ଓଡିଶା

odisha

ETV Bharat / bharat

ଆମ୍ବୁଲାନ୍ସରେ ୟୁପି ଆସୁଛି ବାହୁବଳୀ ମୁଖତାର ଅଂସାରୀ, ରାସ୍ତାରେ କଡା ସୁରକ୍ଷା ବଳୟ - ବାହୁବଳୀ ମୁଖତାର ଅଂସାରୀ

ସୁରକ୍ଷା ମଧ୍ୟରେ ପଞ୍ଜାବର ରୋପଡ ଜେଲରୁ ଉତ୍ତର ପ୍ରଦେଶ ଆସୁଛନ୍ତି ବାହୁବଳୀ ବିଧାୟକ ମୁଖତାର ଅଂସାରୀ । ଅଧିକ ପଢନ୍ତୁ...

ଆମ୍ବୁଲାନ୍ସରେ ୟୁପି ଆସୁଛି ବାହୁବଳୀ ମୁଖତାର ଅଂସାରୀ, ରାସ୍ତାରେ କଡା ସୁରକ୍ଷା ବଳୟ
ଆମ୍ବୁଲାନ୍ସରେ ୟୁପି ଆସୁଛି ବାହୁବଳୀ ମୁଖତାର ଅଂସାରୀ, ରାସ୍ତାରେ କଡା ସୁରକ୍ଷା ବଳୟ

By

Published : Apr 6, 2021, 4:00 PM IST

ଲକ୍ଷ୍ନୌ: ରାସ୍ତାରେ ଆମ୍ବୁଲାନ୍ସ । ଆଗ-ପଛରେ ପୋଲିସର 8 ଗାଡି । ଚାରିପଟେ କଡା ସୁରକ୍ଷା ବ୍ୟବସ୍ଥା । ଏଭଳି ସୁରକ୍ଷା ବଳୟ ମଧ୍ୟରେ ପଞ୍ଜାବର ରୋପଡ ଜେଲରୁ ଉତ୍ତର ପ୍ରଦେଶ ଆସୁଛନ୍ତି ବାହୁବଳୀ ବିଧାୟକ ମୁଖତାର ଅଂସାରୀ ।

ଆମ୍ବୁଲାନ୍ସରେ ୟୁପି ଆସୁଛି ବାହୁବଳୀ ମୁଖତାର ଅଂସାରୀ, ରାସ୍ତାରେ କଡା ସୁରକ୍ଷା ବଳୟ

ବାହୁବଳୀ ନେତା ମୁଖତାର ଅଂସାରୀଙ୍କୁ ନିକଟରେ ସୁପ୍ରିମକୋର୍ଟରୁ ମିଳିଥିଲା ବଡ ଝଟକା । ଅଂସାରୀଙ୍କୁ ଉତ୍ତରପ୍ରଦେଶ ପଠାଇବାକୁ ଆଦେଶ ଦେଇଥିଲେ ସୁପ୍ରିମକୋର୍ଟ ।

ପୂର୍ବାଞ୍ଚଳର ମାଫିଆ ଡନ ତଥା ବିଏସପିର ବାହୁବଳୀ ବିଧାୟକ ମୁଖତାର ଅଂସାରୀଙ୍କୁ ନେଇ ଉତ୍ତରପ୍ରଦେଶ ଓ ପଞ୍ଜାବ ସରକାରଙ୍କ ମଧ୍ୟରେ ରାଜନୈତିକ ସହ ଆଇନଗତ ସଂଗ୍ରାମ ଜାରି ରହିଥିଲା । ମୁଖତାର ପଞ୍ଜାବର ରୋପଡ ଜେଲରେ ବନ୍ଦୀ ଥିବା ବେଳେ ଯୋଗୀ ସରକାର ତାଙ୍କୁ ଉତ୍ତରପ୍ରଦେଶ ଆଣି ଆହ୍ଲାବାଦର ସ୍ବତନ୍ତ୍ର କୋର୍ଟରେ ତା ବିରୋଧରେ ଚାଲିଥିବା ମକଦମାକୁ ଏକ ସମାଧାନ ସ୍ଥିତିକୁ ଆଣିବାକୁ ଚାହିଁଥିଲେ ।

ମୁଖତାର ଅଂସାରୀ ବିରୋଧରେ ଆହ୍ଲାବାଦର ସ୍ବତନ୍ତ୍ର କୋର୍ଟରେ 10 ମାମଲା ରହିଛି । ଏଥିମଧ୍ୟରୁ ଡବଲ ମର୍ଡରର ଏକ ମାମଲା ନିର୍ଣ୍ଣାୟକ ପର୍ଯ୍ୟାୟରେ ରହିଛି । ଏଥିରେ ଟ୍ରାଏଲ ପାଖାପାଖି ଶେଷ ହୋଇସାରିଥିବା ବେଳେ କୌଣସି ବି ମୁହୂର୍ତ୍ତରେ ରାୟ ଆସିପାରେ ।

ମୁଖତାର ଅଂସାରୀର ଗାଡିକୁ ସୁରକ୍ଷା ଦେବା ପାଇଁ ଅନେକ ସ୍ଥାନରେ ଟ୍ରାଫିକକୁ ଅଟକା ଯାଇଥିଲା । ମୁଖତାରଙ୍କୁ ଉତ୍ତରପ୍ରଦେଶ ଆଣିବା ପାଇଁ 150 ପୋଲିସକର୍ମୀଙ୍କୁ କରାଯାଇଛି ମୁତୟନ ।

ABOUT THE AUTHOR

...view details