଲା । ତେବେ ଏହି ଘଟଣାରେ କୌଣସି କ୍ଷତି ହୋଇଥିବା ସୂଚନା ମିଳିନାହିଁ ।