ଓଡିଶା

odisha

ମତ ସାବ୍ୟସ୍ତ କଲେ ପ୍ରଧାନମନ୍ତ୍ରୀଙ୍କ ମାଆ

By

Published : Oct 3, 2021, 12:27 PM IST

ଗାନ୍ଧୀନଗର ମୁନସିପାଲ କର୍ପୋରେସନ ନିର୍ବାଚନ । ଭୋଟ ଦେଲେ ପ୍ରଧାନମନ୍ତ୍ରୀଙ୍କ ମାଆ ହୀରାବେନ ମୋଦି । ଅଧିକ ପଢନ୍ତୁ...

ମତ ସାବ୍ୟସ୍ତ କଲେ ପ୍ରଧାନମନ୍ତ୍ରୀଙ୍କ ମାଆ ହୀରାବେନ ମୋଦି
ମତ ସାବ୍ୟସ୍ତ କଲେ ପ୍ରଧାନମନ୍ତ୍ରୀଙ୍କ ମାଆ ହୀରାବେନ ମୋଦି

ଗାନ୍ଧୀନଗର:ଭୋଟ ଦେଲେ ପ୍ରଧାନମନ୍ତ୍ରୀଙ୍କ ମାଆ ହୀରାବେନ ମୋଦି । ଗୁଜୁରାଟର ଗାନ୍ଧୀନଗର ମୁନସିପାଲ କର୍ପୋରେସନ ନିର୍ବାଚନ ପାଇଁ ଆଜି ଭୋଟ ଗ୍ରହଣ ଆରମ୍ଭ ହୋଇଛି । କୋଭିଡ କଟକଣା ମଧ୍ୟରେ ଚାଲିଛି ମତଦାନ । ଗଣତନ୍ତ୍ରରେ ଏ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ହୀରାବେନ ମୋଦି । ହୀରାବେନ ମୋଦି ଭୋଟ ଦେବା ପାଇଁ ଭୋଟ ଗ୍ରହଣ କେନ୍ଦ୍ରରେ ପହଞ୍ଚି ଥିଲେ ଏବଂ ନିଜ ମତ ସାବ୍ୟସ୍ତ ମଧ୍ୟ କରିଥିଲେ ।

ମତ ସାବ୍ୟସ୍ତ କଲେ ପ୍ରଧାନମନ୍ତ୍ରୀଙ୍କ ମାଆ ହୀରାବେନ ମୋଦି

ଗାନ୍ଧୀନଗର ମୁନସିପାଲ କର୍ପୋରେସନ ନିର୍ବାଚନ ୧୧ଟି ଓ୍ବାର୍ଡ ପାଇଁ ୪୪ ଜଣ କାଉନସିଲର ନିର୍ବାଚନ ଲଢୁଛନ୍ତି । ଭୂପେନ୍ଦ୍ର ପଟେଲ ମୁଖ୍ୟମନ୍ତ୍ରୀ ହେବାର ପରେ ପ୍ରଥମ ଥର ଏଭଳି ବଡ ଧରଣର ନିର୍ବାଚନ ହେଉଛି । ତେବେ, ବର୍ତ୍ତମାନ ଗାନ୍ଧୀନଗର ମୁନସିପାଲ କର୍ପୋରେସନରେ ବିଜେପିର ଦବଦବା ରହିଛି । କିନ୍ତୁ ଏଠାରେ ଆମ ଆଦମି ପାର୍ଟ ମଧ୍ୟ ଜୋରଦାର ଟକ୍କର ଦେଉଛି । ନିର୍ବାଚନ ଜିତିବା ନେଇ ସେପ୍ଟେମ୍ବର ୨୯ରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏଠାରେ ରୋଡସୋ କରିଥିଲେ । ଗାନ୍ଧୀନଗର ମୁନସିପାଲ କର୍ପୋରେସନ ନିର୍ବାଚନ ଅପ୍ରିଲ ମାସରେ ହୋଇଥାନ୍ତା । କିନ୍ତୁ କୋରୋନା ମହାମାରୀ ପାଇଁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details