ଓଡିଶା

odisha

ETV Bharat / bharat

GANGA VILAS CRUISE: ୩ଦିନ ପରେ ମଝୀରେ ଅଟକିଲା ଜାହାଜ, ଦିନକୁ 50ହଜାର ଖର୍ଚ୍ଚ କରୁଛନ୍ତି 32ବିଦେଶୀ ପର୍ଯ୍ୟଟକ - ମଝି ନଦୀରେ ଅଟକିଲା ଗଙ୍ଗା ବିଳାସ

ମଝି ନଦୀରେ ଅଟକିଲା ଗଙ୍ଗା ବିଳାସ କ୍ରୁଜ । ନଦୀ ମଧ୍ୟରେ ଦୀର୍ଘତମ ପର୍ଯ୍ୟଟନ ସୁବିଧା ଯୋଗାଉଥିବା ଏହି କ୍ରୁଜ ବିହାର ଛପରା ନିକଟ ମଝି ରାସ୍ତାରେ ଅଟକିଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

GANGA VILAS CRUISE
GANGA VILAS CRUISE

By

Published : Jan 16, 2023, 10:18 PM IST

GANGA VILAS CRUISE: ଯାତ୍ରା ଆରମ୍ଭର ୩ଦିନ ପରେ ମଝୀ ନଦୀରେ ଅଟକିଲା ଜାହାଜ

ପାଟନା:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୧୩ ତାରିଖରେ ଗଙ୍ଗା ବିଳାସ କ୍ରୁଜକୁ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲା । ଏହି କ୍ରୁଜ ମାଧ୍ୟମରେ ପର୍ଯ୍ୟଟକ ଦୀର୍ଘତମ ନଦୀ ଯାତ୍ରା କରିବାର ସୁଯୋଗ ପାଇଥିଲେ । ତେବେ ଯାତ୍ରା ଆରମ୍ଭର ମାତ୍ର ୩ଦିନ ପରେ ମଝି ନଦୀରେ ଅଟକିଛି କ୍ରୁଜ । କମ ପାଣି ଥିବାରୁ ଏହି ବିଳାସମୟ କ୍ରୁଜଟି ବିହାର ଛପରାଠାରେ ଅଟକିଥିଲା । ବାରଣାସୀରୁ ଯାତ୍ରା ଆରମ୍ଭ କରିଥିବା କ୍ରୁଜ ଆଜି ବିହାରର ଚିରାନ୍ଦ ପ୍ରତ୍ନତାତ୍ତ୍ବିକ ସ୍ଥାନ ଭ୍ରମଣ ଯୋଜନା ରହିଥିଲା । ମାତ୍ର କମ ପାଣି ଯୋଗୁଁ କୂଳ ପର୍ଯ୍ୟନ୍ତ କ୍ରୁଜ ନ ଆସିପାରିବା ପରେ ବୋଟରେ ପର୍ଯ୍ୟଟକଙ୍କୁ କୂଳ ପର୍ଯ୍ୟନ୍ତ ଅଣାଯାଇଥିଲା ।

କ୍ରୁଜ କୂଳ ପର୍ଯ୍ୟନ୍ତ ନ ଆସିପାରିବା ଫଳରେ ବୋଟ ମାଧ୍ୟମରେ ପର୍ଯ୍ୟଟକଙ୍କୁ କୂଳ ପର୍ଯ୍ୟନ୍ତ ଅଣାଯାଇଥିଲା । ଏହାପରେ ପର୍ଯ୍ୟଟକମାନେ ଉକ୍ତ ଐତିହାସିକ ସ୍ଥାନକୁ ବୁଲି ଦେଖିଥିଲେ । କ୍ରୁଜ ଏହି ସ୍ଥାନରେ ପହଞ୍ଚିବା ପରେ ଏଠାକାର ସ୍ଥାନୀୟବାସିନ୍ଦା ବାଜା ବାଣ ସହିତ ପର୍ଯ୍ୟଟକଙ୍କୁ ସ୍ବାଗତ କରିଥିଲେ । ଏହା ପରେ ସମସ୍ତ ପର୍ଯ୍ୟଟକ କ୍ରୁଜକୁ ଫେରି ଆସିଥିଲେ । ଏମଭି ଗଙ୍ଗା ବିଳାସର ପ୍ରଥମ ଯାତ୍ରାରେ ସ୍ବିଜରଲ୍ୟାଣ୍ଡର ୩୨ ପର୍ଯ୍ୟଟକ ବାରାଣାସୀରୁ ଦିବ୍ରୁଗଡ ଯାତ୍ରାକୁ କରିବେ । ତେବେ ଏହି 32 ଜଣ ସ୍ୱିଜରଲ୍ୟାଣ୍ଡର ପର୍ଯ୍ୟଟକ ଦିନକୁ 25ରୁ 50 ହଜାର ଖର୍ଚ୍ଚ କରୁଥିବା ଜଣାପଡିଛି । ଏହାପୂର୍ବରୁ, ଯେତେବେଳେ ଏମଭି ଗଙ୍ଗା ବିଳାସ କ୍ରୁଜ୍ ଛପରାସ୍ଥିତ ଡୋରିଗଞ୍ଜ ଚିରାନ୍ଦ ଘାଟ ସମ୍ମୁଖକୁ ଯାଇଥିଲା ସେତେବେଳେ ଲୋକମାନେ ନିଜ ଷ୍ଟାଇଲରେ ପର୍ଯ୍ୟଟକଙ୍କୁ ସ୍ବାଗତ କରିଥିଲେ।

