ଓଡିଶା

odisha

Gas Cylinder Blast In Rikshikesh: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

By

Published : Apr 23, 2022, 12:50 PM IST

ଋଷିକେଶରେ ଭୟାବହ ଅଗ୍ନିକାଣ୍ଡ । ଟେଣ୍ଟ ହାଉସରେ ନିଆଁଲାଗି ୬ଟି ସିଲିଣ୍ଡର ବିସ୍ପୋରଣ । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡି ନଷ୍ଟ

v
Gas Cylinder Blast In Rikshikesh: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡି ନଷ୍ଟ

ଡେରାଡୁନ: ଋଷିକେଶରେ ଭୟାବହ ଅଗ୍ନିକାଣ୍ଡ । ଟେଣ୍ଟ ହାଉସରେ ନିଆଁଲାଗି ୬ ଟି ସିଲିଣ୍ଡର ବିସ୍ପୋରଣ । ଏଭଳି ଏକ ଭୟାନକ ଅଗ୍ନିକାଣ୍ଡ ଘଟିଛି ଋଷିକେଶର ଶିବାଜୀ ନଗର 16 ନମ୍ବର ସାହିରେ ଥିବା ଏକ ଟେଣ୍ଟ ହାଉସ ଷ୍ଟୋରେଜରେ । ଖବର ପାଇ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି । ଏହା ପୂର୍ବରୁ ସ୍ଥାନୀୟ ଲୋକେ ବହୁ ପରିମାଣରେ ନିଆଁକୁ ଆୟତ୍ତ କରିଥିଲେ ।

Gas Cylinder Blast In Rikshikesh: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡି ନଷ୍ଟ

ସୂଚନା ଅନୁଯାୟୀ, ଟେଣ୍ଟ ହାଉସର ଷ୍ଟୋରେଜରେ ହଠାତ୍ ନିଆଁ ଲାଗିଯାଇଥିଲା । ଯାହା ପରେ ଏହି ସିଲିଣ୍ଡର ଗୁଡ଼ିକରେ ନିଆଁ ଲାଗିବା ପରେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ହୋଇଥିଲା । ଅଗ୍ନିକାଣ୍ଡର କାରଣ ଅସ୍ବଷ୍ଟ ରହିଥିବା ବେଳେ ସୌଭାଗ୍ୟ ବଶତଃ ଏହି ଘଟଣାରେ କୌଣସି ବ୍ୟକ୍ତିର କ୍ଷୟକ୍ଷତି ହୋଇନାହିଁ ।

ଋଷିକେଶ ମେୟର ଘଟଣାସ୍ଥଳରେ ପହଞ୍ଚି ପୀଡିତଙ୍କୁ ସାନ୍ତ୍ୱନା ଦେବା ସହ କ୍ଷୟକ୍ଷତିର ଆକଳନ କରିବା ପରେ ସାହାଯ୍ୟ କରିବାକୁ ପ୍ରତିଶୃତି ଦେଇଛନ୍ତି । ସେ କହିଛନ୍ତି ଯେ ପରସ୍ପରର ସାହାଯ୍ୟରେ ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବା ପ୍ରଶଂସନୀୟ ।

ଖବର ଦେବାପରେ ମଧ୍ୟ ଅଗ୍ନିଶମ ବାହିନୀ ବିଳମ୍ବରେ ପହଞ୍ଚିଥିବା ନେଇ ଅଭିଯୋଗ ହୋଇଛି । ଏନେଇ ଫାୟାର ଏଫଏସଓ ବଲବୀର କହିଛନ୍ତି ଯେ, ସୂଚନା ପାଇବା ମାତ୍ରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରାଯାଇଛି। ଅଗ୍ନିକାଣ୍ଡ ହେତୁ ସମସ୍ତ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି ଏବଂ ନିକଟସ୍ଥ ଘର ନଷ୍ଟ ହୋଇଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details