ଓଡିଶା

odisha

ETV Bharat / bharat

Ganga Vilas Cruise: ଫସିନାହିଁ ଗଙ୍ଗା ବିଳାସ, ପର୍ଯ୍ୟଟକଙ୍କ ପାଇଁ ଅଟକିଛି କହିଲା IWAI - ଗଙ୍ଗା ବିଳାସ

ଗଙ୍ଗା ବିଳାସ କ୍ରଜ ନଦୀ ଫସିନାହିଁ, ବରଂ ପର୍ଯ୍ୟଟକଙ୍କ ପାଇଁ ଅଟକିଛି ବୋଲି ସୂଚନା ଦେଲା IWAI । ଅଧିକ ପଢନ୍ତୁ

ଫସିନାହିଁ ଗଙ୍ଗା ବିଳାସ, ପର୍ଯ୍ୟଟକଙ୍କ ପାଇଁ ଅଟକିଛି କହିଲା IWAI
ଫସିନାହିଁ ଗଙ୍ଗା ବିଳାସ, ପର୍ଯ୍ୟଟକଙ୍କ ପାଇଁ ଅଟକିଛି କହିଲା IWAI

By

Published : Jan 16, 2023, 10:11 PM IST

ହାଇଦ୍ରାବାଦ:ଗତ ସପ୍ତାହରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପିତ ହୋଇଥିବା ବିଶ୍ବର ସବୁଠୁ ଦୀର୍ଘତମ ନଦୀ ଜଳପଥ ଯାତ୍ରା ପାଇଁ ଉଦ୍ଦିଷ୍ଟ ଗଙ୍ଗା ବିଳାସ କ୍ରୁଜ ବିହାର ପାଟନାରେ ପହଞ୍ଚିଛି । ତେବେ ଏହା ନଦୀ ମଧ୍ୟରେ ଫସି ରହିଥିବା ଚର୍ଚ୍ଚା ହେଉଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ଏହାର ପରିଚାଳନା ଦାୟିତ୍ବରେ ଥିବା ଅର୍ନ୍ତଃଦେଶୀୟ ଜଳପଥ ପ୍ରାଧିକରଣ । କ୍ରୁଜ ବାରଣାସୀରୁ ଯାତ୍ରା ଆରମ୍ଭ କରି ନିର୍ଦ୍ଧାରିତ ସମୟରେ ପାଟନାରେ ପହଞ୍ଚିଛି । ନଦୀ ମଝିରେ କ୍ରୁଜ ଫସି ନାହିଁ ବରଂ ପର୍ଯ୍ୟଟକଙ୍କ ପରିଦର୍ଶନ ଲାଗି ଅଟକିଛି ବୋଲି ପ୍ରାଧିକରଣ ସ୍ପଷ୍ଟ କରିଛି ।

