ନୂଆଦିଲ୍ଲୀ: ପୁଣି ବଢିଛି କୋଭିସିଲ୍ଡ ଟିକା ଡୋଜ ନେବାର ବ୍ୟବଧାନ ଅବଧି । କୋଭିସିଲ୍ଡ ଭ୍ୟାକ୍ସିନର ଦ୍ବିତୀୟ ଡୋଜ ପାଇଁ ସମୟ ବ୍ୟବଧାନ 12ରୁ 16 ସପ୍ତାହ ରଖିବା ନେଇ କୋଭିଡ ୱାର୍କିଂ ଗ୍ରୁପର ପରାମର୍ଶକୁ ଗ୍ରହଣ କରିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।
ଯେଉଁମାନେ କୋଭିସିଲ୍ଡ ଭ୍ୟାକ୍ସିନର ପ୍ରଥମ ଡୋଜ ନେଇସାରିଛନ୍ତି ସେମାନେ ଏବେ 12ରୁ 16 ସପ୍ତାହ ବ୍ୟବଧାନ ମଧ୍ୟରେ ଦ୍ବିତୀୟ ଡୋଜ ନେଇପାରିବେ । ନ୍ୟାସନାଲ ଟେକନିକାଲ ଆଡଭାଇଜରୀ ଗ୍ରୁପ୍ ଅନ୍ ଇମ୍ୟୁନାଇଜେସନ (NTAGI) କୋଭିଶିଲ୍ଡ ଟିକା ଦୁଇ ଡୋଜ ମଧ୍ୟରେ ବ୍ୟବଧାନକୁ 12-16 ସପ୍ତାହକୁ ବୃଦ୍ଧି କରିବାକୁ ସୁପାରିଶ କରିଥିଲା ।