ଓଡିଶା

odisha

ETV Bharat / bharat

ମୋଦିଙ୍କ ଗଡରେ ମାତ ଖାଇଲେ କଂଗ୍ରେସ-ଆପ୍‌, ଗାନ୍ଧୀନଗର ଜିତିଲା ବିଜେପି - Gandhinagar Election Result

ଗୁଜୁରାଟର ରାଜଧାନୀ ଗାନ୍ଧୀନଗରରେ ଉଡିଛି ଭାରତୀୟ ଜନତା ପାର୍ଟିର ବିଜୟ ଧ୍ବଜା । ଗାନ୍ଧୀନଗର ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନରେ ପଦ୍ମ ଫୁଟିବା ସହ ବୃହତ ବିଜୟ ହାସଲ କରିଛି ବିଜେପି । ୪୪ରୁ ୪୦ଟି ଆସନରେ ବିଜେପି ବିଜୟ ହାସଲ କରିବାରେ ସକ୍ଷମ ହୋଇଛି । ଅଧିକ ପଢନ୍ତୁ...

ମୋଦିଙ୍କ ଗଡରେ ମାତ ଖାଇଲେ କଂଗ୍ରେସ-ଆପ୍‌, ଗାନ୍ଧୀନଗର ଜିତିଲା ବିଜେପି
ମୋଦିଙ୍କ ଗଡରେ ମାତ ଖାଇଲେ କଂଗ୍ରେସ-ଆପ୍‌, ଗାନ୍ଧୀନଗର ଜିତିଲା ବିଜେପି

By

Published : Oct 5, 2021, 7:45 PM IST

ଗାନ୍ଧୀନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୃହ ରାଜ୍ୟ ଗୁଜୁରାଟର ରାଜଧାନୀ ଗାନ୍ଧୀନଗରରେ ଉଡିଛି ଭାରତୀୟ ଜନତା ପାର୍ଟିର ବିଜୟ ଧ୍ବଜା । ଗାନ୍ଧୀନଗର ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନରେ ପଦ୍ମ ଫୁଟିବା ସହ ବୃହତ ବିଜୟ ହାସଲ କରିଛି ବିଜେପି । ୪୪ରୁ ୪୦ଟି ଆସନରେ ବିଜେପି ବିଜୟ ହାସଲ କରିବାରେ ସକ୍ଷମ ହୋଇଛି ।

ଏପଟେ ମୋଦିଙ୍କ ଗଡରେ ମାତ ଖାଇଛନ୍ତି କଂଗ୍ରେସ ଓ ଆମ ଆଦମୀ ପାର୍ଟି । ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନରେ କଂଗ୍ରେସ ଖାତାକୁ ମାତ୍ର ୩ଟି ଆସନ ଆସିଥିବାବେଳେ ଆପ୍‌କୁ ଗୋଟିଏ ସିଟ୍‌ରେ ସନ୍ତୁଷ୍ଟ ହେବାକୁ ପଡିଛି । ଏଭଳିସ୍ଥିତିରେ ବିଜେପି ୯୦ ପ୍ରତିଶତ ସିଟ୍‌ ଦଖଲ କରି ଜନସାଧାରଣଙ୍କ ବିଶ୍ବାସ ଜିତିବାରେ ସଫଳ ହୋଇଛି ।

ଏହି ନିର୍ବାଚନୀ ଲଢେଇ ତ୍ରିକୋଣୀୟ ହେବ ବୋଲି ଅନୁମାନ କରାଯାଉଥିଲା । ହେଲେ ଫଳାଫଳ ସମ୍ପୂର୍ଣ୍ଣ ଏକତରଫା ରହିଛି । ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାବରେ ବିଜେପି ଓ କଂଗ୍ରେସ ବ୍ୟତୀୟ ଆମ ଆଦମୀ ପାର୍ଟି ମୈଦାନକୁ ଓହ୍ଲାଇ ଜୋରଦାର ଟକ୍କର ଦେବା ପାଇଁ ପ୍ରୟାସ କରିଥିଲା ।

ନିର୍ବାଚନ ଫଳାଫଳ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଗାନ୍ଧୀନଗର ମ୍ୟୁନିସିପାଲିଟି କର୍ପୋରେସନ ନିର୍ବାଚନର ଫଳାଫଳ ସମଗ୍ର ଗୁଜୁରାଟ ଏବଂ ବିଜେପିର କର୍ମୀଙ୍କ ମଧ୍ୟରେ ଥିବା ଗଭୀର ସମ୍ପର୍କକୁ ସୁନିଶ୍ଚିତ କରୁଛି। ଆମକୁ ବାରମ୍ବାର ଆଶୀର୍ବାଦ ଦେଇଥିବାରୁ ଧନ୍ୟବାଦ । ତୃଣମୂଳ ସ୍ତରରେ କଠିନ ପରିଶ୍ରମ କରିଥିବାରୁ ସମସ୍ତ ବିଜେପି କର୍ମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୋଦି ।

ନିକଟରେ ରାଜ୍ୟରେ ଶାସକ ବିଜେପି ବିଜୟ ରୂପାନୀଙ୍କ ସ୍ଥାନରେ ଭୁପେନ୍ଦ୍ର ପଟେଲଙ୍କୁ ମୁଖ୍ୟମନ୍ତ୍ରୀ କରିବା ପରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଗାନ୍ଧୀନଗରରେ ମୋଟ 161 ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିଥିଲେ । ବିଜେପି ଏବଂ କଂଗ୍ରେସ ସମସ୍ତ 44ଟି ଆସନରେ ନିର୍ବାଚନ ଲଢିଥିବାବେଳେ ଆମ ଆଦମୀ ପାର୍ଟି 40ଟି ଆସନରେ ନିଜ ଭାଗ୍ୟ ନିର୍ଦ୍ଧାରଣ କରିଥିଲା ।

ତିନୋଟି ପୌରପରିଷଦର 78ଟି ଆସନ ପାଇଁ 205 ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରିଥିଲେ । ସେଥିମଧ୍ୟରୁ ବିଜେପିରୁ 78, କଂଗ୍ରେସରୁ 72 ଏବଂ AAP ରୁ 52 ଜଣ ମୈଦାନକୁ ଓହ୍ଲାଇଥିଲେ । ସେହିପରି ଜିଲ୍ଲା ପରିଷଦର ୮ଟି ଖାଲି ସିଟ୍ ପାଇଁ 24 ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିଥିଲେ ।

ABOUT THE AUTHOR

...view details