ଗାନ୍ଧୀନଗର: ଗୁଜୁରାଟ ସୁରଟରେ ଅଘଟଣ । ସୁରଟର ସଚିନ୍ GIDC ଅଞ୍ଚଳରେ ରାସ୍ତାକଡରେ ଛିଡା ହୋଇଥିବା ଏକ ଟ୍ୟାଙ୍କରରୁ କେମିକାଲ୍ ଲିକ୍ ଯୋଗୁଁ ୬ ଜଣଙ୍କ ମୃତ୍ୟୁ ଓ ୨୦ରୁ ଉର୍ଦ୍ଧ୍ବ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ସୁରଟ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜି(ଗୁରୁବାର) ସକାଳ ପ୍ରାୟ ୫ଟା ସମୟରେ ଏହି ଅଘଟଣ ଘଟିଛି । ଗ୍ୟାସ୍ ଲିକ୍ ଖବର ପାଇବା ପରେ ଦମକଳ ବିଭାଗ ଘଟଣାସ୍ଥଳରେ ପହଞ୍ଚିଛି । କେମିକାଲ୍ ଲିକ୍ ରୋକିବାକୁ ପ୍ରୟାସ କରାଯାଉଛି ।
ସୁରଟରେ ଗ୍ୟାସ୍ ଲିକ୍: ୬ ମୃତ, ୨୦ରୁ ଊର୍ଦ୍ଧ୍ବ ଗୁରୁତର - ସୁରଟରେ ଗ୍ୟାସ୍ ଲିକ
ଗୁଜୁରାଟ ସୁରଟରେ ଅଘଟଣ । ଏକ ଟ୍ୟାଙ୍କରରୁ କେମିକାଲ୍ ଲିକ୍ ହୋଇ ୬ ଜଣଙ୍କ ମୃତ୍ୟୁ ଓ ୨୦ରୁ ଊର୍ଦ୍ଧ୍ବ ଗୁରୁତର ସୂଚନା । ଅଧିକ ପଢନ୍ତୁ
ସୁରତରେ ଗ୍ୟାସ୍ ଲିକ୍: ୬ ମୃତ, ୨୦ ଊର୍ଦ୍ଧ୍ବ ଗୁରୁତର
ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ସକାଳେ ଜିଆରଡିସି ଅଞ୍ଚଳରେ ଗୋଟିଏ ଟ୍ୟାଙ୍କରରୁ ଅଚାନକ୍ କେମିକାଲ୍ ଲିକ୍ ହେବା ଆରମ୍ଭ ହୋଇଥିଲା । ସେଠାରେ ଥିବା ଶ୍ରମିକ ଏବଂ ବିଶ୍ବ ପ୍ରେମ ନାମକ ଏକ ପ୍ରିଣ୍ଟିଂ ମିଲ୍ର କର୍ମଚାରୀମାନେ ଏହି କେମିକାଲ୍ ସଂସ୍ପର୍ଶରେ ଆସିଥିଲେ । କେମିକାଲ ଯୋଗୁଁ ଶ୍ବାସରୁଦ୍ଧ ହୋଇ ୬ ଜଣଙ୍କର ମୃତ୍ୟୁ ଘଟିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Jan 6, 2022, 8:50 AM IST