ପ୍ରାଧିକରଣ ଅଧ୍ୟକ୍ଷ ସଂଞ୍ଜୟ ବନ୍ଦୋପାଧ୍ୟାୟ କହିଛନ୍ତି, ଏମ.ଭି ଗଙ୍ଗା ବିଳାସ ପୂର୍ବ ନିର୍ଦ୍ଧାରିତ ସମୟରେ ପାଟନାରେ ପହଞ୍ଚିଛି । ଏଠାରୁ ମଧ୍ୟ ସଠିକ ସମୟରେ ଆଗକୁ ଯାତ୍ରା ଆରମ୍ଭ କରିବ । ତେବେ ଛାପ୍ରା ନିକଟରେ କ୍ରୁଜ ଫସି ରହିଥିବା ନେଇ ଯେଉଁ ଚର୍ଚ୍ଚା ହେଉଛି, ତାହା ଭିତ୍ତିହୀନ । କୌଣସି ସମସ୍ୟା ନାହିଁ ବରଂ ପାଟନରେ ପର୍ଯ୍ୟଟକଙ୍କ ପରିଦର୍ଶନ ପାଇଁ କ୍ରୁଜ କିଛି ସମୟ ଅଟକିଛି । ନିର୍ଦ୍ଧାରିତ ସମୟରେ ଏହା ତାର ପରବର୍ତ୍ତୀ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିବ । ଅନ୍ୟପଟେ ସ୍ଥାନୀୟ ସିଓ ସତ୍ୟେନ୍ଦ୍ର ସିଂ ତାଙ୍କ ସୂଚନାକୁ କିଛି ସ୍ଥାନୀୟ ଗଣମାଧ୍ୟମ ସଂସ୍ଥା ଭୁଲ ଭାବେ ଚିତ୍ରଣ କରିଥିବାରୁ ଗଙ୍ଗା ବିଳାସକୁ ନେଇ ଏପିର ଚର୍ଚ୍ଚା ସୃଷ୍ଟି ହୋଇଥିବା ସେ ସୂଚନା ଦେଇଛନ୍ତି । ପୂର୍ବାହ୍ନରେ ସେ ଏସଡିଆରଏଫର ଏକାଧିକ ବୋଟ ସତର୍କତାମୂଳକ ଭାବେ ଗଙ୍ଗା ବିଳାସ ନିକଟରେ ମୂତୟନ ହୋଇଥିବା ସୂଚନା ଦେଇଥିଲେ । ପରେ ଗଙ୍ଗା ବିଳାସ କ୍ରୁଜ କୌଣସି କାରଣକୁ ନଦୀ ମଝିରେ ଅଟକି ରହିଥିବା ନେଇ ଖବର ପ୍ରସାରିତ ହୋଇଥିଲା ।

ଏହି କ୍ରୁଜଟି ବିଶାଳ ହୋଇଥିବା କାରଣରୁ ସମସ୍ତ ନିର୍ଦ୍ଧାରିତ ପଏଣ୍ଟରେ ଏହାକୁ କୂଳରେ ଲଗାଯାଇପାରିବ ନାହିଁ । ନଦୀର ଗଭୀରତା ମଧ୍ୟ ସବୁ ସ୍ଥାନରେ ସମାନ ନଥାଏ । ଏପରି ସମୟରେ ପର୍ଯ୍ୟଟକଙ୍କ ପାଇଁ ସେଥିରେ ଥିବା ଛୋଟ ବୋଟ ବ୍ଯବହାର କରାଯିବା । ପାଟନାରେ ମଧ୍ୟ ଠିକ ସେହିପରି କରାଯାଇଛି । କ୍ରୁଜଟି ନଦୀ ମଝିରେ ରହିଥିବା ବେଳେ ପର୍ଯ୍ୟଟକମାନେ ଛୋଟ ଡଙ୍ଗା ସାହାଯ୍ୟରେ କୂଳକୁ ଆସି ବିଭିନ୍ନ ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରୁଛନ୍ତି । ସେମାନେ ପୁଣି କ୍ରୁଜକୁ ଫେରିବା ପରେ ଏହା ତାର ପରବର୍ତ୍ତୀ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିବା ନେଇ ପ୍ରାଧିକରଣ ସ୍ପଷ୍ଟ କରିଛି ।

ଏହି କ୍ରୁଜ ଜାହାଜଟି ତିନୋଟି ପ୍ରମୁଖ ନଦୀ ଗଙ୍ଗା, ମେଘନା ଏବଂ ବ୍ରହ୍ମପୁତ୍ରର ଦେଇ ଯାତ୍ରା କରିବ । ଏହା ବାରାଣାସୀରେ ଗଙ୍ଗାରୁ ଯାତ୍ରା ଆରମ୍ଭ କରିଥିବା ବେଳେ ପଶ୍ଚିମବଙ୍ଗର ଭାଗୀରଥୀ, ହୁଗୁଳି, ବିଦ୍ୟାବତୀ, ମାଲାତା ଏବଂ ସୁନ୍ଦରବନ ନଦୀରେ ଯାତ୍ରା କରି ପଡୋଶୀ ବାଂଲାଦେଶରେ ପ୍ରବେଶ କରିବ । ପରେ ଏହା ଆସାମର ଦିବୃଗଡରେ ପହଞ୍ଚିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details