ଓଡିଶା

odisha

ETV Bharat / bharat

ବିଜୟୱାଡାରେ ଲଜ୍ଜା, ଡାକ୍ତରଖାନାରେ ମାନସିକ ବିକାରଗ୍ରସ୍ତ ଯୁବତୀଙ୍କୁ ଗଣଦୁଷ୍କର୍ମ - ଆନ୍ଧ୍ରପ୍ରଦେଶରେ ମାନସିକ ଯୁବତୀଙ୍କୁ ଗଣଦୁଷ୍କର୍ମ

ଆନ୍ଧପ୍ରଦେଶର କ୍ରିଷ୍ଣା ଜିଲ୍ଲା ଅନ୍ତର୍ଗତ ବିଜୟୱାଡା ସରକାରୀ ଡାକ୍ତରଖାନାରେ ଜଘନ୍ୟ କାଣ୍ଡ । ଜଣେ ଜଣେ ୨୩ ବର୍ଷୀୟ ମାନସିକ ବିକାରଗ୍ରସ୍ତ ଯୁବତୀଙ୍କୁ ହୋଇଛି ଗଣଦୁଷ୍କର୍ମ । ତେବେ ତିନି ଜଣ ଲୋକ ମହଳାଙ୍କୁ ପ୍ରାୟ ୩୦ ଘଣ୍ଚା ଧରି ଦୁଷ୍କର୍ମ କରିଥିଲେ । ଅଧିକ ପଢନ୍ତୁ

ଯୁବତୀଙ୍କ ଗଣଦୁଷ୍କର୍ମ, ଦୃଢ କାର୍ଯ୍ୟନୁଷ୍ଠାନ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଜଗନ
ଯୁବତୀଙ୍କ ଗଣଦୁଷ୍କର୍ମ, ଦୃଢ କାର୍ଯ୍ୟନୁଷ୍ଠାନ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଜଗନ

By

Published : Apr 22, 2022, 10:36 PM IST

ଅମରାବତୀ:ଆନ୍ଧପ୍ରଦେଶର କ୍ରିଷ୍ଣା ଜିଲ୍ଲା ଅନ୍ତର୍ଗତ ବିଜୟୱାଡା ସରକାରୀ ଡାକ୍ତରଖାନାରେ ଜଘନ୍ୟ କାଣ୍ଡ । ଜଣେ ୨୩ ବର୍ଷୀୟ ମାନସିକ ବିକାରଗ୍ରସ୍ତ ଯୁବତୀଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ଜଣାପଡିବା ପରେ ଏହି ଘଟଣା ସଭ୍ୟ ସମାଜକୁ ଦୋହଲାଇ ଦେଇଛି । ଘଟଣାକୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ନିନ୍ଦା କରିବା ସହ ଦୃଢ କାର୍ଯ୍ଯାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ପୀଡିତାଙ୍କ ପରିବାରକୁ ତୁରନ୍ତ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବା ଲାଗି ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ତିନି ଜଣ ଅଭିଯୁକ୍ତ, ଯୁବତୀ ଜଣଙ୍କୁ ଅତି ନିର୍ମମ ଭାବେ ପ୍ରାୟ ୩୦ ଘଣ୍ଚା ଧରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତମାନେ ମହିଳାଙ୍କୁ ସରକାରୀ ଜେନେରାଲ ହସ୍ପିଟାଲ ପରିସରରେ ଏକ ନିର୍ଜନ ସ୍ଥାନକୁ ନେଇ ଦୁଷ୍କର୍ମ କରିବା ସହ ଶାରୀରିକ ନିର୍ଯାତନା ମଧ୍ୟ ଦେଇଛନ୍ତି । ପୀଡିତାଙ୍କ ପରିବାର ପକ୍ଷରୁ ଝିଅ ନିଖୋଜ ନେଇ ପୋଲିସ ଷ୍ଟେସନରେ ଅଭିଯୋଗ କରାଯାଇଥିଲା । ମାତ୍ର ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ସୂଚନା ଅନୁଯାୟୀ, ବିଜୟୱାଡା ଭାମବେ କଲୋନୀ ଅଞ୍ଚଳର ରହୁଥିବା ଏହି ୨୩ ବର୍ଷୀୟ ଯୁବତୀ ମାନସିକ ବିକାରଗ୍ରସ୍ତ ହୋଇଥିବା ବେଳେ ଗତ ୧୯ ତାରିଖରେ ସେ ଘରେ ଏକୁଟିଆ ଥିବାର ସୁଯୋଗରେ ଘରୁ ଡାକି ନେଇ ଏହି ଜଘନ୍ୟ କାଣ୍ଡ ଭିଆଇଛନ୍ତି ଅଭିଯୁକ୍ତ ।