ଏହା ବି ପଢନ୍ତୁ-ସଡକ ଉପରେ ସରକାର ! ଉପରାଜ୍ୟପାଳଙ୍କ ବାସଭବନ ଅଭିମୁଖେ ଚାଲିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ପର୍ଯ୍ୟଟକମାନଙ୍କୁ ଫୁଲ ମାଳ ଦେଇ ସ୍ବାଗ କରିବା ସହ ଢୋଲ ବଜାଇଥିଲେ । ଏହି ଘାଟରେ ଶହ ଶହ ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ । ସରକାରୀ କର୍ମଚାରୀଙ୍କଠାରୁ ଆରମ୍ଭ କରି ବିଜେପି କର୍ମଚାରୀଙ୍କ ପର୍ଯ୍ୟନ୍ତ, ସ୍କୁଲ ପିଲାମାନଙ୍କ ବ୍ୟତୀତ ଏହି କ୍ରୁଜ୍ ଦେଖିବାକୁ ବହୁତ ଉତ୍ସାହ ରହିଥିଲା । ଏହି କ୍ରୁଜ୍ ଡୋରିଗଞ୍ଜ ଚିରାନ୍ଦ ଘାଟ ଦେଇ ଯାଇଥିଲା । କ୍ରୁଜ୍ ଦ୍ବାରା ୩୨ ହଜାର ୧୦୦ କିଲୋମିଟର ଯାତ୍ରା ପ୍ରାୟ ୫୧ଦିନ ମଧ୍ୟରେ ଅତିକ୍ରମ କରିବ । ୬୨.୫ ମିଟର ଲମ୍ବ ଏବଂ ୧୨.୮ ମିଟର ଚଉଡା ଗଙ୍ଗା ବିଳାସରେ ୪୦ ହଜାର ଲିଟର ଇନ୍ଧନ ଭର୍ତ୍ତି ଥିବା ଟାଙ୍କି ଏବଂ ୬୦ ହଜାର ଲିଟର ପାଣି ଟାଙ୍କି ରହିଛି ।

ଏହି କ୍ରୁଜ ମାର୍ଗ ବକ୍ସର, ଛପରା, ପାଟନା, ମୁଙ୍ଗେର, ଭାଗଲପୁରର ସୁଲତାନପୁର ଓ ପଶ୍ଚିମବଙ୍ଗରୁ ବାଙ୍ଗଲାଦେଶ ହୋଇ ଦିବ୍ରୁଗଡ ପର୍ଯ୍ୟନ୍ତ ଯାତ୍ରା କରିବ । ଏହି ଯାତ୍ରା ମଧ୍ୟରେ ଏହା ବିଭିନ୍ନ ସହରର ପ୍ରାୟ ୫୦ଟି ସ୍ଥାନରେ ଅଟକିବ । ଗଙ୍ଗା ବିଳାସରେ ୧୮ଟି ରୁମ ରହିଥିବା ବେଳେ ୪୦ ଜଣ ବସିବା ବିଶିଷ୍ଟ ବାଲକୋନି ରହିଛି । ଏହାସହ ରେସ୍ତୋରାଁ, ଷ୍ଟଡିରୁମ୍‌, ସ୍ପା ଆଦି ରହିଛି । ୫୧ ଦିନ ଯାତ୍ରା ମଧ୍ୟରେ କ୍ରୁଜ ମଧ୍ୟରେ ମନୋରଞ୍ଜନର ବ୍ୟବସ୍ଥା ରହିଛି ।

ABOUT THE AUTHOR

...view details