ଓଡିଶା

odisha

By

Published : Nov 2, 2022, 11:18 AM IST

ETV Bharat / bharat

ହାଥରସରେ ଲଜ୍ଜା: ଯୁବତୀଙ୍କୁ ନିଶା ଇଞ୍ଜେକ୍ସନ ଦେଇ ଗଣଦୁଷ୍କର୍ମ

ଉତ୍ତରପ୍ରଦେଶ ହାଥରସରେ ପୁଣି ଲଜ୍ଜା । କୋଚିଂରୁ ଫେରିବା ବେଳେ ଯୁବତୀଙ୍କୁ ନିଶା ଇଞ୍ଜେକ୍ସନ ଦେଇ ଗଣଦୁଷ୍କର୍ମ । ଅଧିକ ପଢନ୍ତୁ

ହାଥରସରେ ଲଜ୍ଜା: ଯୁବତୀଙ୍କୁ ନିଶା ଇଞ୍ଜେକ୍ସନ ଦେଇ ଗଣଦୁଷ୍କର୍ମ
ହାଥରସରେ ଲଜ୍ଜା: ଯୁବତୀଙ୍କୁ ନିଶା ଇଞ୍ଜେକ୍ସନ ଦେଇ ଗଣଦୁଷ୍କର୍ମ

ଲକ୍ଷ୍ନୌ:ଉତ୍ତରପ୍ରଦେଶ ହାଥରସରେ ପୁଣି ଲଜ୍ଜା । କୋଚିଂରୁ ଫେରିବା ସମୟରେ ଯୁବତୀଙ୍କୁ ନିଶା ଇଞ୍ଜେକ୍ସନ ଦେଇ ଗଣଦୁଷ୍କର୍ମ(Gangrape In Hathras) । ହାଥରସ ସାଦାବାଦ ଥାନା ଅଞ୍ଚଳରୁ ଏହି ପାଶବିକତା ସାମ୍ନାକୁ ଆସିଛି । ଅକ୍ଟୋବର ୧୦ରେ ଯୁବତୀ ଦୁଷ୍କର୍ମର ଶିକାର ହୋଇଥିବା ବେଳେ ସେ ମଙ୍ଗଳବାର ଦିନ ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ଏ ଯାଏଁ କୌଣସି ଅଭିଯୁକ୍ତଙ୍କୁ ଗିରଫ କରାଯାଇନଥିବା ସୂଚନା ମିଳିଛି ।

ଅଭିଯୋଗ ଅନୁଯାୟୀ, ଅକ୍ଟୋବର ୧୦ ତାରିଖ ଅପରାହ୍ନରେ ପୀଡିତା କୋଚିଂରୁ ଘରକୁ ଫେରୁଥିଲେ । ବାଟରେ ଗାଁର କିଛି ଲୋକ ତାଙ୍କୁ ଅଟକାଇ ଥିଲେ । ସେମାନେ ତାଙ୍କୁ ଜୋର ଜବରଦସ୍ତ ନିଶା ଇଞ୍ଜେକ୍ସନ ଦେଇଥିଲେ । ଯୁବତୀ ଅଚେତ୍‌ ହୋଇଯିବା ପରେ ତାଙ୍କୁ ପାଖରେ ଥିବା ଏକ ଇଣ୍ଟର କଲେଜ ପରିସରକୁ ନେଇ ଗଣଦୁଷ୍କର୍ମ କରିଥିଲେ । ଅଭିଯୁକ୍ତମାନେ ଦୁଷ୍କର୍ମ ସମୟର ଭିଡିଓ ମଧ୍ୟ ଉତ୍ତୋଳନ କରିଥିଲେ । ଯଦି ସେ ଏହି ଘଟଣା ସମ୍ପର୍କରେ କାହାକୁ କିଛି କୁହନ୍ତି ତେବେ ଏହାକୁ ଭାଇରାଲ କରିଦେବାକୁ ଧମକ ଦେଇଥିଲେ ଅଭିଯୁକ୍ତ । ଏପରିକି ଥାନାରେ ଅଭିଯୋଗ କଲେ ସେମାନେ ତାଙ୍କ ବାପା ଓ ଭାଇକୁ ଜୀବନରୁ ମାରିଦେବାକୁ ମଧ୍ୟ ଧମକାଇଥିଲେ । ଏହାପରେ ସେହିଠାରେ ହିଁ ପୀଡିତାଙ୍କୁ ଛାଡି ପଳାଇ ଯାଇଥିଲେ ।

ଏହାମଧ୍ୟ ପଢନ୍ତୁ: ଦିଲ୍ଲୀରେ ଟ୍ରିପଲ ମର୍ଡର: ଚାକିରିରୁ ବାହାର କରିବାରୁ ସ୍ବାମୀ-ସ୍ତ୍ରୀ ଓ ଚାକରାଣୀକୁ ନିର୍ମମ ହତ୍ୟା

ଅଭିଯୁକ୍ତଙ୍କ ଭୟରେ ପୀଡିତା କାହାରିକୁ କିଛି କହିନଥିଲେ । କିନ୍ତୁ ପରେ ଅଭିଯୁକ୍ତମାନେ ତାଙ୍କର ଭିଡିଓ ଭାଇରାଲ କରିଦେଇଥିଲେ । ପୀଡିତାଙ୍କ ପରିବାର ଲୋକେ କୌଣସିମତେ ଏହି ଭିଡିଓ ସମ୍ପର୍କରେ ଜାଣି ଯୁବତୀଙ୍କୁ ପରଚାଉଚରା କରିବାରୁ ସେ ସବୁକଥା ଜଣାଇଥିଲେ । ଏହାପରେ ପୀଡିତାଙ୍କ ପରିବାର ଲୋକେ ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୁକ୍ତଙ୍କୁ ଧରିବାକୁ ଖୋଜାଖୋଜି କରୁଛି ।

ABOUT THE AUTHOR

...view details