ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ଲଜ୍ଜା । ମହିଳାଙ୍କ ସୁରକ୍ଷାକୁ ନେଇ ବଢୁଛି ଚିନ୍ତା । ଦିଲ୍ଲୀର ଏକ ଡାକ୍ତରଖାନାର ପାର୍କିଂ ସ୍ଥାନରେ ଜଣେ ମହିଳାଙ୍କୁ ଦୁର୍ଷ୍କମ ହୋଇଥିବା ଅଭିଯୋଗ ହୋଇଛି । ଘଟଣାରେ ହସ୍ପିଟାଲର ସୁରକ୍ଷା କର୍ମୀଙ୍କ ସମେତ ତିନିଜଣଙ୍କୁ ଗିରଫ କରାଯାଇଛି ।
ପୋଲିସର ସୂଚନାଅନୁସାରେ, ଶନିବାର ଡାକ୍ତରଖାନାରେ ରୋଗୀମାନେ ଚିକିତ୍ସା ପାଇଁ ଅପେକ୍ଷା କରିଥିବା ସମୟରେ ସୁରକ୍ଷା କର୍ମୀ ଜଣେ ମହିଳାଙ୍କୁ ଦେଖିଥିଲା ଯିଏକି ନିଜ ବିଷୟରେ ବିବରଣୀ ଦେବାକୁ ସକ୍ଷମ ନଥିଲେ । ଏହାର ଫାଇଦା ଉଠାଉ କନୱାରପାଲ ନାମକ ସୁରକ୍ଷା କର୍ମୀ ମହିଳାଙ୍କୁ ଚିକିତ୍ସାର ବାହାନା ଦେଖାଇ ଡାକ୍ତରଖାନାଠୁ ଦୂର ପାର୍କିଂ ସ୍ଥାନକୁ ନେଇ ଯାଇଥିଲେ । ସେଠାରେ ସିକ୍ୟୁରିଟି ଗାର୍ଡ ଓ ଡାକ୍ତରଖାନାରେ ପୂର୍ବରୁ କାମ କରୁଥିବା ଦୁଇଜଣ ଯୁବକ ପ୍ରବୀନ ଓ ମନିଷଙ୍କ ସହ ମିଶି ମହିଳାଙ୍କୁ ଦୁର୍ଷ୍କମ କରିଥିବା ଘଟଣା ସାମ୍ନାକୁ ଆସିଛି ।