ଓଡିଶା

odisha

ETV Bharat / bharat

ଗାନ୍ଧୀ ପରିବାରକୁ ଏକ୍ସପାରି ମେଡିସିନ କହିଲେ ଆସାମ ମୁଖ୍ୟମନ୍ତ୍ରୀ - ଗାନ୍ଧୀ ପରିବାର ଏକ୍ସପାରି ମେଡିସିନ

ଗାନ୍ଧୀ ପରିବାରକୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ କଟାକ୍ଷ । ଗାନ୍ଧୀ ଏକ୍ସପାରି ମେଡିସିନ ଏବଂ ତାଙ୍କୁ ବିରୋଧି ଦଳ ନ ଭାବିବାକୁ କହିଲେ ବିଶ୍ବଶର୍ମା । ଅଧିକ ପଢନ୍ତୁ

ଗାନ୍ଧୀ ପରିବାରକୁ ଏକ୍ସପାରି ମେଡିସିନ କହିଲେ ଆସାମ ମୁଖ୍ୟମନ୍ତ୍ରୀ
ଗାନ୍ଧୀ ପରିବାରକୁ ଏକ୍ସପାରି ମେଡିସିନ କହିଲେ ଆସାମ ମୁଖ୍ୟମନ୍ତ୍ରୀ

By

Published : Sep 30, 2022, 8:27 AM IST

ନୂଆଦିଲ୍ଲୀ: ଗାନ୍ଧୀ ପରିବାରକୁ ଏକ୍ସପାରି ମେଡିସିନ କହି କଟାକ୍ଷ କଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ବିଗତ ୮ ବର୍ଷ ଧରି ଗାନ୍ଧୀ ପରିବାରର ନେତୃତ୍ବରେ କଂଗ୍ରେସର ପ୍ରଦର୍ଶନ ଏବଂ ବିଶ୍ବସନୀୟତା ହରାଇବାକୁ ନେଇ ମୁଖ୍ୟମନ୍ତ୍ରୀ କଟାକ୍ଷ କରିଛନ୍ତି । ANI ସହ ସାକ୍ଷାତକାରରେ ବିଶ୍ବଶର୍ମା କହିଛନ୍ତି, ''ବିଜେପି ନେତୃତ୍ବାଧୀନ ଏନଡିଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ୨୦୨୪ ଲୋକସଭା ନିର୍ବାଚନରେ ପୂର୍ବାପେକ୍ଷା ଅଧିକ ବହୁମତ ହାସଲ କରି କ୍ଷମତାକୁ ଫେରିବ ।''

ହିମନ୍ତ ବିଶ୍ବଶର୍ମା କହିଛନ୍ତି ଯେ, କଂଗ୍ରେସକୁ ଏବେ ବି ଲାଗୁଛି ସେ ଶାସକ ଦଳ ଏବଂ ଭାରତୀୟ ଜନତା ପାର୍ଟି ତାଙ୍କ ଠାରୁ କ୍ଷମତା ହାତେଇ ନେଇଛି । ଗାନ୍ଧୀ ପରିବାରକୁ ବିରୋଧି ଦଳ ଭାବେ ନ ଦେଖିବାକୁ ଆସାମ ମୁଖମନ୍ତ୍ରୀ କହିଛନ୍ତି । ତାଙ୍କ ଅନୁସାରେ, ସେମାନେ ଏକ୍ସପାରି ମେଡିସନ ଅଟନ୍ତି(Gandhi family are expired drugs) । ସେ ବିରୋଧି ଦଳର ଭୂମିକା ନିର୍ବାହ କରିପାରିବେ ନାହିଁ । କାରଣ ସେମାନେ ନିଜକୁ କେବି ବି ବିରୋଧି ବୋଲି ଭାବନ୍ତି ନାହିଁ । କଂଗ୍ରେସ କେବଳ ନାମକୁ ମାତ୍ର ବିରୋଧି ଦଳ । ସେମାନେ ନିଜକୁ ଶାସକ ଦଳ ଭାବେ ଅନୁଭବ କରନ୍ତି ।

ଏହାମଧ୍ୟ ପଢନ୍ତୁ: ରାଜସ୍ଥାନରେ ସର୍ବାଧିକ ଶତାୟୁ ଭୋଟର, ସମ୍ମାନିତ କରିବେ ନିର୍ବାଚନ ଆୟୋଗ

କଂଗ୍ରେସକୁ ଲାଗୁଛି ଯେ, ନରେନ୍ଦ୍ର ମୋଦି ନିଜ ବଳରେ ପ୍ରଧାନମନ୍ତ୍ରୀ ହୋଇନାହାନ୍ତି । ଏହି ପଦ ତାଙ୍କର ବୋଲି ଦଳ ଭାବୁଛି । ସେମାନେ ବିରୋଧି ନୁହଁନ୍ତି । ଅତ୍ୟଧିକ କ୍ରୋଧ ସହ ସେମାନେ ବିରୋଧି ଭାବେ ରହିଥିବା ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ABOUT THE AUTHOR

...view details