ଓଡିଶା

odisha

ETV Bharat / bharat

କୋରୋନା ପାଇଁ ଫିକା ପଡିଲା ଗଙ୍ଗା ଦଶହରା, ଘାଟରେ ଜମିଲାନି ଭକ୍ତଙ୍କ ଭିଡ - ଗଙ୍ଗା ଦଶହରା ପର୍ବ

କୋରୋନା ପାଇଁ ଫିକା ପଡିଲା ଗଙ୍ଗା ଦଶହରା । ଘାଟରେ ଜମିଲାନି ଭକ୍ତଙ୍କ ଭିଡ । ଅଧିକ ପଢନ୍ତୁ...

Uttarakhand: Devotees take holy dip at Har Ki Pauri Ghat, Haridwar on Ganga Dussehra
କୋରୋନା ପାଇଁ ଫିକା ପଡିଲା ଗଙ୍ଗା ଦଶହରା ; ଘାଟରେ ଜମିଲାନି ଭକ୍ତଙ୍କ ଭିଡ

By

Published : Jun 20, 2021, 11:21 AM IST

ହରିଦ୍ବାର: ଆଜି ହେଉଛି ପବିତ୍ର ଗଙ୍ଗା ଦଶହରା ପର୍ବ । ହରିଦ୍ବାରରେ ଆଜି ପ୍ରବଳ ବର୍ଷା ହେତୁ ଗଙ୍ଗାରେ ଗାଧୋଇବାକୁ ଆସୁଥିବା ଭକ୍ତଙ୍କ ସଂଖ୍ୟା କମିଯାଇଥିଲା । ସଂକ୍ରମଣ ପାଇଁ ଏହି ପର୍ବ ମଧ୍ୟ ଫିକା ପଡିଯାଇଥିଲା । ସଂକ୍ରମଣ ହେତୁ ଭକ୍ତମାନେ ହରିଦ୍ବାରର ବ୍ରହ୍ମାକୁଣ୍ଡ ଅଞ୍ଚଳରେ ପହଞ୍ଚି ପାରିନଥିଲେ। କିନ୍ତୁ ଆଖପାଖ ଘାଟରେ ବୁଡ଼ ପକାଇଲେ ।

ଗଙ୍ଗା ଦଶହରା ଅବସରରେ ଲକ୍ଷ ଲକ୍ଷ ଭକ୍ତ ଗଙ୍ଗାରେ ଗାଧୋଇବାକୁ ଆସନ୍ତି । କିନ୍ତୁ ଏଥର କୋରୋନା ହେତୁ ହର କି ପୌରୀ ଘାରେ ଭକ୍ତଙ୍କ ଗହଳି ଜମି ନଥିଲା । କେବଳ କିଛି ସ୍ଥାନୀୟଲୋକେ ସେହି ଘାଟରେ ଗାଧୋଇଲେ। କିନ୍ତୁ ସଂକ୍ରମଣ ପାଇଁ ବ୍ରହ୍ମାକୁଣ୍ଡ ଅଞ୍ଚଳକୁ ସିଲ୍ କରାଯାଇଛି।

ପଣ୍ଡିତ ପ୍ରତୀକ ମିଶ୍ରପୁରୀ କହିଛନ୍ତି ଯେ ବିଶ୍ବାସ କରାଯାଏ ଯେ , ଏହି ଦିନ ଗଙ୍ଗା ସ୍ବର୍ଗରୁ ପୃଥିବୀରୁ ଓହ୍ଲାଇଥିଲା। ସେବେ ଠାରୁ ଏହି ଦିନକୁ ଗଙ୍ଗା ଦଶହରା ଭାବରେ ପାଳନ କରାଯାଏ । ଏହି ଦିନ ଦାନକୁ ବହୁତ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଶାସ୍ତ୍ରରେ କୁହାଯାଇଛି ଯେ ଏହି ଦିନ ଗଙ୍ଗାରେ ସ୍ନାନ କରି ଦାନ କଲେ ମୋକ୍ଷ ପ୍ରାପ୍ତି ହୋଇଥାଏ । ପିତୃର୍ପଣର ମଧ୍ୟ ବିଧି ରହିଛି । ଏହି ଦିନ ମା ଗଙ୍ଗାକୁ 10 ପ୍ରକାରର ଶୃଙ୍ଗାର କରାଯାଏ । ଏହି ଦିନ 10 ବ୍ରାହ୍ମଣଙ୍କୁ ଖାଦ୍ୟ ଅର୍ପଣ କରିବାର ମଧ୍ୟ ମହତ୍ତ୍ବ ରହିଛି । କାରଣ ଯେତେବେଳେ ଗଙ୍ଗା ପୃଥିବୀକୁ ଆସିଲା, ସେତେବେଳେ 10 ପ୍ରକାରର ବିଶେଷ ଯୋଗ ସୃଷ୍ଟି ହେଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details