ଡେରାଡୁନ:ଗଙ୍ଗୋତ୍ରୀଙ୍କ ଧାମ ଆଜି(ଶନିବାର) ସକାଳେ ବିଧିବିଧାନ ଅନୁସାରେ ଖୋଲାଯାଇଛି । ଶୁଭ ମୁହୂର୍ତ୍ତ ସକାଳ 7 ଟା 31 ରେ ଦ୍ବାର ଫିଟା ଯାଇଥିବା ଜଣାପଡିଛି । ତେବେ ଏଥର ବିନା ଭକ୍ତରେ ଗଙ୍ଗୋତ୍ରୀଙ୍କ ଦ୍ବାର ଫିଟାଯାଇଛି ।
ବିନା ଭକ୍ତରେ ଖୋଲିଲା ଗଙ୍ଗୋତ୍ରୀ ଧାମ ମନ୍ଦିର - ଗଙ୍ଗୋତ୍ରୀ ଧାମ ମନ୍ଦିର କବାଟ ଖୋଲିଲା
ବିଧି ବିଧାନ ଅନୁସାରେ ପୂର୍ବ ନିର୍ଧାରିତ ସମୟରେ ଖୋଲା ଗଲା ଗଙ୍ଗୋତ୍ରୀଙ୍କ କବାଟ । କୋଭିଡ କଟକଣା ମଧ୍ୟରେ ବିନା ଭକ୍ତରେ କବାଟ ଫିଟା ଉତ୍ସବ ପାଳନ । ଅଧିକ ପଢନ୍ତୁ...
ବିନା ଭକ୍ତରେ ଖୋଲିଲା ଗଙ୍ଗୋତ୍ରୀ ଧାମ ମନ୍ଦିର
ଚଳିତ ବର୍ଷ କୋରୋନା କଟକଣା କାରଣରୁ ଚାରିଧାମ ଯାତ୍ରା ରଦ୍ଦ କରାଯାଇ ଥିବାବେଳେ 25-25 ଜଣ ପୁରୋହିତ, ପ୍ରଶାସନିକ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ନେଇ ଦ୍ବାର ଫିଟା ଯାଇଛି । ଅକ୍ଷୟ ତୃତୀୟା ଅବସରରେ ମିଥୁନ ଲଗ୍ନର ଶୁଭବେଳା ସକାଳ 7 ଟା 31 ମିନିଟରେ 6 ମାସ ପାଇଁ ବିଧି ବିଧାନ ଅନୁସାରେ ଖୋଲାଯାଇଛି । ତେବେ କବାଟ ଫିଟା ସମୟରେ କୋରୋନାର ସମସ୍ତ ଗାଇଡଲାଇନ ପାଳନ କରାଯାଇଥିବା ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