ସେହିଭଳି ଏହି ଅଞ୍ଚଳରେ ରହୁଥିବା ୨୬ ବର୍ଷୀୟ ଦାରା ଶ୍ରୀକାନ୍ତ ଯୁବତୀଙ୍କୁ ବିବାହ କରିବା ପାଇଁ କହିବା ସହ ଚାକିରୀ ମଧ୍ୟ ଦେଇଥିଲେ । ଯୁବତୀଙ୍କୁ ଡ୍ୟୁଟିରେ ଥିବାବେଳେ ଡାକ୍ତରଖାନାକୁ ନେଇଥିଲେ ଦାରା ଏବଂ ରାତିସାରା ହସ୍ପିଟାଲରେ ଏକ କୋଠରୀରେ ତାଲା ପକାଇ ଦୁଷ୍କର୍ମ କରିଥିଲେ । ଏପଟେ ଦାରାର ବନ୍ଧୁ ବାବୁରାଓ(୨୩) ଓ ତାର ବନ୍ଧୁ ଜୋରାଙ୍ଗୁଲା ପୱନ କଲ୍ୟାଣ ଯୁବତୀ ପରିସରରେ ଏକାକୀ ବୁଲୁଥିବା ଦେଖି ଦୁହେଁ ଅନ୍ୟ ଏକ କୋଠରୀରେ ତାଲା ପକାଇ ଦୁଷ୍କର୍ମ କରିଥିଲେ ।

ସେପଟେ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ଦାରା ଶ୍ରୀକାନ୍ତକୁ ପଚରାଉଚାର ପରେ ସତ ମାନିବା ସହ ଏହି ଘଟଣା ସମ୍ପର୍କରେ ଜଣାଇଥିଲା । ଏହା ପରେ ଗତ ୨୦ ତାରିଖ ରାତି ୧୧ଟାରେ ପୋଲିସ ହସ୍ପିଟାଲ ଯାଇ ଯୁବତୀଙ୍କୁ ଉଦ୍ଧାର କରିଥିଲେ । ଏପଟେ ଏହି ଘଟଣାକୁ ନେଇ ବିଜୟୱାଡା ପୋଲିସ କମିଶନର କାନ୍ତୀରାନାଟା କହିଛନ୍ତି ଯେ, ଭାମବେ କଲୋନୀର ଦାରା ଶ୍ରୀକାନ୍ତ, ସୀତାରାମପୁରର ଚେନା ବାବୁରାଓ ଏବଂ ବିଚ୍ଛିନ୍ନାଞ୍ଚଳର ଜୋରାଙ୍ଗୁଲା ପୱନ କଲ୍ୟାଣଙ୍କୁ ଗିରଫ କରାଯାଇଛି । ଏହି ମାମଲାରେ ବିଜୟୱାଡା ଦିଶା ପୋଲିସ ଷ୍ଟେସନ ଏସିପି ଭି.ଭି ନାଇଡୁଙ୍କୁ ତଦନ୍ତକାରୀ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି । ଏଥିସହ ପ୍ରଥମେ ଏହି ମାମଲାକୁ ନିଖୋଜ ଘଟଣା ବୋଲି ପଞ୍ଜୀକୃତ କରିଥିଲା ପୋଲିସ । ତେବେ ପରେ ଦୁଷ୍କର୍ମ ମାମଲା ଭାବେ ପଞ୍ଜୀକୃତ କରିଛି । ଏହା ସହିତ ଯୁବତୀଙ୍କୁ ଭଲ ଚିକିତ୍ସା କରିବାକୁ ଡାକ୍ତରଖାନାର ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପଟେ ଏହି ଘଟଣାରେ ଆନ୍ଧ୍ରପ୍ରଦେଶ ରାଜନୀତିରେ ସରଗରମ ରହିଛି । ପୀଡିତାଙ୍କ ପରିବାର ଲୋକଙ୍କୁ ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଭେଟିବା ସହ ଅଭିଯୁକ୍ତଙ୍କୁ ଫାସୀ ଦେବା ଲାଗି କହିଛନ୍ତି । ଏଥିସହ ପୀଡିତା ସମ୍ମାନ ସହ ବଞ୍ଚିବା ଲାଗି ଆମେ ୫ ଲକ୍ଷ ପ୍ରଦାନ କରିବା ସହ ରାଜ୍ୟ ସରକାର ପୀଡିତାକୁ ୧ କୋଟି ଟଙ୍କା ପ୍ରଦାନ କରିବା ଲାଗି ଦାବି କରିଛନ୍ତି । ଏଥିସହ ପୀଡିତାକୁ ଏକ ସରକାରୀ ଚାକିରୀ ସହ ଘର ଦେବା ଲାଗି ଚନ୍ଦ୍ରବାବୁ ନାଇଡୁ ଦାବି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details